ETV Bharat / bharat

ବିଦାୟ ବେଳେ ମନେପଡିଲା 1999 ମହାବାତ୍ୟା କରୁଣ କାହାଣୀ, ଭାବୁକ ଗୁଲାମ - ଗୁଲାମ ନବୀ ଆଜାଦ

ଗୁଲାମଙ୍କ ସହ ଜମ୍ମୁ କାଶ୍ମୀର ଅନ୍ୟ 3 ଜଣ ସାଂସଦଙ୍କ ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଛି । ଗୁଲାମ ନବୀ ଆଜାଦ ମଧ୍ୟ ନିଜ ବିଦାୟୀ ଭାଷଣରେ ଅନେକ ପୁରୁଣା ସ୍ମୃତି ଉଲ୍ଲେଖ କରିବା ସହ ଓଡିଶା ସମ୍ପର୍କରେ ଅବତାରଣ କରିଥିଲେ । ଅଧିକ ପଢନ୍ତୁ...

ବିଦାୟ ନେଲେ ଆଜାଦ; ଓଡିଶା ସହ ମହାବାତ୍ୟା କରୁଣ କାହାଣୀ କଲେ ଉଲ୍ଲେଖ, ହେଲେ ଭାବୁକ

author img

By

Published : Feb 9, 2021, 4:42 PM IST

Updated : Feb 9, 2021, 5:50 PM IST

ନୂଆଦିଲ୍ଲୀ: ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ଆଜି ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଛି । ଗୁଲାମଙ୍କ ସହ ଜମ୍ମୁ କାଶ୍ମୀର ଅନ୍ୟ 3 ଜଣ ସାଂସଦଙ୍କ ମଧ୍ୟ କାର୍ଯ୍ୟକାଳ ଶେଷ ହୋଇଛି । ଆଜି (ମଙ୍ଗଳବାର) 4 ଜଣ ସାଂସଦଙ୍କୁ ଗୃହରୁ ବିଦାୟ ଦିଆଯାଇଥିବା ବେଳେ ଗୁଲାମ ନବୀ ଆଜାଦଙ୍କୁ ପ୍ରଶଂସାରେ ପୋତିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି । ଗୁଲାମ ନବୀ ଆଜାଦ ମଧ୍ୟ ନିଜ ବିଦାୟୀ ଭାଷଣରେ ଅନେକ ପୁରୁଣା ସ୍ମୃତି ଉଲ୍ଲେଖ କରିବା ସହ ଓଡିଶା ସମ୍ପର୍କରେ ଅବତରଣ କରିଥିଲେ ।

ବିଦାୟ ବେଳେ ମନେପଡିଲା 1999 ମହାବାତ୍ୟା କରୁଣ କାହାଣୀ, ଭାବୁକ ଗୁଲାମ

ନିଜ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀଙ୍କ କୋହ ଦେଖି ଗୁଲାମ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶାଂସ କରିବା ସହ କୃତଜ୍ଞତା ଜଣାଇଥିଲେ । ସେହିପରି ନିଜ ଜୀବନରେ 4ରୁ 5 ଥର ସେ ସର୍ବସମ୍ମୁଖରେ କାନ୍ଦିଥିଲେ । ସେଥିରୁ ଗୋଟିଏ ଥିଲା 1999 ଓଡିଶା ମହାବାତ୍ୟା । ସେତେବେଳେ ତାଙ୍କ ସ୍ବର୍ଗୀୟ ପିତା ଦୂରାରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ତାଙ୍କର ଚିକିତ୍ସା ପାଇଁ ଗୁଲାମ ମେଡିକାଲରେ ଥିବାବେଳେ ସୋନିଆ ଗାନ୍ଧୀଙ୍କ ଫୋନ ଆସିଥିଲା ।

ମାଡାମ ସୋନିଆ କହିଲେ ‘ଆଜାଦ ଓଡିଶା ମହାବାତ୍ୟାର ସମ୍ମୁଖିନ ହୋଇଛି । ବ୍ୟାପକ ଧନ ଜୀବନ କ୍ଷତି ହୋଇଛି, ଆପଣଙ୍କୁ ତୁରନ୍ତ ଓଡିଶା ଯିବାକୁ ହେବ । ପିତାଙ୍କୁ ଛାଡି ଯିବା ଅନିଛା ସତ୍ବ୍ବେ ସେ ଓଡିଶା ଗଲେ । ବିମାନବନ୍ଦରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଯେତେବେଳେ ଗଲେ ସେଠାକାର ଭୟଙ୍କର ସ୍ଥିତି ଦେଖି ନିଜ କୋହ ସମ୍ଭାଳି ପାରିନଥିଲେ । କେତେ ଯେ ଶିଶୁ ଅନାଥ ହୋଇଗଲେ, କେତେ ଯେ ଲୋକ ମୃତ୍ୟୁ ବରଣ କଲେ ତାହା ଦେଖି ମୁଁ ନିଜକୁ ସମ୍ଭାଳି ପାରିନଥିଲି’ ।

ସେହିପରି ଗୁଲାମ ନବୀ ଆଜାଦ କହିଥିଲେ ସେହି ସମୟରେ ଆମର ଯୁବନେତା ଲୁଲୁ( ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର)ଙ୍କ ନେତୃତ୍ବରେ ଏକ ହଜାର କଂଗ୍ରେସ କର୍ମୀ ବାତ୍ୟା ଅଞ୍ଚଳରେ 3 ଦିନ ଧରି ଲୋକଙ୍କୁ ସହାୟତା କଲେ । ପରେ ସେଠାରୁ ଫେରି ପ୍ରଧାନମନ୍ତ୍ରୀ ବାଜପେୟୀ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେଇଥିଲେ ବୋଲି ଗୁଲାମ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2021, 5:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.