ETV Bharat / bharat

'ଆରଟିଆଇର ହତ୍ୟା କରିଛନ୍ତି ସରକାର' - rahul gandhi attack modi over rti

ଆରଟିଆଇ ସଂଶୋଧନ ବିଲକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ସରକାର ଆରଟିଆଇ ବିଲ୍‌ର ହତ୍ୟା କରିଥିବା ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jul 28, 2019, 12:21 PM IST

ନୂଆଦିଲ୍ଲୀ: ସୂଚନା ଅଧିକାର (ଆରଟିଆଇ)ସଂଶୋଧନ ବିଲ୍ ୨୦୧୯କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ର ସରକାର ଆରଟିଆଇ ବିଲ୍‌ର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ରାହୁଲ । ଭଷ୍ଟ୍ରାଚାରୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏହି ବିଲ୍‌କୁ ଦୁର୍ବଳ କରିଥିବା ସେ କହିଛନ୍ତି ।

ଶନିବାର ଆରଟିଆଇ ସଂଶୋଧନ ବିଲ୍‌କୁ ନେଇ ଟ୍ବିଟ କରିଛନ୍ତି ରାହୁଲ । ସେ କହିଛନ୍ତି, ଦୁର୍ନୀତି ଗ୍ରସ୍ତ ଲୋକଙ୍କୁ ଚୋରିରେ ସାହାଯ୍ୟ କରିବା ପାଇଁ ସରକାର ଆରଟିଆଇକୁ ଦୁର୍ବଳ କରୁଛନ୍ତି । ସରକାର ଆରଟିଆଇର ହତ୍ୟା କରିଛନ୍ତି । ତେବେ ଏହି ବିଲ୍‌କୁ ନେଇ କିଏ ବିରୋଧ କରୁନଥିବା ହେତୁ ରାହୁଲ ଏଥିରେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି, ଭ୍ରଷ୍ଟାଚାରକୁ ବିରୋଧ କରୁଥିବା ଭିଡ ଏବେ ହଠାତ୍‌ କୁଆଡେ ଗାୟବ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ବିପକ୍ଷ ଦଳର ବିରୋଧ ସତ୍ତ୍ବେ ସୂଚନା ଅଧିକାର ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇଛି । ନୂଆ ଆଇନ ଅନୁସାରେ ମୁଖ୍ୟ ସୂଚନା ସଚିବ ଏବଂ ସୂଚନା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ସଚିବଙ୍କ ବେତନ, ଭତ୍ତା ଏବଂ ସେବାର ଅନ୍ୟ ନିବନ୍ଧନ ଏବଂ ସର୍ତ୍ତ କେନ୍ଦ୍ର ସରକାର ନିର୍ଦ୍ଧାରିତ କରିବେ । ବର୍ତ୍ତମାନର ଆଇନ ଅନୁସାରେ ମୂଖ୍ୟ ସୂଚନା କମିଶନର ଏବଂ ସୂଚନା କମିଶନରଙ୍କ ବେତନ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚିତ କମିଶନରଙ୍କ ବରାବର ରହିଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.