କୋଲକାତା: ଦେଶରେ ବେକାରୀ ନିଯୁକ୍ତି ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଚାଲିଛି ବାକ୍ ବିତଣ୍ଡା । ତେବେ ଏହାକୁ ନେଇ କୋଲକାତା ଆସନସୋଲରେ ଦେଖିବାକୁ ମିଳିଛି ଏକ ଅଭିନବ ପ୍ରତିବାଦ । କେନ୍ଦ୍ର ସରକାର ବେକାରୀ ନିଯୁକ୍ତି ଉପରେ ଗୁରୁତ୍ବ ଦେଉନଥିବାରୁ ଦେଶରେ ବେକାରୀ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ବିରୋଧ କରିଛି କଂଗ୍ରେସ ।
କେବଳ ସେତିକି ନୁହେଁ, ହାତରେ ପ୍ଲା-କାର୍ଡ ଧରି ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ। ଆଉ ପ୍ଲା-କାର୍ଡରେ ଉଲ୍ଲେଖ ଥିଲା ଯେ, 'ଡିଗ୍ରୀ ହେ ଜବ ନହି' । ତେବେ ଏହା ପ୍ରଥମ ଥର ନୁହେଁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରଠାରୁ ବେକାରୀ ସମସ୍ୟା ଓ ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ