ETV Bharat / bharat

ପିଏମ ମୋଦି ଓ ଅମିତ ଶାହ ଅନୁପ୍ରବେଶକାରୀ: ଅଧିର ରଞ୍ଜନ ଚୌଧୁରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁପ୍ରବେଶକାରୀ

ସମଗ୍ର ଦେଶରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହେବା ନେଇ ସେ ବର୍ଷିଛନ୍ତି। ଏହି ପ୍ରସଙ୍ଗରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଅନୁପ୍ରବେଶକାରୀ ବୋଲି କହିବାକୁ ପଛାଇନାହାଁନ୍ତି ସେ। ଅଧିକ ପଢନ୍ତୁ...

congress leader adhir ranjan chowdhury attacked pm modi and amit shah
ଡିଜାଇନ ଫଟୋ
author img

By

Published : Dec 1, 2019, 6:25 PM IST

ନୂଆଦିଲ୍ଲୀ: ଲୋକସଭାର କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବିରୋଧ କରିବାରେ କୌଣସି ବି ସୁଯୋଗ ହାତ ଛଡା କରନ୍ତିନାହିଁ । ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଏକ ଦେଇଥିବା ବିବାଦୀୟ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଦେଶରେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହେବା ନେଇ ସେ ବର୍ଷିଛନ୍ତି। ଏ ପ୍ରସଙ୍ଗରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁପ୍ରବେଶକାରୀ ବୋଲି କହିବାକୁ ପଛାଇନାହାଁନ୍ତି।

ଦେଶବ୍ୟାପୀ ଏନଆରସି ଲାଗୁ ନେଇ ଦେଶବାସୀ ଭୟଭୀତ ରହିଛନ୍ତି ବୋଲି ସେ କହିଛନ୍ତି । ହିନ୍ଦୁସ୍ତାନ କାହାର ପୈତୃକ ସମ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି । ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନୁପ୍ରବେଶକାରୀ ବୋଲି କହିଛନ୍ତି ଅଧିର ରଞ୍ଜନ । ଘର ଗୁଜୁରାଟ ଓ ଦିଲ୍ଲୀରେ ଆସି ରହିଛନ୍ତି ମୋଦି ଜୀ ଓ ଶାହ ଜୀ ବୋଲି କହିବା ସହ ସେମାନେ ଅନୁପ୍ରବେଶକାରୀ ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା।

ଭିଡିଓ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ସଂସଦରେ ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ରାଜ୍ୟସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ବଡ ବୟାନ ଦେଇଥିଲେ । ଆଗକୁ ଦେଶବ୍ୟାପୀ ଏନଆରସି ଲାଗୁ ହେବ ବୋଲି ସେ କହିଥିଲେ । ଏହାସହ କୌଣସି ଧର୍ମର ଲୋକ ଡରିବା ଆବଶ୍ୟକ ନାହିଁ ବୋଲି ରାଜ୍ୟସଭାରେ ବିବୃତି ରଖିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.