ETV Bharat / bharat

ମୋଦି ସରକାରଙ୍କ 100 ଦିନ: ଭିଡିଓ ଜାରି କରି କଂଗ୍ରେସର ଟାର୍ଗେଟ - ଭିଡିଓ ଜାରି କରି କଂଗ୍ରେସର ଟାର୍ଗେଟ

ମୋଦି ସରକାରଙ୍କ ୧୦୦ ଦିନ ପୂର୍ତ୍ତିକୁ ନେଇ କଂଗ୍ରେସ 100DaysNoVikas  ନାମରେ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ କରିଛି ।

ଫାଇଲ ଫଟୋ
author img

By

Published : Sep 8, 2019, 7:26 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ଦିନ ପୁରିଛି । ଏହି ଅବସରରେ ଗୋଟିଏ ପଟେ ବିଜେପି ନିଜ ଉପଲବ୍ଧି ବଖାଣିଥିବା ବେଳେ ମୋଦି ସରକାରଙ୍କ ୧୦୦ ଦିନକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ବିଜେପିର ଦ୍ବିତୀୟ କାର୍ଯ୍ୟକାଳକୁ କଂଗ୍ରେସ ତିନୋଟି ଶବ୍ଦରେ ବଖାଣିଛି । ସେ ହେଉଛି ଅନ୍ୟାୟ , ନିରଂକୁଶତା ଏବଂ ଅବ୍ୟବସ୍ଥା ଶାସନ ।

ଭିଡିଓ ସୌଜନ୍ୟ: ଟ୍ବିଟର:@INCIndia

ତେବେ ମୋଦି ସରକାରଙ୍କ ୧୦୦ ଦିନକୁ ନେଇ କଂଗ୍ରେସ 100DaysNoVikas ନାମରେ ଏକ ଭିଡିଓ ମଧ୍ୟ ଜାରି କରିଛି । ଦଳ ପକ୍ଷରୁ କୁହାଯାଇଛି, ୮ଟି କ୍ଷେତ୍ରରେ ବିକାଶ ଦର ୨% ରୁ କମ୍‌ ରହିଛି। ତଥାପି ଆମ ଅର୍ଥ ବ୍ୟବସ୍ଥା ଘଟୁଥିବା ଅର୍ଥମନ୍ତ୍ରୀ ସ୍ବୀକାର କରୁନାହାନ୍ତି । ଯଦି ବିଜେପି ଏଭଳି ଦାୟfତ୍ବହୀନ ଏବଂ ଛଳକପଟର ରାସ୍ତାରେ ଚାଲନ୍ତି ତାହେଲେ ଆମ ଅର୍ଥବ୍ୟବସ୍ଥା ଏଭଳି ମାନ୍ଦା ରହିବ । ସମସ୍ୟାର ସମାଧାନ ପାଇଁ ପ୍ରଥମେ ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଆବଶ୍ୟକ । କିନ୍ତୁ ମୋଦି ସରକାର ଏଥିରେ ବିଫଳ ହୋଇଥିବା କହିଛି କଂଗ୍ରେସ ।

ଭିଡିଓ ସୌଜନ୍ୟ: ଟ୍ବିଟର:@INCIndia

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଭିନ୍ନ ଢଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ମୋଦି ସରକାରଙ୍କ ପାଇଁ ଆଜି ଦେଶର ଅର୍ଥ ବ୍ୟବସ୍ଥା ବିଗିଡିଛି। ବେରୋଜଗାର ବଢିଥିବା ବେଳେ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଇଛି। ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାର ଚୁପ୍‌ ବସିବା ଦେଶ ପାଇଁ କେତେ କ୍ଷତିକାରକ ତାହା ସହଜରେ ଅନୁମାନ କରି ହେବନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.