ETV Bharat / bharat

ସଂସଦରେ ଚୀନ ଗୁପ୍ତଚର ପ୍ରସଙ୍ଗ, ଲୋକସଭାରେ କଂଗ୍ରେସର ସ୍ଥଗିତାଦେଶ ନୋଟିସ

author img

By

Published : Sep 15, 2020, 12:39 PM IST

ସୀମାରେ ଚୀନ ସହ ବିବାଦ ଜାରି ରହିଛି ଓ ଏହି ସମୟ ମଧ୍ୟରେ ଗୁପ୍ତଚର ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ ଭାରତର ପ୍ରାୟ 10 ହଜାର ଲୋକଙ୍କ ଡିଜିଟାଲ୍ ତଥ୍ୟ ସଂଗ୍ରହ କରିଛି ।

ସଂସଦରେ ଚୀନର ଗୁପ୍ତଚର ପ୍ରସଙ୍ଗ
ସଂସଦରେ ଚୀନର ଗୁପ୍ତଚର ପ୍ରସଙ୍ଗ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ବିବାଦ ଜାରି ରହିଛି ଓ ଏହି ସମୟ ମଧ୍ୟରେ ଗୁପ୍ତଚର ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ ଭାରତର ପ୍ରାୟ 10 ହଜାର ଲୋକଙ୍କ ଡିଜିଟାଲ୍ ତଥ୍ୟ ସଂଗ୍ରହ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ଅନେକ ବଡ ବଡ ବ୍ୟକ୍ତିତ୍ବ ଅନ୍ତର୍ଭୁକ୍ତ। ତେବେ ବର୍ତ୍ତମାନ ମଙ୍ଗଳବାର ଲୋକସଭାରେ ଏହି ପ୍ରସଙ୍ଗ ଉଠିପାରେ। କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ସ୍ଥଗିତାଦେଶ ନୋଟିସ ଦେଇଛି।

କଂଗ୍ରେସ ଲୋକସଭା ସାଂସଦ ଏମ ଟାଗୋର ଏକ ସ୍ଥଗିତାଦେଶ ପ୍ରସ୍ତାବ ଦେଇଛନ୍ତି । ଚୀନର ଗୁପ୍ତଚର ମାମଲା ସାମ୍ନାକୁ ଆସିଛି ଓ ଏହା ଗୁରୁତର। ଏହି ପରିପ୍ରେକ୍ଷୀରେ ଏହାକୁ ଗୃହରେ ଆଲୋଚନା କରାଯିବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରକାଶଥାଉକି, ଏହା ପୂର୍ବରୁ ସୋମବାର କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧ ଯୋଗୁଁ ଏହାକୁ ଉଠାଇ ପାରିନଥିଲେ। ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଏକ ସ୍ଥଗିତାଦେଶ ପ୍ରସ୍ତାବ ଦିଆଯାଇଛି।

ଏକ ଇଂରାଜୀ ଖବରକାଗଜ ଦାବି କରିଛି ଯେ ଚୀନ୍ କମ୍ପାନୀ ଭାରତର ବଡ ଲୋକଙ୍କ ଡିଜିଟାଲ୍ ତଥ୍ୟ ସଂଗ୍ରହ କରୁଛି ଯେଉଁଥିରେ ସେମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ଏଥିରେ ପ୍ରାୟ 1500 ନେତା-ଅଧିକାରୀ ଏବଂ ପୂର୍ବତନ ବିଚାରପତିଙ୍କ ନାମ ଜଡିତ ଅଛି ।

ସୂଚନାଯୋଗ୍ୟ, ଆଜି (ମଙ୍ଗଳବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚୀନ ପ୍ରସଙ୍ଗରେ ଲୋକସଭାରେ ଉତ୍ତର ଦେବାକୁ ପଡିବ। ଦୀର୍ଘ ଦିନ ଧରି ଲଦାଖ ସୀମାରେ ଚାଲିଆସୁଥିବା ଉତ୍ତେଜନା ପ୍ରସଙ୍ଗରେ ରାଜନାଥ ସିଂ ତାଙ୍କ ବିବୃତ୍ତି ଦେବେ ଏବଂ ଗୃହକୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇବେ। ସରକାରଙ୍କ ସହ ପରିସ୍ଥିତିକୁ ସ୍ପଷ୍ଟ କରିବାକୁ କଂଗ୍ରେସ ପକ୍ଷରୁ କ୍ରମାଗତ ଦାବି କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.