ETV Bharat / bharat

କ’ଣ ହାସଲ ହୋଇଛି LDF ପ୍ରଚାର କରିବ, ସାବରିମାଲା ଉପରେ UDFର ଫୋକସ

author img

By

Published : Feb 3, 2021, 10:15 PM IST

କଂଗ୍ରେସ ନେତୃତ୍ୱାଧିନ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା–ୟୁଡିଏଫ ସାବରିମାଲାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗ ଉପରେ ଅନେକ ତର୍କବିତର୍କ ହୋଇସାରିଛି ଓ ମାମଲା ବର୍ତ୍ତମାନ କୋର୍ଟଙ୍କ ବିଚାରାଧୀନ ରହିଛି । ଅଧିକ ପଢନ୍ତୁ..

କ’ଣ ହାସଲ ହୋଇଛି LDF ପ୍ରଚାର କରିବ, ସାବରିମାଲା ଉପରେ UDFର ଫୋକସ
କ’ଣ ହାସଲ ହୋଇଛି LDF ପ୍ରଚାର କରିବ, ସାବରିମାଲା ଉପରେ UDFର ଫୋକସ

ଗତ ମଙ୍ଗଳବାର ଦିନ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଆରମ୍ଭ କରିଛନ୍ତି କ୍ୟାମ୍ପସ ଟୁର୍ । ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ନେଇ ଛାତ୍ରଛାତ୍ରୀଙ୍କ ମତାମତ ଜାଣିବେ କେରଳ ମୁଖ୍ୟମନ୍ତ୍ରୀ । ସେ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ବିଚାରବିମର୍ଷ କରିବେ । ଉଚ୍ଚଶିକ୍ଷା ଯୋଜନା ନିର୍ଦ୍ଧାରଣ କରି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ-ଏଲଡିଏଫର ଇସ୍ତାହାରରେ ତାକୁ ସ୍ଥାନ ଦେବା ହେଉଛି ବିଜୟନଙ୍କ କ୍ୟାମ୍ପସ ଟୁର୍‌ର ଉଦ୍ଦେଶ୍ୟ ।

ସେପଟେ କଂଗ୍ରେସ ନେତୃତ୍ୱାଧିନ ସଂଯୁକ୍ତ ଗଣତାନ୍ତ୍ରିକ ମୋର୍ଚ୍ଚା –ୟୁଡିଏଫ ସାବରିମାଲାରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗ ଉପରେ ଅନେକ ତର୍କବିତର୍କ ହୋଇସାରିଛି ଓ ମାମଲା ବର୍ତ୍ତମାନ କୋର୍ଟଙ୍କ ବିଚାରାଧୀନ ରହିଛି ।

ଏହି ପ୍ରସଙ୍ଗ ୟୁଡିଏଫର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ମଧ୍ୟରେ ରହିଛି । ସ୍ଥାନୀୟ ପରିଷଦ ନିର୍ବାଚନରେ ଶାସକ ଏଲଡିଏଫ ବିରୋଧରେ ସୁନା ସ୍ମଗଲିଂ, ଲାଇଫ ମିଶନରେ ଦୁର୍ନୀତି ଓ ଆଇଟି ବିଭାଗରେ ଅନିୟମିତତା ଭଳି ପ୍ରସଙ୍ଗ କିଛିକାମ ଦେଲା ନାହିଁ ବୋଲି ୟୁଡିଏଫ ହୃଦୟଙ୍ଗମ କରିଛି । ତେଣୁ ସାବରିମାଲା ପ୍ରସଙ୍ଗକୁ ୟୁଡିଏଫ ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସ୍ଥିର କରିଥିବା ଜଣାପଡିଛି ।

କ୍ଷମତାକୁ ଆସିବା ପରେ ମେଂଟ କଣ କରିବ ଓ ଦୁର୍ନୀତି ନେଇ ବିରୋଧୀଙ୍କୁ ଟାର୍ଗେଟ କରିବା ବଦଳରେ ଶାସକ ଏଲଡିଏଫ ଗତ ୫ ବର୍ଷ ମଧ୍ୟରେ କଣ ହାସଲ କରାଯାଇଛି, ତାକୁ ନେଇ ପ୍ରଚାର ଅଭିଯାନ ଆରମ୍ଭ କରିଛି । ଗତ ୫ ବର୍ଷର ସଫଳତା ବଖାଣିବା ସହ କିପରି ଆହୁରି ଉନ୍ନତି ହେବ, ସେ ନେଇ ପ୍ରଚାରରେ ଫୋକସ ରଖୁଛି ଶାସକ ଏଲଡିଏଫ । ଲଗାତର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପାଇଁ ବିକାଶ ନାଁରେ ଭୋଟ ମାଗିବାକୁ ସ୍ଥିର କରିଛି ଏଲଡିଏଫ । ବିକାଶ ପାଇଁ ଭୋଟ୍ ସ୍ଲୋଗାନ ଦେଇ ପ୍ରଚାର ଆରମ୍ଭ କରିଛି ଶାସକ ମେଂଟ ।

ରାଜ୍ୟରେ ନିକଟରେ ସଂପନ୍ନ ସ୍ଥାନୀୟ ନିର୍ବାଚନରେ ବି ଶାସକ ଏଲଡିଏଫ ସମାନ ପ୍ରଚାର ରଣନୀତି ଆପଣାଇଥିଲା । ଆଉ ତାହା ମେଂଟ ପାଇଁ ସଫଳ ରହିଥିଲା । ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏଲଡିଏଫ । ବିଭିନ୍ନ ଅଭିଯୋଗ ନେଇ ବିରୋଧୀଙ୍କ ଟ୍ରାପ୍‌ରେ ପଡି ନ ଥିଲା ଏଲଡିଏଫ । ସରକାର ଅମଳରେ କଣ ସବୁ ବଦଳିଛି , ତାହା ଦେଖିବା ପାଇଁ ଭୋଟରଙ୍କୁ କୁହାଯାଇଥିଲା । କୋଭିଡ ମହାମାରୀ ଓ ବନ୍ୟା ବେଳେ ପିଡିଏସ ଜରିଆରେ ମାଗଣା କିଟ୍‌ ଯୋଗାଣ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଦ୍ୱାରା ଉପକୃତ ହୋଇଥିବା ଭୋଟରଙ୍କୁ ମନାଇବା ଲାଗି ଏଲଡିଏଫ ନେତାଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡି ନ ଥିଲା ।

ସରକାର ବିରୋଧରେ ବିରୋଧୀ ଦଳ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣି ଘୃଣା ଓ ବିଦ୍ୱେଷ ଅଭିଯାନ ଚଳାଇଥିଲା । କିନ୍ତୁ ଲୋକେ ଏହା ଶୁଣିଲେ ନାହିଁ । ସରକାରଙ୍କ କଲ୍ୟାଣକାରୀ ଓ ଉନ୍ନୟମୂଳକ ଯୋଜନାକୁ ଲୋକେ ସମର୍ଥନ କରିଛନ୍ତି ବୋଲି ସ୍ଥାନୀୟ ନିର୍ବାଚନରେ ଏଲଡିଏଫର ବିପୁଳ ବିଜୟ ପରେ ସାମ୍ବାଦିକ ସମ୍ମିଳନୀରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କହିଥିଲେ ।

ସନ୍ଦେଶ ସ୍ପଷ୍ଟ ଥିଲା । ବିରୋଧୀଙ୍କ ବିଭିନ୍ନ ଅଭିଯୋଗର ଜବାବ ଦେଇ ଏଲଡିଏଫ ନିର୍ବାଚନ ପ୍ରଚାର କରିବ ନାହିଁ । ଗତ ୫ ବର୍ଷରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ରାଜ୍ୟରେ ବିକାଶକୁ ପ୍ରସଙ୍ଗ କରି ବିଧାନସଭା ପ୍ରଚାର ମଇଦାନକୁ ଏଲଡିଏଫ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଯାଇଥିଲା । ରାଜ୍ୟ ନିପ୍ପା ରୋଗ, ଦୁଇଟି ଭୀଷଣ ବନ୍ୟା , ଭୂସ୍ଖଳନ ଭଳି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ କୋଭିଡ ମହାମାରୀ ସାମନା କରିଛି । ଏସବୁର ସଫଳ ମୁକାବିଲା ସହ ଗଲା ୫ ବର୍ଷର ବିକାଶମୂଳକ କାର୍ଯ୍ୟକୁ ଗଲା ସ୍ଥାନୀୟ ନିର୍ବାଚନରେ ଜୋରଦାର ଭାବେ ଉଠାଇଥିଲା ଏଲଡିଏଫ । ଆଉ ଏହାର ଫଳସ୍ୱରୂପ ଏଲଡିଏଫକୁ ମିଳିଥିଲା ଜବରଦସ୍ତ ସଫଳତା । ସ୍ଥାନୀୟ ନିର୍ବାଚନରେ ଭୋଟର ଏଲଡିଏଫର ବିକାଶ ସପକ୍ଷରେ ଭୋଟ୍ ଦେଲା ପରେ ବିରୋଧୀ ଦଳ ଆଗାମୀ ନିର୍ବାଚନରେ ସେମାନଙ୍କ ଆସ୍ଥା ଭାଜନ ହୋଇପାରିବ ନାହିଁ ବୋଲି ଏଲଡିଏଫ ଅନୁମାନ କରୁଛି । ତେଣୁ ଆଗାମୀ ବିଧାନସଭା ନିର୍ବାଚନ ପ୍ରଚାରରେ ମଧ୍ୟ ଗତ ୫ ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ଏଲଡିଏଫ । କାରଣ ରାଜ୍ୟ ସରକାର ବିରୋଧରେ ସେହି ଏକା ଅଭିଯୋଗ ଦୋହରାଇପାରିବ ନାହିଁ ବିରୋଧୀ । ଆଉ ଏହା ଶାସକ ମେଂଟ ଜାଣିଛି । ଗତମାସରେ ଆରମ୍ଭ କରିଥିବା ନିଜର ପବ୍ଲିକ ଆଉଟରିଚ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ କହିଥିଲେ ଯେ, ୨୦୧୬ ଏଲଡିଏଫର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୬ ଶହଟି ପ୍ରକଳ୍ପ ଓ ଯୋଜନା ମଧ୍ୟରୁ କେବଳ ୩୦ଟିର କାର୍ଯ୍ୟ ହିଁ ବାକି ରହିଛି । ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ଆଗରୁ ସେହି ୩୦ଟି ପ୍ରକଳ୍ପର କାମ ବି ଶେଷ ହୋଇଯିବ ବୋଲି କହିଥିଲେ କେରଳ ମୁଖ୍ୟମନ୍ତ୍ରୀ ।

ଏଲଡିଏଫ ସରକାର ଗତ ୫ ବର୍ଷରେ ଏକାଧିକ ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଆଦର୍ଶ ମିଶନ, ଲାଇଫ ମିଶନ ( ଯୋଜନା ଜରିଆରେ ବାସହୀନମାନଙ୍କୁ ୨ ଲକ୍ଷ ୫୧ ହଜାର ୪୬ ଘର ଏହି ବର୍ଷ ଜାନୁଆରୀ ୧୮ ସୁଦ୍ଧା ଯୋଗାଇ ଦିଆଯାଇଛି ,ହରିତ କେରଳମ ମିଶନ, ପବ୍ଲିକ ଏକ୍ସୁକେସନ ରିଜୁଭେନେସନ ମିଶନ । ଏହାଛଡା ମହିଳା ଓ ସମଲିଙ୍ଗୀ ସଂପ୍ରଦାୟ ପାଇଁ ଏକାଧିକ ଠୋସ୍ ପଦକ୍ଷେପ ବି ନେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପ ବି କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ କେଆଇଆଇଏଫବି ନାମକ ଏକ କର୍ପୋରେଟ ସଂସ୍ଥା ଗଠନ କରାଯାଇଛି । ତେବେ, ବିଦେଶରୁ ଋଣ ଆଣୁଥିବାରୁ ଏହି ସଂସ୍ଥାକୁ ଉଭୟ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି । କିନ୍ତୁ ଏହି ସଂସ୍ଥା ଜରିଆରେ ହିଁ ରାଜ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପକୁ ପାଂଠି ଯୋଗାଡ ହେଉଛି । କେଆଇଆଇଏଫବିକୁ ସିଏଜି ଅସାମ୍ବିଧାନିକ ଦର୍ଶାଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ତେବେ ଏକ ଅଦ୍ଭୂତପୂର୍ବ ପଦକ୍ଷେପ ନେଇ ରାଜ୍ୟ ବିଧାନସଭାରେ ସରକାର ସିଏଜି ରିପୋର୍ଟ ବିରୋଧରେ ପ୍ରସ୍ତାବ ଗୃହୀତ କରିଥିଲେ । ୟୁଡିଏଫର କଡା ବିରୋଧ ସତ୍ତ୍ୱେ ସିଏଜି ରିପୋର୍ଟରୁ ଆପତ୍ତିଜନକ ଟିପ୍ପଣୀ ବାଦ ଦିଆଯାଇଥିଲା ।

ତେଣୁ କହିହେବ ଯେ, ଏଠାରେ ଆତ୍ମବିଶ୍ୱାସ ସହ ସଂଶୟ ଓ ଦ୍ୱନ୍ଦ୍ୱର ଲଢେଇ ଚାଲିଛି । ବିରୋଧୀ ୟୁଡିଏଫରେ ଏବେ ଗୋଷ୍ଠୀ କନ୍ଦଳ । ଗୋଟିଏ ଗୋଷ୍ଠୀ ପୂୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡିଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ବେଳେ ବିଧାନସଭାରେ ବିରୋଧୀ ଦଳର ନେତା ରମେଶ ଚେନିଥାଲା ଓ କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି

ମୁଲାପାଲି ରାମଚନ୍ଦ୍ରନଙ୍କ ଗୋଷ୍ଠୀ ବି ଦଳରେ ସକ୍ରିୟ ରହିଛନ୍ତି । ଏହି ତିନି ନେତା ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଅଛନ୍ତି । କିଛି ପ୍ରସଙ୍ଗ ନ ଥିବା ବେଳେ ୟୁଡିଏଫ ସାବରିମାଲାକୁ ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିବା ମନେ ହେଉଛି । ସ୍ଥାନୀୟ ନିର୍ବାଚନରେ ଶାସକ ମେଂଟର ବିଜୟ ପରେ ସରକାର ବିରୋଧୀ ହାୱା ହୁଏ ତ ଆଉ ରହି ନ ପାରେ । ତେଣୁ କଂଗ୍ରେସ ଏହା ଉପରେ ସେତେଟା ନିର୍ଭରଶୀଳ ହେଉନାହିଁ । ଏଣେ ସ୍ଥାନୀୟ ନିର୍ବାଚନ ପରେ ୟୁଡିଏଫର ବିଶ୍ୱସ୍ତ ସହଯୋଗୀ ଇଣ୍ଡିଆନ

ୟୁନିଅନ ମୁସଲିମ ଲିଗ୍‌-ଆଇୟୁଏମଏଲ୍ ଏବେ ପ୍ରଭାବ ବିସ୍ତାର କରିବା ଆରମ୍ଭ କଲାଣି ଲ୍କାରଣ ସ୍ଥାନୀୟ ନିର୍ବାଚନରେ ୟୁଡିଏଫରୁ ଆଇୟୁଏମଏଲ ହିଁ ଅଧିକ ଆସନ ଜିତିଥିଲା ।

ତେଣୁ ସାବରିମାଲା ପ୍ରସଙ୍ଗ ଉପରେ ୟୁଡିଏଫ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ଯାଉଛି । ଏହି ପ୍ରସଙ୍ଗ ଯୋଗୁଁ ହିଁ ୨୦୧୯ ଲୋକସଭା ନିର୍ବାଚନରେ ୟୁଡିଏଫ ରାଜ୍ୟରେ ବାଜିମାତ୍ କରିଥିଲା । ରାଜ୍ୟର ୨୦ଟି

ଆସନରୁ ୧୯ଟିରେ ବିଜୟୀ ହୋଇଥିଲା ୟୁଡିଏଫ । ନିଃସନ୍ଦେହରେ ସାବରିମାଲା ପ୍ରସଙ୍ଗ ଲୋକସଭା ନିର୍ବାଚନ ବେଳେ ସିପିଏମର ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିଥିଲା । କିନ୍ତୁ ୟୁଡିଏଫର ସ୍ୱିପ ପଛରେ ଥିଲା ବିଜେପି ବିରୋଧୀ ହାୱା । ବିଜେପିର ବିକଳ୍ପ ଭାବେ ସେତେବେଳ ଭୋଟର କଂଗ୍ରେସକୁ ଭୋଟ୍ ଦେଇଥିଲେ ।

ଏଥର ନିର୍ବାଚନ ପ୍ରଚାରରେ ସାବରିମାଲା ପ୍ରସଙ୍ଗ ନେଇ ବିଜେପି ଓ ୟୁଡିଏଫ ଉଠାଇଥିବା ଅଭିଯୋଗର କୌଣସି ଜବାବ ନ ଦେବା ପାଇଁ ସିପିଏମ ସଚିବାଳୟ ସତର୍କ କରିଦେଇକ୍ତି । ଏଲଡିଏଫର ଅଂଶୀଦାର ଥିବା ସିପିଆଇର ସାଧାରଣ ସଚିବ କନମ ରାଜେନ୍ଦ୍ରନ ବିରୋଧୀଙ୍କ ସାବରିମାଲା ଫୋକସକୁ ଖାରଜ କରିଦେଇଛନ୍ତି । ସାବରିମାଲା ମାମଲା କୋର୍ଟରେ ପଡିରହିଛି । ଏହାକୁ ଉଙ୍ଖାଇବା ହେବ ଏକ ନିର୍ବାଚନୀ ଷ୍ଟଂଟ୍ । ଲୋକେ ଏହା ଜାଣନ୍ତି ବୋଲି ସେ କହଛନ୍ତି ।

କେରଳରେ ସାଧାରଣତଃ ୫ ବର୍ଷ ପରେ କ୍ଷମତାରେ ଅଦଳବଦଳ ହୋଇଥାଏ । ଏଥର କିନ୍ତୁ ପରିସ୍ଥିିତି ଟିକେ ଅଲଗା ଥିବା ପରି ମନେ ହେଉଛି । ଗତ ୫ ବର୍ଷର ସଫଳତାକୁ ପାଥେୟ କରି ଶାସକ ଏଲଡିଏଫ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି । ଏହାକୁ ପ୍ରସଙ୍ଗ କରି ନିର୍ବାଚନର ସାମନା କରିବ ଏଲଡିଏଫ । ଦେଖିବାକୁ ପଡିବ ଯେ, ୟୁଡିଏଫ ସାବରିମାଲାକୁ ପ୍ରସଙ୍ଗ କରି ଲୋକସଭା ନିର୍ବାଚନର ଜବରଦସ୍ତ ସଫଳତାକୁ ଦୋହରାଇପାରିବ ନା ନାହିଁ । ନା ବିଜେପି ବି କିଛି ହିନ୍ଦୁ ଭୋଟ୍ ପାଇବ । ଏସଡିପିଆଇ ଭଳି ମୁସଲିମ ସଂଗଠନ ସହ ବୁଝାମଣା ଯୋଗୁଁ ଏଲଡିଏଫ କିଭଳି ଫାଇଦା ପାଉଛି , ତାହା ବି ଦେଖିବାକୁ ହେବ । କିନ୍ତୁ ବର୍ତମାନ ପରିସ୍ଥିତିରେ ବିରୋଧୀ ୟୁଡିଏଫ ଅପେକ୍ଷା ଶାସକ ଏଲଡିଏଫ ନିର୍ବାଚନ ନେଇ ଆତ୍ମବିଶ୍ୱାସୀ ଜଣାପଡୁଛି ।

କେ. ପ୍ରବୀଣ କୁମାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.