ETV Bharat / bharat

ବିମୁଦ୍ରୀକରଣ@3: ମୋଦି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ବିମୁଦ୍ରୀକରଣକୁ ଆଜି ପୁରିଛି 3 ବର୍ଷ । ବିମୁଦ୍ରୀକରଣର 3 ବର୍ଷ ପୁର୍ତ୍ତି ଅବସରରେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

ଫାଇଲ ଫଟୋ
author img

By

Published : Nov 8, 2019, 7:30 PM IST

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ଆଜି ପୂରିଛି 3 ବର୍ଷ । ୨୦୧୬, ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । ଫଳରେ ସେହି ସମୟରେ ପ୍ରଚଳିତ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ରାତାରାତି ଅଚଳ ହୋଇପଡିଥିଲା । ଦେଶର ଅର୍ଥବ୍ୟବସ୍ଥା ଇତିହାସରେ ନଭେମ୍ବର ୮ ଏକ ଖାସ୍‌ ଦିନ ଭାବେ ପରିଗଣିତ ହୋଇଛି । ତେବେ ବିମୁଦ୍ରୀକରଣର 3 ବର୍ଷ ପୁର୍ତ୍ତି ଅବସରରେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ବିମୁଦ୍ରୀକରଣର ଆତଙ୍କବାଦୀ ଆକ୍ରମଣ ଦେଶ ଅର୍ଥବ୍ୟବସ୍ଥାକୁ ବିଗାଡି ଦେଇଛି । ଏହାଦ୍ବାରା ଲକ୍ଷ ଲକ୍ଷ ଛୋଟ ବ୍ୟାପାର ନଷ୍ଟ ହୋଇଛି ଏବଂ ବେକାରୀ ସମସ୍ୟା ବଢିଛି । ବିମୁଦ୍ରୀକରଣ ଯୋଗୁଁ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ତେଣୁ ଏହା ପଛର ଲୋକଙ୍କୁ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ବିମୁଦ୍ରୀକରଣକୁ ବିପର୍ଯ୍ୟୟ ସହ ତୁଳନା କରିଛନ୍ତି ସେ । ସେ କହିଛନ୍ତି, ବିମୁଦ୍ରୀକରଣ ଆମ ଅର୍ଥବ୍ୟବସ୍ଥାକୁ ନଷ୍ଟ କରିଛି । ସରକାରଙ୍କ ଏହି ଭୁଲ ନିଷ୍ପତ୍ତି ପାଇଁ ଦାୟୀ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା କୃଷକ, ଯୁବଗୋଷ୍ଠୀ ଏବଂ ରୋଜଗାର ଆଦି କ୍ଷେତ୍ର ଉପରେ ପ୍ରଭାବ ପକାଇଥିବା କହିଛନ୍ତି । ସେପଟେ ବିଏସପି ଅଧ୍ୟକ୍ଷା ମାୟାବତୀ ମଧ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ବିମୁଦ୍ରୀକରଣ 3 ବର୍ଷ ତଳେ କେନ୍ଦ୍ର ସରକାର ଦ୍ବାରା ଅପରିପକ୍ବ ଉପାୟରେ କରାଯାଇଥିଲା । ଯାହା ଫଳରେ ସାଧାରଣ ଜନତା ଗତ 3 ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.