ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: 'ସରକାର ଉପରେ ନାହିଁ କୌଣସି ବିପଦ'

author img

By

Published : Mar 6, 2020, 3:07 PM IST

ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ନିଖୋଜ ଥିବା 4 ବିଧାୟକଙ୍କର ସୂଚନା ଏବେସୁଦ୍ଧା ମିଳିପାରିନାହିଁ । ଇତି ମଧ୍ୟରେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ଉପରେ କୌଣସି ବିପଦ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି ।

madhyapradesh crisis
ଦିଗବିଜୟ ସିଂହ

ଭୋପାଲ: ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ନିଖୋଜ ଥିବା 4 ବିଧାୟକଙ୍କର ସୂଚନା ଏବେସୁଦ୍ଧା ମିଳିପାରିନାହିଁ । ଇତି ମଧ୍ୟରେ 4 ନିଖୋଜ ବିଧାୟକଙ୍କ ମଧ୍ୟରୁ ଜଣେ କଂଗ୍ରେସ ବିଧାୟକ ହରଦୀପ ସିଂ ଡଙ୍ଗ୍‌ ଗୁରୁବାର ନିଜର ଇସ୍ତଫାପତ୍ର ବାଚସ୍ପତି ଏନ୍‌.ପି. ପ୍ରଜାପତି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନିକଟକୁ ପଠାଇଛନ୍ତି । ସେପଟେ ଅନ୍ୟ 3 ବିଧାୟକ ମଧ୍ୟ ଆଜି ଇସ୍ତଫା ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ ମଧ୍ୟପ୍ରଦେଶର ରାଜନୈତିକ ସଙ୍କଟ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ।

ଦିଗବିଜୟ ସିଂହ

ଏନେଇ ଦିଗବିଜୟ ସିଂହ କହିଛନ୍ତି, ମଧ୍ୟପ୍ରଦେଶର କଂଗ୍ରେସ ସରକାର ଉପରେ କୌଣସି ବିପଦ ନାହିଁ । ସରକାର 5 ବର୍ଷ ପର୍ଯ୍ୟନ୍ତ ଚାଲିବ । ଆମେ ଲୋକଙ୍କ ପାଇଁ ଅନେକ କାମ କରିଛୁ । ଚାଷୀଙ୍କ ପାଇଁ ଅନେକ କିଛି କରିଛୁ । ଡଙ୍ଗ୍‌ ଇସ୍ତଫା ଦେଇନାହାନ୍ତି । ଏହା କେବଳ ତାଙ୍କର ପ୍ରତିକ୍ରିୟା । ସବୁ ବିଧାୟକ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କ ନିକଟରେ ବୁଝିବା ଶକ୍ତି ଅଛି । ସଞ୍ଜୀବ କୁଶବାହ ଏବଂ ରାଜେଶ ଶୁକ୍ଳା ହୋଟେଲରେ ନଥିଲେ ବୋଲି ଦିଗବିଜୟ ସିଂହ କହିଛନ୍ତି । ଏହା ସହିତ ରାଜ୍ୟରେ ଖୁବ ଶୀଘ୍ର କ୍ୟାବିନେଟ ବିସ୍ତାର ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି ଦିଗବିଜୟ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.