ବେଙ୍ଗାଲୁରୁ: କଂଗ୍ରେସ-ଜେଡିଏସ ମେଣ୍ଟକୁ ଅସ୍ଥିର କରିବାକୁ ବିରୋଧୀ ଚେଷ୍ଟା କରୁଛନ୍ତି ହେଲେ ଏହା ଅସ୍ଥିର ପରିବର୍ତ୍ତେ ମଜବୁତ ହେଉଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ କହିଛନ୍ତି । ସେ ଦୃଢ ଓ ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଏହା ସହ ପର୍ଯ୍ୟଟନ ମନ୍ତ୍ରୀ ସା ରା ମହେଶ ଓ ବିଜେପି ନେତାଙ୍କ ମଧ୍ୟରେ ବସିଥିବା ବୈଠକକୁ ଗୁରୁତ୍ବ ଦେବା ଅନାବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଏହି ବୈଠକ କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ଅଧୀନରେ ଗୁରୁତ୍ବ ବହନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।