ETV Bharat / bharat

ମହାରାଷ୍ଟ୍ରରେ ଶ୍ରମିକଙ୍କ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲେ ସଞ୍ଜୟ ନିରୂପମ

କଂଗ୍ରେସ ନେତା ସଞ୍ଜୟ ନିରୁପମ ମୁମ୍ବାଇର ବିରାର ପୋଲିସ ଷ୍ଟେସନକୁ ଆସି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ସମୟରେ ସେ ମହାରାଷ୍ଟ୍ର ସରକାରଙ୍କ ବିଫଳତାକୁ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ଅଧିକ ପଢନ୍ତୁ...

author img

By

Published : May 5, 2020, 2:37 PM IST

sanjay nirupam
ସଞ୍ଜୟ ନିରୁପମ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରମିକଙ୍କ ବଢୁଥିବା ସମସ୍ୟାକୁ ନେଇ କଂଗ୍ରେସ ନେତା ସଞ୍ଜୟ ନିରୂପମ ମହାରାଷ୍ଟ୍ରର ମହାବିକାଶ ଅଘାଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରମିକମାନେ ଘରକୁ ଫେରିବା ପାଇଁ କେତେ ଚିନ୍ତିତ ଅଛନ୍ତି ସେନେଇ ସେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସଞ୍ଜୟ କହିଛନ୍ତି ଯେ ମହାବିକାଶ ଅଘାଦୀ ସରକାରଙ୍କ କାର୍ଯ୍ୟକାରିତା ଏବଂ ବିଫଳତା ହେତୁ ଶ୍ରମିକମାନଙ୍କୁ ଏତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡଛି । ସେ କହିଛନ୍ତି ଯେ, ଟ୍ରାନଜିଷ୍ଟ ଫର୍ମ ଏବଂ ମେଡିକାଲ ଚେକଅପ୍ ନାଁରେ ସରକାର ଆଜି ଶ୍ରମିକଙ୍କ ମୂଲ୍ୟ ଦୁଇଗୁଣ ଆଦାୟ କରୁଛନ୍ତି ।

sanjay nirupam
ସଞ୍ଜୟ ନିରୁପମ

କଂଗ୍ରେସ ନେତା ସଞ୍ଜୟ ନିରୂପମ ମୁମ୍ବାଇର ବିରାର ପୋଲିସ ଷ୍ଟେସନକୁ ଆସି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ସମୟରେ ସେ ମହାରାଷ୍ଟ୍ର ସରକାରଙ୍କ ବିଫଳତାକୁ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ସଞ୍ଜୟ ନିରୂପମ ସରକାରଙ୍କୁ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି ଯେ ଆଜି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ପାଇଁ ଏହି ସରକାର ଦାୟୀ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବୁଝିବା ଏବଂ ସମାଧାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ସରକାରଙ୍କ ପାଖରେ କୌଣସି ଶ୍ରମିକଙ୍କ ତଥ୍ୟ ନାହିଁ ବୋଲି ନିରୂପମ୍ କହିଛନ୍ତି । ସେ କହିଛନ୍ତି ଯେ ସରକାର ଆଜି ଶ୍ରମିକମାନଙ୍କୁ ଖାଇବାକୁ ଦେବାରେ ବିଫଳ ହୋଇଛନ୍ତି ଏବଂ ସେଥିପାଇଁ ଶ୍ରମିକମାନେ ବହୁ ସଂଖ୍ୟାରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି।

ନିରୁପମ ଆହୁରି କହିଛନ୍ତି, ଯଦି ମୁଁ ଏହାକୁ ସରକାରଙ୍କ ବିଫଳତା ବୋଲି କହୁଛି ତେବେ ସରକାର ଏହାକୁ ପସନ୍ଦ କରିବେ ନାହିଁ କିନ୍ତୁ ଏହା ସତ୍ୟ ଯେ ସରକାର ଏହି ସଙ୍କଟକୁ ସମୟ ଥାଉ ସୁଧାରି ପାରୁନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.