ETV Bharat / bharat

ଛିଣ୍ଡୁନି ଅଙ୍କ ମିଶୁନି ମନ: ଆଜି ରାହୁଲ-ଦେବଗୌଡା ସାକ୍ଷାତ - Election 2019

ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସମର୍ଥନରେ ଶାସକ ଜେଡିଏସ କ୍ଷମତାରେ ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ଉଭୟ କେତେ ଆସନରେ ଲଢିବେ ତାହା ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଆସନ ବୁଝାମଣାକୁ ନେଇ କଂଗ୍ରେସ-ଜେଡିଏସ ମଧ୍ୟରେ ଆଗରୁ ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରିନାହିଁ।

ଡିଜାଇନ ଫଟୋ
author img

By

Published : Mar 6, 2019, 11:13 AM IST

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖଉଛି ମେଣ୍ଟକୁ ନେଇ ଦଳଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ବିଶେଷ କରି ଆସନ ବୁଝାମଣାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ବିଭିନ୍ନ ରାଜ୍ୟରେ ମେଣ୍ଟ ଦଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାବେଳେ କେତେକ ରାଜ୍ୟରେ ଏହା ସ୍ଥିର ହୋଇସାରିଛି । ଏହି ଆସନ ବଣ୍ଟାକୁ ନେଇ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଜେଡିଏସ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହେବ । କର୍ଣ୍ଣାଟକରେ ଆସନ ବୁଝାମଣାକୁ ନେଇ ଉଭୟ ଆଲୋଚନା କରିବେ ବୋଲି ଜଣାପଡିଛି । ଯେତେ ସମ୍ଭବ ଆଜି ଏହା ଉପରେ ଫାଇନାଲ ମୋହର ମରାଯିବାର ଅନେକ ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ କଂଗ୍ରେସ ସମର୍ଥନରେ ଶାସକ ଜେଡିଏସ କ୍ଷମତାରେ ଥିବାବେଳେ ଆଗାମୀ ଲୋକସଭା ନିର୍ବାଚନରେ ଉଭୟ କେତେ ଆସନରେ ଲଢିବେ ତାହା ନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଗତ 2014 ଲୋକସଭା ନିର୍ବାଚନରେ ବିଜେପି 17ଟି ସିଟ ଜିତିଥିବାବେଳେ କଂଗ୍ରେସ 9 ଏବଂ ଜେଡିଏସ 2ଟିରେ ସନ୍ତୁଷ୍ଟ ଥିଲେ ।

  • Congress President Rahul Gandhi to meet former Prime Minister and JDS leader HD Deve Gowda in Delhi today on the issue of seat-sharing in Karnataka for the coming Lok Sabha elections. pic.twitter.com/UnOvOUJlLr

    — ANI (@ANI) March 6, 2019 " class="align-text-top noRightClick twitterSection" data=" ">

ତେବେ ଆସନ ବୁଝାମଣାକୁ ନେଇ କଂଗ୍ରେସ-ଜେଡିଏସ ମଧ୍ୟରେ ଆଗରୁ ଆଲୋଚନା ହୋଇସାରିଥିଲେ ମଧ୍ୟ କୌଣସି ଫଳାଫଳ ବାହାରିନାହିଁ । ସୋମବାର ଦିନ ଏହା ଉପରେ ଉଭୟ ଦଳର ବରିଷ୍ଠ ନେତା ଆଲୋଚନା କରିଥିଲେ । ଏଥିପାଇଁ କର୍ଣ୍ଣାଟକରେ ଉଭୟ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା । ମାତ୍ର ଏଥିରେ ମଧ୍ୟ ମନ ମିଶିନଥିଲା କି ଅଙ୍କ ଛିଡିନଥିଲା । କଂଗ୍ରେସର ଚେୟାରମେନ ଅଫ କମିଟି ସିଦ୍ଧରମୈୟା ବୈଠକ ପରେ କହିଥିଲେ ଯେ ଆଗକୁ ଆହୁରି ଆଲୋଚନା ହେବାର ଅଛି । ଏକସପ୍ତାହ ମଧ୍ୟରେ ଏହା ସ୍ଥିର ହେବ ବୋଲି ସେ କହିଥିଲେ ।

କର୍ଣ୍ଣାଟକରେ 28ଟି ଲୋକସଭା ଆସନରୁ କଂଗ୍ରେସ ଓ ଜେଡିଏସ କେତୋଟି ଆସନରେ ପ୍ରାର୍ଥୀ ଦେବେ ତାହା ଆଜି ସ୍ଥିର ହୋଇପାରେ । ଦଳ ହିସାବରେ କଂଗ୍ରେସ ଅଧିକ ଚାହୁଁଥିବାବେଳେ କ୍ଷମତାରେ ଥିବାରୁ ଜେଡିଏସ ମଧ୍ୟ ଅଧିକ ଆଶାରେ ରହିଛି । ଏନେଇ ସୋମବାର ବୈଠକ ପୂର୍ବରୁ ମଧ୍ୟ ଅନେକ ବୈଠକ ହୋଇସାରିଛି କିନ୍ତୁ କୌଣସିଥିରେ ଉଭୟ ଏକମତ ହୋଇପାରିନାହାନ୍ତି । ଏବେ ଦେଖିବାକୁ ବାକି ରହିଲା ଆଜିର ବୈଠକରେ କଣ ସ୍ଥିର ହେଉଛି ।

ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଅନୁଗୋଳ ଜିଲା  ତାଳଚେର ଗ୍ରସ୍ଥରେ ଆସି ତାଳଚେତ ଠାରେ ଏମ୍ସିଏଲ ଦ୍ୱାରା ନିର୍ମିତ ମହାନଦୀ ଇନଷ୍ଟିଚ୍ୟୁଟ of ମେଡିକାଲ ଆଣ୍ଡ ରିସର୍ଚ୍ଚ ଏକାଡେମୀକ ବିଲ୍ଡିଂଗକୁ ଜାତି ଉଦ୍ଧେଶ୍ୟରେ ଉସର୍ଗ କରିବା ସହ ଏକ କ୍ୟାନ୍ସର ହସ୍ପିଟାଲର ଭିତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ପ୍ରାୟ 499 କୋଟି ଟଙ୍କା ବ୍ୟୟରେ mcl ଏଠାରେ ଏକ ହସ୍ପିଟାଲ ନିର୍ମାଣ କରିଛି। ଯାହା ଦ୍ୱାରା କେବଳ ତାଳଚେର କାହିଁକି ସାରା ରାଜ୍ୟର ଲୋକେ ଚିକିତ୍ସା କ୍ଷେତ୍ରରେ ଉପକୃତ ହୋଇ ପାରିବେ। କିନ୍ତୁ ଏହାର ପରିଚାଳନା ପାଇଁ mcl ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ରାଜ୍ୟ ସରକାର ରାଜି ହେଉ ନାହାନ୍ତି। ଫଳରେ ହସ୍ପିଟାଲ ଚାଳିବାରେ ବିଳମ୍ବ ହେଉଛି। mcl ନିଜେ ଏମ୍ସିଆଇ କୁ ହସ୍ପିଟାଲ ଚାଲୁ କରିବାକୁ ଅନୁମତି ଦେବାକୁ ଆବେଦନ କରିଛି। କିନ୍ତୁ ରାଜ୍ୟ ସରକାର ଏସେନସିଆଲ ସାର୍ଟିଫିକେଟ ରେ ସ୍ଵାକ୍ଷର କରୁ ନଥିବାରୁ ଏମ୍ସିଆଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଯେଉଁଥି ପାଇଁ ଏଠାରେ ନିର୍ମାଣ ହୋଇଥିବା ହସ୍ପିଟାଲର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏସେନସିଆଲ ସାର୍ଟିଫିକେଟରେ ସ୍ଵାକ୍ଷର କରାଯିବ ନାହିଁ ବୋଲି ସ୍ପଷ୍ଟ ଶୁଣାଇ ଦେଇଛନ୍ତି। ନିର୍ବାଚନ ସହ ଲୋକଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର କାହିଁକି ଯୋଡୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ଯଦି ରାଜ୍ୟ ସରକାର କୌଣସି ପଦକ୍ଷେପ ନାନିଅନ୍ତି ତେବେ କେନ୍ଦ୍ର ସରକାର ହସ୍ତକ୍ଷେପ କରି mcl କିଭଳି ନିଜେ ଏହାର ପରିଚାଳନା କରି ପାରିବ ସେଥି ପାଇଁ ପଦକ୍ଷେପ ନିଆଯିବ। ଲୋକଙ୍କ ସ୍ୱାର୍ଥକୁ ଆଦୌ ଅବହେଳା କରାଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଥିଲେ।
ବାଇଟ-ଧର୍ମେନ୍ଦ୍ର ପ୍ରଧାନ(କେନ୍ଦ୍ର ମନ୍ତ୍ରୀ)
Visual&Byte on mojo 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.