ETV Bharat / bharat

କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କଲା କଂଗ୍ରେସ - Congress seeks President's rule in Karnataka

ମହାମାରୀ କୋରୋନା ଭାଇରସର ମୁକାବିଲା କରିବାରେ କର୍ଣ୍ଣାଟକରେ ଶାସକ ଦଳ ବିଜେପି ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ବିରୋଧୀ ଦଳ କଂଗ୍ରେସ ।

 କଂଗ୍ରେସ
କଂଗ୍ରେସ
author img

By

Published : Jul 16, 2020, 5:38 PM IST

ବେଙ୍ଗାଲୁରୁ: ଜୁଲାଇ ୧ ରୁ କର୍ଣ୍ଣାଟକରେ କୋରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ କୋରୋନା ଭାଇରସର ମୁକାବିଲା କରିବାରେ ଶାସକ ଦଳ ବିଜେପି ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିପାଇଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ବିରୋଧୀ ଦଳ କଂଗ୍ରେସ ।

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏନେଇ କହିଛନ୍ତି , ରାଜ୍ୟରୁ ବିଜେପି ସରକାର ଇସ୍ତଫା ଦେଇଦେବା ଉଚିତ । ଏହାସହିତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଉଚିତ । କାରଣ ଦିନକୁ ଦିନ ବୃଦ୍ଧି ପାଉଥିବା କୋରୋନା ମାମଲାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ବିଜେପି ବିଫଳ ହୋଇଛି ବୋଲି ସେ କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସରକାରକୁ ଟାର୍ଗେଟ କରି ଶିବକୁମାର କହିଛନ୍ତି, ଯେଉଁ ସରକାର ମହାମାରୀରର ମୁକାବିଲା କରିପାରିବ ନାହିଁ । ସେହି ସରକାର ଆମର ଆବଶ୍ୟକ ନାହିଁ । ଶ୍ରୀରାମୁଲୁ ଯାହା କହିଛନ୍ତି ତାହା ବିଜେପିର ଅସମର୍ଥତାକୁ ପ୍ରତିଫଳିତ କରୁଛି । କଂଗ୍ରେସ ଏବଂ ଜେଡିଏସ ସରକାର ଭାଙ୍ଗି ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ତାର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ସରକାରଙ୍କ ଅକ୍ଷମତା ନାଗରିକମାନଙ୍କୁ ଭଗବାନଙ୍କ ଦୟାରେ ଛାଡି ଦେଇଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଉଚିତ୍ ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେବଳ ଭଗବାନ ହିଁ କର୍ଣ୍ଣାଟକକୁ ମହାମାରୀରୁ ରକ୍ଷା କରିପାରିବେ ବୋଲି ବୁଧବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ କହିଥିଲେ । ଅନ୍ୟଥା ଲୋକମାନେ ଏହାର ପରିଣାମ ବିଷୟରେ ସଚେତନ ହେବା ଉଚିତ୍ | ଯଦି ଆମେ ଭୁଲ କରିଛୁ ତେବେ ଆମେ ସେମାନଙ୍କ ପାଇଁ ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ବୋଲି ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.