ETV Bharat / bharat

'ଦିଲ୍ଲୀ ହିଂସା ପାଇଁ ଅମିତ ଶାହ ଦାୟୀ, ଦିଅନ୍ତୁ ଇସ୍ତଫା' - CAA violance

ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ରବିବାରରୁ ଜାରି ରହିଥିବା ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରି ତତ୍କାଳ ଇସ୍ତଫା ଦାବି କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

congress-pc
sonia gandhi
author img

By

Published : Feb 26, 2020, 3:06 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ ରବିବାରରୁ ଜାରି ରହିଥିବା ହିଂସାକାଣ୍ଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହା ସହିତ ହିଂସାକାଣ୍ଡ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରି ତତ୍କାଳ ଇସ୍ତଫା ଦାବି କରିଛନ୍ତି ସେ ।

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଦିଲ୍ଲୀ ହିଂସାକୁ ନେଇ ବୁଧବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ସୋନିଆ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ପଢିଛନ୍ତି । ଦିଲ୍ଲୀରେ ଜାରି ହିଂସା ଏବଂ କ୍ଷୟକ୍ଷତିକୁ ନେଇ ସିଡବ୍ଲୁସି ବୈଠକ ହୋଇଥିଲା । ଏହି ହିଂସା ପୂର୍ବରୁ ରଚାଯାଇଥିବା ଏକ ଷଡଯନ୍ତ୍ର ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ଏହା ସହିତ କେତେକ ବିଜେପି ନେତା ଉତ୍ତେଜନାମୂଳକ ଭାଷଣ ଦେଇ ଲୋକଙ୍କ ମଧ୍ୟରେ ହିଂସା ସୃଷ୍ଟିକାରୀ ଭାବନା ଜାଗ୍ରତ କରୁଥିବା ଅଭିଯୋଗ କରିଛନ୍ତି ସୋନିଆ ।

ବୈଠକରେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ପରିବାର ପ୍ରତି ସମ୍ବେଦନ ପ୍ରକାଶ କରାଯାଇଥିବା କହିଛନ୍ତି ସୋନିଆ । ସେ କହିଛନ୍ତି, "ହିଂସାକାଣ୍ଡରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାବେଳେ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଛି । ଦିଲ୍ଲୀର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ମଧ୍ୟରେ ଏନେଇ ଆତଙ୍କ ଦେଖା ଦେଇଛି । ଦିଲ୍ଲୀ ସରକାର ମଧ୍ୟ ରାଜ୍ୟରେ ଶାନ୍ତି ସ୍ଥାପନା କରିବାରେ ବିଫଳ ହୋଇଛନ୍ତି । ସ୍ଥିତିର ଗମ୍ଭୀରତାକୁ ଦେଖି ତତ୍କାଳ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବାହିନୀକୁ ମୁତୟନ କରାଯିବା ଉଚିତ । ଏହା ସହିତ ଶାନ୍ତି ସମିତିର ଗଠନ ହେବା ଉଚିତ । ମୁଖ୍ୟମନ୍ତ୍ରୀ ନିଜେ ଯାଇ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିବା ଉଚିତ ବୋଲି" ସୋନିଆ ଗାନ୍ଧୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.