ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟର ଅଧ୍ୟକ୍ଷ ନିଯୁକ୍ତ କଲେ ବାଚସ୍ପତି ଓମ ବିର୍ଲା । ଏହା ପୂର୍ବରୁ ଅଧୀରଙ୍କୁ ବିଭିନ୍ନ କମିଟିରେ ସଦସ୍ୟ ଭାବେ ମଧ୍ୟ ମନୋନୀତ କରିଛନ୍ତି ବାଚସ୍ପତି ।
ଗଠନ ହୋଇଥିବା ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭା 19 ଜଣ ସାସଂଦ ସଦସ୍ୟ ଥିବାବେଳେ ଓଡିଶାରୁ ଏକମାତ୍ର ସାସଂଦ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ଥାନ ପାଇଛନ୍ତି ।