ETV Bharat / bharat

'ଘୋଡା ବେପାରର ଅନ୍ୟ ନାଁ କଂଗ୍ରେସ'

ଏକଦା କର୍ଣ୍ଣାଟକରେ କଂଗ୍ରେସ ସହଯୋଗରେ କିଙ୍ଗ୍‌ ମେକରରୁ କିଙ୍ଗ୍‌ ସାଜି ବିଜେପିଠାରୁ ଗାଦି ଛଡାଇନେଇଥିବା କୁମାର ସ୍ବାମୀ ଏବେ ସେହି କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଅନ୍ୟ ନାଁ ଘୋଡାବେପାର । ଅଧିକ ପଢନ୍ତୁ...

author img

By

Published : Jul 28, 2020, 8:24 PM IST

'ଘୋଡା ବେପାରର ଅନ୍ୟ ନାଁ କଂଗ୍ରେସ'
'ଘୋଡା ବେପାରର ଅନ୍ୟ ନାଁ କଂଗ୍ରେସ'

ବେଙ୍ଗାଲୁରୁ: ରାଜସ୍ଥାନ ରାଜନୀତିରେ ଜାରି ରହିଛି ମହାସଂଗ୍ରାମ । ଏବେ ବି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ଉପରେ ଛାଇ ରହିଛି ସଂଙ୍କଟର କଳା ବାଦଲ । ଏପରିସ୍ଥିତିରେ କଂଗ୍ରେସକୁ ହିଁ ଘେରିବାରେ ଲାଗିଛନ୍ତି ଏହାର ପୂର୍ବତନ ସହଯୋଗୀ ଦଳ । ପୂର୍ବରୁ ବସପା ସୁପ୍ରିମୋ ମାୟାବତୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଥିବା ବାଳେ ଏବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ମଧ୍ୟ ରାଜସ୍ଥାନ ରାଜନୈତିକ ସଂଗ୍ରାମରେ ଅଚାନକ ଏଣ୍ଟ୍ରି ମାରି କଂଗ୍ରେସ ଉପରେ ବଡ ଆକ୍ରମଣ କରିଛନ୍ତି । ଏପରିକି ସେ କଂଗ୍ରେସକୁ ଘୋଡା ବେପାରୀ ସହ ତୁଳାନା କରିଛନ୍ତି ।

ଏକଦା କର୍ଣ୍ଣାଟକରେ କଂଗ୍ରେସ ସହଯୋଗରେ କିଙ୍ଗ୍‌ ମେକରରୁ କିଙ୍ଗ୍‌ ସାଜି ବିଜେପିଠାରୁ ଗାଦି ଛଡାଇନେଇଥିବା କୁମାର ସ୍ବାମୀ ଏବେ ସେହି କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ସେ କହିଛନ୍ତି ଯେ କଂଗ୍ରେସର ଅନ୍ୟ ନାଁ ଘୋଡାବେପାର ।

କୁମାରସ୍ବାମୀ ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ ରାଜନୈତିକ ଦଳଗୁଡିକୁ ବାଣ୍ଟିବା ତଥା ବିଧାୟକଙ୍କ କିଣାବିକା କରିବାରେ ମାହିର । ଏହି କାରଣରୁ ହିଁ ଘୋଡା ବେପାର ଶବ୍ଦର ବ୍ୟବହାର ହୋଇଥିଲା । ବିଜେପି ବିରୋଧରେ ବିଧାୟକ କିଣାବିକା ମାମଲାରେ କଂଗ୍ରେସ ଦେଶବ୍ୟାପୀ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଆରମ୍ଭ କରିଛି । ହେଲେ କଂଗ୍ରସ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସ୍ବାମୀ । ରାଜସ୍ଥାନରେ ସରକାର ଗଠନ ପାଇଁ ସମର୍ଥନ ଦେଇଥିବା ବସପାର ବିଧାୟକଙ୍କୁ ନିଜ ଦଳରେ ସାମିଲ କରାଇଦେବା କଣ ଘୋଡା ବେପାର ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟାବଳ କମ ସତ୍ତ୍ବେ କଂଗ୍ରେସ ସହଯୋଗରେ ସରକାର ଗଠନ କରିବାକୁ ସମର୍ଥ ହୋଇଥିଲା ଜେଡିଏସ । ଏଚଡି ଦେବଗୌଡାଙ୍କ ପୁଅ କୁମାର ସ୍ବାମୀ ହୋଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ । ହେଲେ କଂଗ୍ରେସ ସହ ମିଶି ସରକାର ଚଳାଇବା ବଡ କଷ୍ଟ ବୋଲି ଅନେକ ଥର ଖୋଲା ମଞ୍ଚରେ କହିଥିଲେ ସ୍ବାମୀ । କେବଳ ଏତିକି ନୁହେଁ ତାଙ୍କୁ ଅନେକ ଥର ଏଥିପାଇଁ ଆଖିରୁ ଲୁହ ମଧ୍ୟ ଗଡାଇବାର ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.