ETV Bharat / bharat

ପିଟିଆଇକୁ ପ୍ରସାର ଭାରତୀର ଚେତାବନୀ, ବର୍ଷିଲେ କଂଗ୍ରେସ ନେତା - ପ୍ରସାର ଭାରତୀ

ଚୀନ ରାଷ୍ଟ୍ରଦୂତଙ୍କ ସହ ପିଟିଆଇର ବିବାଦୀୟ ସାକ୍ଷାତକାର ପରେ ଉକ୍ତ ଏଜେନ୍ସି ସହ ଚୁକ୍ତିନାମା ସମୀକ୍ଷା କରୁଛି ପ୍ରସାର ଭାରତୀ । ଯାହାକୁ ନେଇ ପ୍ରସାର ଭାରତୀ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ।

କଂଗ୍ରେସ ନେତା
କଂଗ୍ରେସ ନେତା
author img

By

Published : Jun 28, 2020, 6:39 PM IST

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରଦୂତଙ୍କ ସହ ପିଟିଆଇର ବିବାଦୀୟ ସାକ୍ଷାତକାର ପରେ ଉକ୍ତ ଏଜେନ୍ସି ସହ ଚୁକ୍ତିନାମା ସମୀକ୍ଷା କରୁଛି ପ୍ରସାର ଭାରତୀ । ଏନେଇ ସେ ପିଟିଆଇକୁ ପତ୍ର ଲେଖି ତା ସହ ସମ୍ପର୍କ ସମୀକ୍ଷା କରୁଥିବା ଧମକ ଦେଇଛି । ଯାହାକୁ ନେଇ ପ୍ରସାର ଭାରତୀ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଏନେଇ ଟ୍ବିଟ କରି କହିଛନ୍ତି, ସତ କଥା ହେଉଛି ସରକାରଙ୍କର ଅଧିକାରୀକ ପ୍ରସାରକ ଦୁରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓ ପ୍ରସାର ଭାରତୀ ମାଧ୍ୟମରେ ନିୟନ୍ତ୍ରିତ ହେଉଛି । ତାର ପୂର୍ଣ୍ଣ ସ୍ବାଧୀନତା ନାହିଁ । ପ୍ରସାର ଭାରତୀ ଦ୍ବାରା ପିଟିଆଇକୁ ପଠାଯାଇଥିବା ପତ୍ର ତତ୍କାଳୀନ ଫେରାଇ ନେବା ଉଚିତ ।

ସେହିପରି କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ଏନେଇ ପ୍ରସାର ଭାରତୀ ଉପରେ ବର୍ଷିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପିଟିଆଇ ଦ୍ବାରା ପ୍ରକାଶ ଖବରକୁ ଦେଶବିରୋଧୀ ଦର୍ଶାଇ ପ୍ରସାର ଭାରତୀ ତାର ସଦସ୍ୟତା ରଦ୍ଦ କରିବାକୁ ଧମକ ଦେଇଛି । ବାସ୍ତବରେ ପ୍ରସାର ଭାରତୀର ଇଚ୍ଛା ଦେଶ ବିରୋଧୀ । ଯିଏ ଅନ୍ୟ ପକ୍ଷର ମନ୍ତବ୍ୟକୁ ଭାରତୀୟଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁନାହିଁ ।

ସୂଚନାଯୋଗ୍ୟ ଯେ, ସର୍ବପୁରାତନ ଖବର ସଂଗ୍ରହ ସଂସ୍ଥା ପିଟିଆଇ ଜୁନ 25 ତାରିଖରେ ଚୀନ ରାଷ୍ଟ୍ର ଦୂତ ସନ ୱେଇଡଂଙ୍କ ସହ ସାକ୍ଷାତକାର କରିଥିଲା । ଏହି ସାକ୍ଷାତକାରରେ ସନ୍‌ ଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପାଇଁ ସିଧାସଳଖ ଭାରତକୁ ଦୋଷ ଦେଇଥିଲେ । ତେବେ ଏଭଳି ସାକ୍ଷାତକାର ଭାରତର ଜାତୀୟ ସ୍ବାର୍ଥ ବିରୋଧୀ । ଏହା ଦେଶର ଆଞ୍ଚଳିକ ସଂହତି ପ୍ରତି କ୍ଷତି ପହଞ୍ଚାଇପାରେ ବୋଲି ପ୍ରସାର ଭାରତୀ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ସେ ପିଟିଆଇ ସହ ସମ୍ପର୍କ ସମୀକ୍ଷା କରୁଥିବା ପିଟିଆଇକୁ ଜଣାଇଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.