ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର ଅଭିଯୋଗରେ ଗିରଫ ହୋଇ ନ୍ୟାୟିକ ହେପାଜତରେ ଥିବା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି ଦଳର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀ ।
ଶିବକୁମାରଙ୍କ ଜାମିନ ଆବେଦନର ରାୟ ବୁଧବାର ପ୍ରକାଶ ପାଇବାକୁ ଥିବା ବେଳେ, ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଅନେକ ଗୁରୁତ୍ବ ବହନ କରୁଛି। ଗତ ସୋମବାର ତିହାର ଜେଲରେ ଶିବକୁମାରଙ୍କୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ସାକ୍ଷାତ କରିଥିଲେ ।