ETV Bharat / bharat

ମୋଦି ଗଣମାଧ୍ୟମକୁ ‘ହେଡଲାଇନ୍’ ଦେଇଛନ୍ତି, ଗରିବଙ୍କୁ ‘ହେଲ୍ପଲାଇନ୍’ ନୁହେଁ - ମୋଦି ଗଣମାଧ୍ୟମକୁ ‘ହେଡଲାଇନ୍’ ଦେଇଛନ୍ତି

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରସ୍ତୁତ 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା ହେବା ପରେ କଂଗ୍ରେସ କହିଛି ଯେ ମୋଦି କେବଳ ଗଣମାଧ୍ୟମକୁ ‘ହେଡଲାଇନ’ ଦେଇଛନ୍ତି, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ପାଇଁ ‘ହେଲ୍ପଲାଇନ’ ନାହିଁ।

narendra modi
ମୋଦି ଗଣମାଧ୍ୟମକୁ ‘ହେଡଲାଇନ୍’ ଦେଇଛନ୍ତି,
author img

By

Published : May 13, 2020, 8:46 AM IST

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରସ୍ତୁତ 20 ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା ହେବା ପରେ କଂଗ୍ରେସ କହିଛି ଯେ ମୋଦି କେବଳ ଗଣମାଧ୍ୟମକୁ ‘ହେଡଲାଇନ’ ଦେଇଛନ୍ତି, ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କ ପାଇଁ ‘ହେଲ୍ପଲାଇନ’ ନାହିଁ। ମାତ୍ର ବିଜେପି ଏହାକୁ ବିଶ୍ବର ସର୍ବବୃହତ ‘ସାମଗ୍ରିକ ରିଲିଫ୍ ପ୍ୟାକେଜ୍’ ବୋଲି ବର୍ଣ୍ଣନା କରିଛି।

କଂଗ୍ରେସ ଓ ସିପିଆଇ (ଏମ୍) କହିଛନ୍ତି ଯେ ପ୍ରବାସୀ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ଭାରତ ନିରାଶ ହୋଇଛନ୍ତି । କାରଣ ସରକାର ଏହାର ନିରାକରଣ ଖୋଜି ପାରିଲେନି । ଏହି ପ୍ୟାକେଜ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ବିଟ୍ କରି କହିଛନ୍ତି, ‘ପ୍ରବାସୀ ଶ୍ରମିକଙ୍କ ପାଇଁ ଦୟା ଦେଖାଇବାର ଆବଶ୍ୟକତା ରହିଛି। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ପ୍ରତି ଆପଣଙ୍କର ସମ୍ବେଦନଶୀଳତାର ଅଭାବ ଓ ସେମାନଙ୍କ ସମସ୍ୟା ଦୂର କରିବାରେ ଆପଣଙ୍କର ଅକ୍ଷମତା ଯୋଗୁଁ ଭାରତ ଗଭୀର ନିରାଶ ହୋଇଛି ’।

କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେଡଲାଇନ ଦେଇଛନ୍ତି, କିନ୍ତୁ ହେଲ୍ପଲାଇନ ନାହିଁ। ପ୍ରବାସୀ ଶ୍ରମିକମାନଙ୍କୁ ନିରାପଦରେ ସେମାନଙ୍କ ଘରକୁ ପଠାଇବା ଓ ରାସ୍ତାରେ ଶ୍ରମିକଙ୍କ ମୃତ୍ୟୁ ବିଷୟରେ ସେ କିଛି କହି ନାହାଁନ୍ତି। ଏହା ଅତ୍ୟନ୍ତ ନୈରାଶ୍ୟଜନକ ଅଟେ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ସ୍ବାଗତ କରିଥିଲେ ମଧ୍ୟ ସେ ଏହି ପ୍ୟାକେଜର ସବିଶେଷ ତଥ୍ୟକୁ ଅପେକ୍ଷା କରିଥିବା କହିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରସ୍ତୁତ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା ସ୍ବାଗତଯୋଗ୍ୟ ଓ ଆମେ ସବିଶେଷ ତଥ୍ୟକୁ ଅପେକ୍ଷା କରିବୁ। ଏହା ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ଓ କର୍ମଚାରୀଙ୍କ ଦରମା ପ୍ରଦାନର ଜରୁରୀ ଆବଶ୍ୟକତା ସହିତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ଆତ୍ମବିଶ୍ବାସ ବଢାଇବାରେ ସାହାଯ୍ୟ କରିବ ’।

ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ପ୍ରବାସୀ ଭାରତୀୟଙ୍କ ଯନ୍ତ୍ରଣାକୁ ସମାଧାନ କରିବାରେ ବିଫଳ ହୋଇଛନ୍ତି ସରକାର। ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାତି 8ଟା ବେଳେ ଦେଶକୁ ଦେଇଥିବା ସମ୍ବୋଧନରେ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ବର ସର୍ବବୃହତ ବିସ୍ତୃତ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ସମାଜର ପ୍ରତ୍ୟେକ ବିଭାଗକୁ ସମର୍ଥନ କରିବା ପାଇଁ ମୋଦି ସରକାର 20 ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.