ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ 60 ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପୁରୁଣା ବନ୍ଧୁ ରେଭେନା ଖୁରାନାଙ୍କୁ ବିବାହ କରିଛନ୍ତି । ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଜଣେ ପୁରୁଖା ତଥା ପ୍ରମୁଖ ଚେହେରା ।
ରବିବାର ନୂଆଦିଲ୍ଲୀର ଏକ ପାଞ୍ଚ ତାରକା ହୋଟେଲରେ ସେ ବିବାହ କରିଛନ୍ତି ଯେଉଁଠାରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଉପସ୍ଥିତ ଥିଲେ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦମ୍ପତି ଭାବରେ ଏକାଠି ଏହି ନୂତନ ଯାତ୍ରା ଆରମ୍ଭ କରିଥିବାରୁ ମୁକୁଲ ୱାସନିକ୍ ଜୀ ଏବଂ ରେଭେନା ଖୁରାନା ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଟ୍ବିଟ କରିଛନ୍ତି । ଆଗାମୀ ବର୍ଷଗୁଡିକ ଆପଣଙ୍କ ଜୀବନର ସବୁଠାରୁ ଖୁସିର ସମୟ ବୋଲି ପ୍ରମାଣିତ ହେଉ ବୋଲି ସେ ଲେଖିଛନ୍ତି ।
ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀ ମଧ୍ୟ ଟ୍ବିଟ କରି ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ମୁକୁଲ ୱାସନିକ ଏପର୍ଯ୍ୟନ୍ତ ଅବିବାହିତ ଥିଲେ ଏବଂ ତାଙ୍କ ନାମ ମଧ୍ୟ ଗତ ବର୍ଷ ଅଗଷ୍ଟରେ କଂଗ୍ରେସ ସଭାପତି ପଦ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା ।