ଭୋପାଳ: ଗତ ନିର୍ବାଚନରେ ବିଜେପିକୁ ହରାଇ ଏଠାରେ ସରକାର ଗଢିଲା କଂଗ୍ରେସ । ମାତ୍ର ଏବେବି ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । କେତେବେଳେ କେଉଁ ଯୋଜନାକୁ ନେଇ ତ କେତେବେଳେ କେଉଁ କାର୍ଯ୍ୟକ୍ରମକୁ ନେଇ କଥା କଟାକଟି ସହ ଚାଲିଛି ପୋଷ୍ଟର ୱାର । ମାତ୍ର ନିଜ ଦଳର ଦବଦବା ଦେଖାଇବାକୁ ଯାଇ ତାତ୍ସଲ୍ୟଭରା ଢଙ୍ଗରେ ବିଜେପି କଂଗ୍ରେସ ସରକାରଙ୍କୁ ଏଠାରେ ଟାର୍ଗେଟ କରିଛି ।
ଟିକିଏ ଦେଖନ୍ତୁ ଏହି ଦୃଶ୍ୟକୁ, ରାସ୍ତାରେ ଯାଉଛି ଶହ ଶହ ଭାରି ଯାନ । ହେଲେ ମଝି ରାସ୍ତାରେ ଏକ ବଡ ଖାଲ ତାଉପରେ ଏକ ଡ୍ରମ ସହ ପଥର ରହିଛି । ଯଦି କିଏ ଅକସ୍ମାତ ଏହାକୁ ନଦେଖି ଗାଡି ଆଗକୁ ନିଏ ତେବେ ମରଣ ସୁନିଶ୍ଚିତ । ହେଲେ ଏଠାରେ ବଡ କଥା ହେଲା ଏହା ସରକାରଙ୍କ ଆଖିରେ ବୋଧ ହୁଏ ପଡିନି ଯାହାକୁ ନେଇ ତାତ୍ସଲ୍ୟ କରି ପୋଷ୍ଟର ଲଗାଇଛି ବିଜେପି ।
ବିଜେପି ଯୁବ ମୋର୍ଚ୍ଚା ଏହି ପୋଷ୍ଟର ଲଗାଇଥିବା ଜଣାପଡିଛି । ଆଉ ଏଥିରେ ଲେଖା ହୋଇଛି 'ସାବଧାନ! ଏଠାରେ କମଳନାଥ ସରକାର ଅଛି'। ତେବେ ଏହି ପୋଷ୍ଟରକୁ ନେଇ କଂଗ୍ରେସ ବି ବିଜେପିକୁ କଡା ଜବାବ ଦେଇଛି ।