ETV Bharat / bharat

ରାଜଦ୍ରୋହ ମାମଲାରେ ଗିରଫ ହେଲେ ହାର୍ଦ୍ଦିକ ପଟେଲ

author img

By

Published : Jan 18, 2020, 9:44 PM IST

କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ । ରାଜଦ୍ରୋହ ମାମଲାରେ ହାର୍ଦ୍ଦିକଙ୍କୁ ଅହମ୍ମଦାବାଦର ବିରମ ଗାଁରୁ ଗିରଫ କରାଯାଇଛି । ଅଧିକ ଖବର ପଢନ୍ତୁ...

ରାଜଦ୍ରୋହ ମାମଲାରେ ଗିରଫ ହେଲେ ହାର୍ଦ୍ଦିକ ପଟେଲ
ରାଜଦ୍ରୋହ ମାମଲାରେ ଗିରଫ ହେଲେ ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ରାଜଦ୍ରୋହ ମାମଲାରେ ହାର୍ଦ୍ଦିକଙ୍କୁ ଅହମ୍ମଦାବାଦର ବିରମ ଗାଁରୁ ଗିରଫ କରିଛି ଗୁଜୁରାଟ ପୋଲିସ । ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିଲା । 24 ଜାନୁଆରୀ ସୁଦ୍ଧା ହାର୍ଦ୍ଦିକଙ୍କୁ ହାଜର ହେବାକୁ କୁହାଯାଇଥିବା ବେଳେ ଏହା ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି ।

କଂଗ୍ରେସରେ ସାମିଲ ହୋଇସାରିଥିବା ପଟିଦାର ଆରକ୍ଷଣ ଆନ୍ଦୋଳନ ସମିତିର ପୂର୍ବତନ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ରାଜଦ୍ରୋହ ମାମଲା ରହିଛି । ପଟିଦାର ଆନ୍ଦୋଳନ ସମର୍ଥନ ରାଲି ସମୟରେ ବ୍ୟାପକ ହିଂସା ମାମଲାରେ ହାର୍ଦ୍ଦିକଙ୍କ ବିରୁଦ୍ଧରେ ଏହି ରାଜଦ୍ରୋହ ମାମଲା ଦାୟର ହୋଇଥିଲା । ମାମଲାର ଶୁଣାଣି ସମୟରେ ବାରମ୍ବାର ଅନୁପସ୍ଥିତ ରହୁଥିଲେ ହାର୍ଦ୍ଦିକ । ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିବା ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.