ETV Bharat / bharat

ଭାଷଣ ଦେଉଥିବା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା, ଭିଡିଓ ଭାଇରାଲ

author img

By

Published : Apr 19, 2019, 12:42 PM IST

ଗୁଜରାଟ ପଟିଦାର ସମୁଦାୟ ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା। ନିର୍ବାଚନୀ ସଭାରେ ଜଣେ ଲୋକ ହାର୍ଦ୍ଦିକଙ୍କୁ ଚାପୁଡା ମାରିଛି।

ଡିଜାଇନ ଫଟୋ

ଗାନ୍ଧୀନଗର: ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା । ଏକ ନିର୍ବାଚନୀ ସଭାରେ ହାର୍ଦ୍ଧିକ ଭାଷଣ ଦେଉଥିବା ବେଳେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ହାର୍ଦ୍ଧିକ କିଛି ଜାଣିବା ପୂର୍ବରୁ ସଭାମଧ୍ୟକୁ ପ୍ରବେଶ କରି ବ୍ୟକ୍ତି ଜଣକ ତାଙ୍କୁ ମାଡ ମାରିଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଜିଭିଏଲ ନରସୀମା ରାଓଙ୍କୁ ମଧ୍ୟ ଜଣେ ବ୍ୟକ୍ତି ସାମ୍ବାଦିକ ସମ୍ମିଳନୀରେ ଚପଲ ମାରିଥିଲେ ।

କାଲି ଚପଲ, ଆଜି ଚାପୁଡା । ନିର୍ବାଚନୀ ମଇଦାନରେ ବଢୁଛି ବିଦ୍ବେଷ ଭାବ । ବଢୁଛି ଆକ୍ରମଣର ମାତ୍ରା । ନେତାଙ୍କ ଭାଷଣକୁ ହଜମ କରିପାରୁନାହାଁନ୍ତି ବିରୋଧୀ ଗୋଷ୍ଠୀ । ଗତକାଲି ବିଜେପିର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ବ୍ୟକ୍ତି ଜିଭିଏଲ ନରସୀମା ରାଓଙ୍କୁ ଚପଲ ମାରିବାକୁ ଉଦ୍ୟମ କରିଥିଲେ । ଆଉ ଠିକ ଏହାର ଦିନକ ପରେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ଆଜି ଗୁଜୁରାଟର ସୁରେନ୍ଦ୍ରନଗରରେ ପଟିଦାର ନେତା ହାର୍ଦ୍ଦିକଙ୍କ ଉପରେ ହୋଇଛି ଆକ୍ରମଣ । ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥାନ୍ତି ହାର୍ଦ୍ଧିକ ପଟେଲ । କେହିକିଛି ବୁଝିବା ପୂର୍ବରୁ ହଠାତ ସଭାମଧ୍ୟକୁ ଜଣେ ବ୍ୟକ୍ତି ଚାଲି ଆସିଥିଲେ । ନିଜ ରୋଷ ବ୍ୟକ୍ତ କରିବା ସହ ଚାପୁଡା ମାରିଥିଲେ । ପୁରା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ତୁରନ୍ତ ହାର୍ଦ୍ଦିକଙ୍କ ସମର୍ଥକ ମାନେ ବ୍ୟକ୍ତି ଜଣଙ୍କୁ ଧରି ନେଇଥିଲେ। ଏପରିକି ତାଙ୍କୁ ନିର୍ଦ୍ଧୁମ ଛେଚିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ଘଟଣାକୁ ନେଇ ହାର୍ଦ୍ଦିକ କହିଛନ୍ତି, ଏସବୁ ବିଜେପିବାଲାଙ୍କ କାଣ୍ଡ । ମୋତେ ଚୁପ କରିବା ପାଇଁ ଉଦ୍ୟମ ହେଉଛି । ହେଲେ ଏଥିରେ ସେମାନେ ସଫଳ ହେବେ ନାହିଁ ବୋଲି ହାର୍ଦ୍ଦିକ କହିବା ସହ ଉକ୍ତ ବ୍ୟକ୍ତିଙ୍କ ନାମରେ ଏତଲା ରୁଜୁ କରିଛନ୍ତି।

Intro:Body:

dhrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.