ETV Bharat / bharat

ନୂତନ ଦୃଷ୍ଟିଭଙ୍ଗୀ, ଭୋଟରଙ୍କ ମଧ୍ୟରେ ଜାଗରଣ ଏବଂ ବିଜେପିର ମୁକାବିଲା ପାଇଁ କଂଗ୍ରେସକୁ ଦରକାର ନୂଆ ମୁଖିଆ

କଂଗ୍ରେସ ହିଁ କେବଳ ଜାତୀୟ ସ୍ତରରେ ବିଜେପିର ଏକ ଦୃଢ ବିକଳ୍ପ ଦେଇ ପାରିବ। କିନ୍ତୁ ବିରୋଧୀ ଦଳ ନିଷ୍କ୍ରିୟ ହୋଇଯାଇଛି, ଦଳର ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ଏବଂ ଭବିଷ୍ୟତ ପାଇଁ ନାହିଁ ନୂଆ ଦୃଷ୍ଟିଭଙ୍ଗୀ। ଅଧିକ ପଢନ୍ତୁ...

author img

By

Published : Aug 26, 2020, 6:24 AM IST

କଂଗ୍ରେସକୁ ଦରକାର ନୂଆ ମୁଖିଆ
କଂଗ୍ରେସକୁ ଦରକାର ନୂଆ ମୁଖିଆ

ନୂଆଦିଲ୍ଲୀ: କଂଗ୍ରେସ ହିଁ କେବଳ ଜାତୀୟ ସ୍ତରରେ ବିଜେପିର ଏକ ଦୃଢ ବିକଳ୍ପ ଦେଇ ପାରିବ। କିନ୍ତୁ ବିରୋଧୀ ଦଳ ନିଷ୍କ୍ରିୟ ହୋଇଯାଇଛି, ଦଳର ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ଏବଂ ଭବିଷ୍ୟତ ପାଇଁ ନାହିଁ ନୂଆ ଦୃଷ୍ଟିଭଙ୍ଗୀ। ଏହା କହି ଦଳରୁ ନିଲମ୍ବିତ ହୋଇଥିବା ଦଳର ପୂର୍ବତନ ମୁଖପାତ୍ର ସଂଜୟ ଝା ବରିଷ୍ଠ ସାମ୍ବାଦିକ ଅମିତ ଅଗ୍ନିହୋତ୍ରୀଙ୍କୁ ଦେଇଥିବା ଏକ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ ଏପରି ମନ୍ତବ୍ୟ ରଖିଛନ୍ତି। ଆସନ୍ତୁ ପଢିବା ସାକ୍ଷାତକାରର ବିସ୍ତୃତ ଅଂଶ:

ଆପଣ କାହିଁକି ଭାବିଲେ ଯେ କଂଗ୍ରେସ ଗୋଳମାଳିଆ ସ୍ଥିତିରେ ରହିଛି ?

ଗୋଟିଏ କାରଣ ହେଲା, ଆମ ପାଖରେ ସ୍ପଷ୍ଟ ଭାବେ କିଏ ନେତା ନାହାଁନ୍ତି ଯେ କି 2024ରେ କଂଗ୍ରେସର ନେତୃତ୍ବ ନେବ। ଆହୁରି ମଧ୍ୟ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ଯାହା କି ଏଆଇସିସିର ମୂଳ ଢାଞ୍ଚାକୁ ଦୁର୍ବଳ କରି ଦେଇଛି। କାରଣ ଲୋକେ ଜାଣି ପାରୁନାହାଁନ୍ତି ପ୍ରକୃତରେ କିଏ କେଉଁ ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତି। ସାଂଗଠନିକ ଦୁର୍ବଳତା ମଧ୍ୟ ରହିଛି, ନେତୃତ୍ବର ଅଭାବ ରହିବା ସହିତ ଦଳ ଭିତରେ ଆଦର୍ଶଗତ ବିଭ୍ରାନ୍ତ ରହିଛି। ଏହି ତିନିଟି କାରଣ ସବୁଠାରୁ ବଡ଼ ଗୁରୁତ୍ବ ବହନ କରୁଛି। ଆମକୁ ଅଧିକ ସଂଖ୍ୟାରେ ରାଜ୍ୟ ସ୍ତରୀୟ ନେତାଙ୍କୁ ଉତ୍ସାହିତ କରିବା ସହ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଗତିଶୀଳ କରିବାକୁ ପଡ଼ିବ।

ଏହି ସ୍ଥିତି ପାଇଁ ଦାୟୀ କିଏ?

ଦାୟିତ୍ବ ସବୁବେଳେ ନେତୃତ୍ବ ଉପରେ ପଡ଼ିଥାଏ । ତେଣୁ ମିଳିତ ଭାବେ କାମ କରିବା ଦାୟିତ୍ବ ହେଉଛି କଂଗ୍ରେସ ସଭାପତି ଏବଂ କଂଗ୍ରେସ କାର୍ଯ୍ୟକାରିଣୀର ଏବଂ ଦଳରେ ଏପରି ଅବସ୍ଥା ପାଇଁ କାହିଁକି ସେମାନେ ଅନୁମତି ଦେଉଛନ୍ତି। ଶେଷରେ ଏହା ବିଜେପିର କାମକୁ ସହଜ କରି ଦେଉଛି।

ସିଡବ୍ଲୁସି ବୈଠକରେ ନେତୃତ୍ବ ପ୍ରସଙ୍ଗ ଆଲୋଚନା ହେଲା, କିନ୍ତୁ ସ୍ଥିତାବସ୍ଥାକୁ ସ୍ବୀକୃତି ସହ ଶେଷହେଲା ?

ଯଦି ଦଳ 23 ଜଣ ବରିଷ୍ଠ ନେତା ଉଠାଇଥିବା ପ୍ରସଙ୍ଗକୁ ଅଣଦେଖା କଲା, ତେବେ ଏହା ନିଜର ସଂକଟ ସୃଷ୍ଟି କଲା। ଏହି ନେତାମାନେ ରାଜନୈତିତ ପରିପକ୍ବତା ସହ ଅତି ସୁନ୍ଦର ସୁପାରିସସବୁ କରିଥିଲେ। ପ୍ରକୃତ କଥା ହେଲା ବହୁ ବରିଷ୍ଠ ଏବଂ ଯୁବ ନେତାଙ୍କ ଠାରୁ ଏସବୁ ସୁପାରିସ ଆସିଥିଲା ଏବଂ ଦଳକୁ ପୁନର୍ଗଠିତ କରିବା ଏହାର ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା। ଯଦି କଂଗ୍ରେସ ଦଳ ଏବେ ପରିବର୍ତ୍ତନ ହେବନାହିଁ, ତେବେ ଆମେ ଆମର ନିଜ ପତନ ଦେଖିବା।

କଂଗ୍ରେସରେ ଏଭଳି ଆହୁରି ଅଧିକ ଅସନ୍ତୁଷ୍ଟ ଅଛନ୍ତି କି?

ମୁଁ ସେମାନଙ୍କୁ ଅସନ୍ତୁଷ୍ଟ କହିବି ନାହିଁ, ବରଂ ମୁଁ ସେମାନଙ୍କୁ ଦଳ ପାଇଁ ଗଣତାନ୍ତ୍ରିକ ସ୍ବର ବୋଲି କହିବି। ଏହିସବି ବ୍ୟକ୍ତି କଂଗ୍ରେସର ଆଦର୍ଶ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ଦଳ ପାଇଁ ସର୍ବଦା ଉତ୍ସାହିତ ଓ ସମର୍ପିତ। ସେମାନଙ୍କର ବିଶ୍ବାସ କେବଳ କଂଗ୍ରେସ ହିଁ ବିଜେପିର ମୁକାବିଲା କରିପାରିବ। 23 ଜଣ ତୁଙ୍ଗ ନେତା ଲେଖିଥିବା ଚିଠିର ମତାମତକୁ ଦଳ ଭିତରେ 300ରୁ ଅଧିକ ବରିଷ୍ଠ ନେତାଙ୍କ ସମର୍ଥନ ରହିଛି।

ତେଣୁ ସ୍ଥିତି ଜାହିର କରିବା ପାଇଁ କଂଗ୍ରେସକୁ କ’ଣ କରିବାକୁ ପଡ଼ିବ?

ପ୍ରଥମତଃ ଦଳକୁ ତୁରନ୍ତ ଜଣେ ସକ୍ଷମ ଏବଂ ପ୍ରଭାବଶାଳୀ ନେତାଙ୍କୁ କଂଗ୍ରେସ ସଭାପତି ନିଯୁକ୍ତି ଦେବାକୁ ପଡ଼ିବ। ଯେ କି କର୍ମୀମାନଙ୍କୁ ପ୍ରେରଣା ଦେବା ସହ ଭୋଟରମାନଙ୍କ ଉପରେ ପ୍ରଭାବ ପକାଇ ପାରୁଥିବ ଏବଂ ବିଜେପିର ମୁକାବିଲା ପାଇଁ ଦଳକୁ ଏକାଠି ରଖିବା ସହ ପ୍ରମୁଖ ନେତାମାନଙ୍କୁ ଉତ୍ସାହିତ କରି ସାଙ୍ଗରେ ନେଇ ପାରୁଥିବ। ବର୍ତ୍ତମାନ ଆମର କର୍ମୀମାନେ ନିରୁତ୍ସାହିତ ହୋଇ ରହିଛନ୍ତି। ଆମେ ଏପରି ଏକ ନେତା ଚାହୁଁ ଯେ କି କଂଗ୍ରେସ ପାଇଁ ଏକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିପାରୁଥିବ ଏବଂ ଦଳକୁ ସେହି ସ୍ଥାନରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ ମଧ୍ୟ କରିପାରୁଥିବ। ଗଣମାଧ୍ୟମ, ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ କାମ କରୁଥିବା ଅନେକ ବ୍ୟକ୍ତି ଓ ବୁଦ୍ଧିଜୀବୀ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ମଧ୍ୟ ବହୁ ସଂଖ୍ୟାରେ ଦଳ ସହ ଯୋଡିହେବାକୁ ଚାହାଁନ୍ତି ଯାହାକୁ ଆମେ ଅତୀତରେ ଅଣଦେଖା କରିଛେ।

ସୂଚନା ମିଳୁଛି ରାହୁଲ ଗାନ୍ଧୀ ଖୁବଶୀଘ୍ର କଂଗ୍ରେସ ସଭାପତି ଭାବେ ଫେରିପାରନ୍ତି। ସେ ଏଥିପାଇଁ ସମର୍ଥ କି?

ରାହୁଲ ଗାନ୍ଧୀ ସାଧାରଣରେ କହିଛନ୍ତି ଯେ, ସେ କଂଗ୍ରେସ ମୁଖ୍ୟ ହେବାକୁ ଚାହାଁନ୍ତି ନାହିଁ। ରାହୁଲ ଗାନ୍ଧୀଙ୍କ ମତକୁ ସମର୍ଥନ କରି ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଜଣେ ଅଣ-ଗାନ୍ଧୀ ବ୍ୟକ୍ତି କଂଗ୍ରେସ ମୁଖ୍ୟ ହେବା ଉଚିତ୍। ସୋନିଆ ଗାନ୍ଧି କେବଳ ମାତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ଅଛନ୍ତି। ସୁତରାଂ ଗାନ୍ଧି ପରିବାର ସ୍ପଷ୍ଟ କରି ଦେଇଛନ୍ତି ଯେ, ସେମାନେ କଂଗ୍ରେସ ସଭାପତି ଭାବେ ରାଜନୈତିକ କ୍ଷମତାରେ ଆଗ୍ରହୀ ନୂହଁନ୍ତି। ସିଡବ୍ଲୁସି ତୁରନ୍ତ ଦଳୀୟ ସମ୍ବିଧାନ ଭିତ୍ତିରେ ସ୍ବଚ୍ଛତାପୂର୍ବକ ଜଣଙ୍କୁ ନୂଆ କଂଗ୍ରେସ ସଭାପତି ଭାବେ ନିଯୁକ୍ତି କରିବା ଉଚିତ୍।

କଂଗ୍ରେସର ପୁନଃରୁଦ୍ଧାର ପାଇଁ ଆପଣ କିଛି ଯଥାର୍ଥ କଥା ଉଠାଇଥିଲେ କିନ୍ତୁ ସେଥିପାଇଁ ନିଲମ୍ବିତ ହେବାକୁ ପଡ଼ିଲା। ଆଉ କିଛି ଆଶା ଅଛି କି ?

ମୁଁ ଏବେ ବି ଆଶାବାଦୀ। ଦଳର ଇତିହାସ ବହୁତ ପୁରାତନ ଓ ବିଚିତ୍ର। ଦଳରେ ପ୍ରତିଭା, ସାଧନ ଏବଂ ଆଦର୍ଶ ସବୁକିଛି ରହିଛି। ଦୁର୍ଭାଗ୍ୟବଶତଃ ଆମେ ଅପାଙ୍ଗ ଓ ନିଷ୍କ୍ରିୟ ହୋଇଯାଇଛୁ ଏବଂ ଆମର କାର୍ଯ୍ୟକଳାପ ଭୋଟରଙ୍କ ମଧ୍ୟରେ ପ୍ରେରଣା ଯୋଗାଉନାହିଁ। ଏହି କାରଣରୁ ହିଁ କଂଗ୍ରେସ ଉପରୁ ଲୋକେ ଆସ୍ଥା ହରାଉଛନ୍ତି। ଏହା ତଳସ୍ତରରୁ ଆସିବା ଉଚିତ୍ ଏବଂ ଦଳରେ ହାଇକମାଣ୍ଡ ସଂସ୍କୃତି ରହିବା ଅନୁଚିତ୍। ବିଜେପି ଏକ ଭିନ୍ନ ଆଦର୍ଶରେ ଅନୁପ୍ରାଣିତ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ମଡେଲରେ ପରିଚାଳିତ। ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ହେଉଛି ଏକମାତ୍ର ଶକ୍ତିଶାଳୀ ଜାତୀୟ ଦଳ।

ତେଣୁ ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ନିଜକୁ ଗଢିବାକୁ ପଡିବ। ଏବଂ ଭୋଟ ଦେଇ ଦେଶର ଶାସନ କରିବାକୁ ଏକ ସୁଯୋଗ ଦେବାକୁ ଲୋକଙ୍କୁ ବୁଝାଇବାକୁ ପଡ଼ିବ। ଜଣେ ଅଣ-ଗାନ୍ଧୀ ବ୍ୟକ୍ତି କଂଗ୍ରେସକୁ ସଫଳ ନେତୃତ୍ବ ଦେଇପାରିବେ ମୋ ପାଇଁ ଏହା କୌଣସି ପାର୍ଥକ୍ୟ ରଖେନା। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ବ ଶକ୍ତି, ଶୈଳୀ ଏବଂ କାମ କରିବାର ରଣନୀତି ରହିଛି। କଂଗ୍ରେସ ପାଇଁ ଆଉ କଣ ନୂଆ ଆଭିମୁଖ୍ୟ ଦରକାର। ଯଦି ଆପଣ ଜଣଙ୍କୁ ସୁଯୋଗ ଦେବେନାହିଁ, ତେବେ ସେମାନଙ୍କ ପାଖରେ ଅନେକ ଦକ୍ଷତା ରହିଥିବା କିପରି ଜାଣିବେ।

-ଅମିତ୍ ଅଗ୍ନିହୋତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.