ETV Bharat / bharat

ବିହାର ନିର୍ବାଚନ: 30 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

author img

By

Published : Oct 10, 2020, 7:40 PM IST

ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଶନିବାର ପ୍ରକାଶିତ ଏହି ତାଲିକାରେ 30ଜଣ ନେତାଙ୍କ ନାମ ରହିଛି। ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ମନମୋହନ ସିଂ ପ୍ରଚାରକ ଭାବରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: କଂଗ୍ରେସ ଘୋଷଣା କଲା 30 ଜଣିଆ ଷ୍ଟାର ପ୍ରଚାରକ

ପାଟନା: ବିହାର ବିଧାନସଭା ନିର୍ବାଚନ 2020 ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଶନିବାର ପ୍ରକାଶିତ ଏହି ତାଲିକାରେ 30 ଜଣ ଦଳର ନେତାଙ୍କ ନାମ ରହିଛି। ଏହି ତାଲିକାରେ ଷ୍ଟାର ପ୍ରଚାରକ ଭାବରେ ସୋନିଆ ଗାନ୍ଧୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ମନମୋହନ ସିଂଙ୍କ ନାମ ମଧ୍ୟ ରହିଛି।

କଂଗ୍ରେସ ଦ୍ବାରା ପ୍ରକାଶିତ ତାଲିକାରେ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ସେ ଗତ 2019 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପାଟନା ସାହିବରୁ ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରିଥିଲେ। ତେବେ ତାଙ୍କୁ ଏହି ନିର୍ବାଚନରେ ​​ପରାଜୟର ସାମ୍ନା କରିବାକୁ ପଡିଥିଲା। ସେହିଭଳି ପ୍ରଚାରକ ତାଲିକାରେ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ସାମିଲ କରାଯାଇଛି । ପ୍ରିୟଙ୍କା ବର୍ତ୍ତମାନ ଉତ୍ତରପ୍ରଦେଶରେ ଦଳର ସାଧାରଣ ସମ୍ପାଦକ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ୟୁପି ସରକାରଙ୍କ ଉପରେ ଆକ୍ରମଣାତ୍ମକ ହୋଇଛନ୍ତି। ଏଥର କଂଗ୍ରେସ ଦଳରେ ମହାରାଷ୍ଟ୍ରର ସଞ୍ଜୟ ନିରୁପମଙ୍କୁ ମଧ୍ୟ ପ୍ରଚାରକ ଟିମରେ ସ୍ଥାନ ଦିଆଯାଇଛି | ଏଥି ସହିତ ବିହାରର ବରିଷ୍ଠ ନେତା ଶକିଲ ଅହମ୍ମଦ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

  • एक ऐसा CM जिसने कभी भी अपने लिए नहीं मांगा वोट, 15 साल तक रहे बिहार के मुख्यमंत्रीhttps://t.co/ktqeg51xVJ

    — ETVBharat Bihar (@ETVBharatBR) October 9, 2020 " class="align-text-top noRightClick twitterSection" data=" ">

ପ୍ରଚାରକ ତାଲିକାରେ ରହିଥିବା ନେତା ମାନେ ହେଲେ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ମୀରା କୁମାର, ଗୁଲାମ ନବୀ ଆଜାଦ, ପ୍ରିୟଙ୍କା ଗାନ୍ଧୀ, ଶକ୍ତି ସିଂ ଗୋହିଲ, ମଦନ ମୋହନ ସିଂ, ସଦାନନ୍ଦ ସିଂ, ଅଶୋକ ଗେହଲଟ୍, ଅମରିନ୍ଦର ସିଂ, ଭୂପେଶ ବାଘେଲ, ତାରିକ ଅନୱାର, ରଣଦୀପ ସିଂ, ଶକିଲ ଅହମ୍ମଦ, ଶତ୍ରୁଘ୍ନ ସିହ୍ନା, ନିଖିଲ କୁମାର, ସଚିନ ପାଇଲଟ୍, ପ୍ରମୋଦ ତିୱାରୀ, ଅଖିଳେଶ ପ୍ରସାଦ ସିଂ, ମହମ୍ମଦ ଜାଭେଦ୍, ରାଜ ବବର, କିର୍ତ୍ତୀ ଆଜାଦ, ସଞ୍ଜୟ ନିରୁପମ୍, ଉଦିତ ରାଜ, ଇମ୍ରାନ ପ୍ରତାପଗରୀ, ପ୍ରେମଚନ୍ଦ୍ର ମିଶ୍ର, ଅନୀଲ ଶର୍ମା, ଅଜୟରାଜ କପୁରଙ୍କୁ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

  • ससुर-दामाद के साथ समधी-समधन भी ठोक रहे ताल, बिहार चुनाव में मचाएंगे धमाल?https://t.co/0jRrHz9EwM

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.