ଭୋପାଳ: ଦେଶରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ପାଇଁ ନାମ ଯଜ୍ଞ କରିଥିବା କମ୍ପୁଟର ବାବା ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି ।
ସାଧୁ ସନ୍ଥ କୌଣସି ରାଜନୈତିକ ଦଳ ସହ ବନ୍ଧା ହୋଇ ନଥିବା ବେଳେ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ସହଯୋଗ ରହିଥାଏ ବୋଲି କମ୍ପୁଟର ବାବା କହିଛନ୍ତି ।
ଯଦି ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଗଙ୍ଗା ନଦୀ ସଫା କରିବେ ତାହେଲେ ସନ୍ଥ ସମାଜ ବିଜେପିକୁ ସମର୍ଥନ କରିବ ବୋଲି କମ୍ପୁଟର ବାବା ପ୍ରତିକ୍ରିୟା ଦେଇଛନ୍ତି । ଏଥି ସହିତ ଦିଗବିଜୟ ନଜିତିଲେ ବାବା ସମାଧି ନେବା କଥା ମିଛ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ ଦିଗବିଜୟଙ୍କ ପାଇଁ ପ୍ରଚାର କରିଥିବା ଭୋପାଳର ମିର୍ଚି ବାବାଙ୍କୁ ମଧ୍ୟ ବାରମ୍ବାର ନିରଞ୍ଜନୀ ଆଖଡା ପକ୍ଷରୁ ଯାଞ୍ଚର ସାମନା କରିବାକୁ ପଡୁଛି । ମିର୍ଚି ବାବାଙ୍କଠାରୁ ମହାମଣ୍ଡଳେଶ୍ବର ପଦବୀ ଛଡାଇ ନିଆଯାଇଥିବା ବେଳେ ଆଖଡାରୁ ତାଙ୍କୁ ବାହାର କରିଦିଆଯାଇଛି ।