ହାଇଦ୍ରାବାଦ: ଆମେ ଏପରି ଏକ ଦେଶରେ ରହିଛୁ । ଯେଉଁଠି ଠିକଣା ସମୟରେ ଓ ସଠିକ ଭାବରେ ଚିକିତ୍ସା ସେବା ଅଭାବରୁ ପ୍ରତିବର୍ଷ ୨୪ଲକ୍ଷ ସେମାନଙ୍କ ଜୀବନ ହରାଉଛନ୍ତି। ଅପର ପକ୍ଷରେ ଲକ୍ଷାଧିକ ଲୋକ ଚିକିତ୍ସା ଖର୍ଚ୍ଚ ବହନ କରି ନ ପାରି ପ୍ରତିବର୍ଷ ଦୟନୀୟ ଜୀବନ ଯାପନ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାରତୟ ସମ୍ବିଧାନରେ ନାଗରିକମାନଙ୍କୁ ଦିଆଯାଇଥିବା ‘ବଞ୍ଚିବାର ଅଧିକାର’ ପଥଭ୍ରଷ୍ଟ ହେବାରେ ଲାଗିଛି। ଏହା ପୂର୍ବରୁ ସଂସଦୀୟ ସ୍ଥାୟୀ କମିଟି ଦେଶର ଚିକିତ୍ସା କ୍ଷେତ୍ରର ମାନକରେ ଥିବା ଅସଂଗତିକୁ ଇଙ୍ଗିତ କରିବା ସହିତ ଦେଶରେ କୌଣସି ପ୍ରକାରର ମାନକ ଚିକିତ୍ସା ଶିକ୍ଷା ବ୍ୟବସ୍ଥା ନାହିଁ, ଯାହାକି ଦେଶର ଚିକିତ୍ସା ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ କରି ପାରିବ ବୋଲି ମତବ୍ୟକ୍ତ କରିଛି। ଏହି ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ଲକ୍ଷାଧିକ ଚିକିତ୍ସା କର୍ମୀ ଓ ବିଶେଷଜ୍ଞମାନଙ୍କ ସେବାର ଆବଶ୍ୟକତା ରହିଛି।
୧୫ଶ ଅର୍ଥ କମିଶନଙ୍କ ଦ୍ବାରା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀ ଶାଖାର ନଦ୍ଦେର୍ଶକ ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ୬ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଆଗାମୀ ୫ବର୍ଷ ମଧ୍ୟରେ ସମଗ୍ର ଦେଶରେ ଚିକିତ୍ସା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ଏହି କମିଟି ଯେଉଁ ସୁପାରିଶ କରିବ, ତାହାକୁ ହାସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ। ଏହି କମିଟି ସ୍ୱାସ୍ଥ୍ୟକୁ ମୌଳିକ ଅଧିକାର ଭାବେ ଘୋଷଣା କରି ‘ସ୍ବାସ୍ଥ୍ୟ ସେବା’କୁ ରାଜ୍ୟ ତାଲିକାରୁ ମିଳିତ ତାଲିକାକୁ ସ୍ଥାନାନ୍ତରିତ କରିବ। ଏମବିବିଏସ ପାଠ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିବାର ଆବଶ୍ୟକତା ଉପରେ ରଣଦୀପ କମିଟି ଗୁରୁତ୍ବାରୋପ କରିଛି। ଏହାଛଡ଼ା ଚିକିତ୍ସା ସମ୍ଭାଳିବାକୁ ୨୦୨୫ ସୁଦ୍ଧା ପିଜି ପାଠ୍ୟକ୍ରମରେ ଏମବିବିଏସ ଭଳି ସମାନ ସଂଖ୍ୟକ ଆସନ ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଛି।
ପରିବର୍ତ୍ତନର ବିସ୍ତୃତ ଶୃଙ୍ଖଳାର ଅଂଶ ଭାବରେ ଏଥିରେ ପ୍ରତ୍ୟେକ ଦ୍ବିତୀୟ ଓ ତୃତୀୟ ବର୍ଗର ସହରରେ ଓ ନଗରମାନଙ୍କରେ ଅତି କମରେ ୩୦୦୦ରୁ ୫୦୦୦ ବେଡ଼ ଥିବା ଘରୋଇ ଡାକ୍ତରଖାନା ସ୍ଥାପିତ କରିବାକୁ କମିଟି ଗୁରୁତ୍ୱାରୋପ କରିଛି। ଏବିବିଏସ ସ୍ତରରେ ବିଶେଷଜ୍ଞ ପାଠ୍ୟକ୍ରମ ଆରମ୍ଭ କରିବାର ସୁପାରିଶର ଜବାବ ଦେବା ଆବଶ୍ୟକ। ଏହା ହେଲେ ତଳ ସ୍ତର ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାର ପରିବର୍ତ୍ତନ ହୋଇପାରିବ। ଯେଉଁଠାରେ ମେଡ଼ିକାଲ କଲେଜର ଅଭାବ ରହିଛି ତାହାକୁ ଦୃଷ୍ଟିରେ ରଖି ସେଠାରେ ଘରୋଇ ଓ ସରକାରୀ ଡାକ୍ତରଖାନାର ପି.ଜି. ଛାତ୍ରମାନଙ୍କର ବ୍ୟବହାର କରାଯାଇ ସେମାନଙ୍କୁ ପ୍ରଶିକ୍ଷିତ କରାଯାଉ। ଏହିସବୁ ସୁପାରିଶ ଉପରେ ସରକାର ସାବଧାନତାର ସହିତ ବିଚାର କରିବା ଉଚିତ।
ସମଗ୍ର ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ଭାରତରେ ଅଛନ୍ତି। ଅଧିକାରୀକ ଅନୁମାନ ଅନୁସାରେ ନବଜାତକ ମୃତ୍ୟୁରେ ୨୭ ପ୍ରତିଶତ, ପାଞ୍ଚ ବର୍ଷରୁ କମ ବୟସର ଶିଶୁ ମୃତ୍ୟୁ ୨୧ ପ୍ରତିଶତ ହେଉଥିବାବେଳେ ଅନ୍ତର୍ରାଷ୍ଟ୍ରୀୟ ରୋଗ କାରଣରୁ ୨୦ ପ୍ରତିଶତ ଶିଶୁ ପୀଡ଼ିତ ଥିବା ଦେଖିବାକୁ ମିଳୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମାନ ଅନୁସାରେ ପ୍ରତ୍ୟେକ ୧୦୦୦ ଜନସଂଖ୍ୟା ଅଞ୍ଚଳରେ ଅତି କମରେ ଜଣେ ଚିକିତ୍ସା ଅଧିକାରୀ/ଡାକ୍ତର ରହିବା ଆବଶ୍ୟକ।
କିନ୍ତୁ ଏହି ମାନକକୁ ପୂରଣ କରିବା ପାଇଁ ଭାରତକୁ ଅତି କମରେ ଦଶ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିକ ବୋଲି ବିଶ୍ଲେଷଣ କରାଯାଉଛି। ବିଶ୍ଲେଷଣରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ସେବା ଯୋଜନା ସନ୍ତୋଷ ଜନକ ନୁହେଁ। ସୁଧାରତ୍ମକ ପଦକ୍ଷେପ ଅନୁସାରେ ଏବିବିଏସ ଆସନ ଅନୁପାତରେ ପି.ଜି ଆସନ ଆରମ୍ଭ କରିବାର ପ୍ରସ୍ତାବ ରହିଛି। କିନ୍ତୁ ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ଉଠାଇବାରେ କେତେ ଅର୍ଥ ଲାଗିବ ତାହା ଉପରେ ନିର୍ଭର କରୁଛି। ବର୍ତ୍ତମାନ ଦେଶରେ ୮୦୦୦୦ଏବିବିଏସ ସିଟ ରହିଛି। ଏହି ସଂଖ୍ୟାର ଏକ-ତୃତୀୟାଂଶ ସଂଖ୍ୟାରେ ପି.ଜି ଆସନ ରହିଛି। ପାଞ୍ଚ ମାସ ତଳେ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁସାରେ ୨୦୨୧-୨୨ ଶିକ୍ଷା ବର୍ଷ ସୁଦ୍ଧା ଦେଶରେ ୭୫ଟି ନୂଆ ସରକାରୀ ମେଡ଼ିକାଲ କଲେଜ ଆରମ୍ଭ କରାଯାଇ ୧୫,୭୦୦ଟି ଆସନ ଉପଲବ୍ଧ କରାଯିବ। ଯଦି କୌଣସି ସରକାରୀ ମେଡ଼ିକାଲ କଲେଜରେ ଏବିବିଏସ ଓ ପି.ଜି ସିଟ ଅଧିକ ଦିଆଯାଏ, ତେବେ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ବିକାଶ ପାଇଁ ୪୦ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ପାଇବ।
ଏହି ଗଣନା ଅନୁସାରେ, ଯଦି ବିଗତ ଦିନ ଓ ବର୍ତ୍ତମାନ ଥିବା ଏବିବିଏସ ଆସନ ସଂଖ୍ୟାରେ ପି.ଜି ସିଟ ଆରମ୍ଭ କରାଯାଏ, ତେବେ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ ପାଇଁ ବହୁ ପରିମାଣରେ ନିବେଶ ବହନ କରିବାକୁ ପଡ଼ିବ। ଯାହା ଫଳରେ ଏବିବିଏସ ଓ ପି.ଜି ଛାତ୍ରମାନଙ୍କୁ ସମାନ ଭାବରେ ସୁବିଧା ଯୋଗାଇ ଦେବା ସମ୍ଭବ ହେବ। ଆର୍ଥିକ ସଂକଟରେ ପ୍ରଥମରୁ ଦବି ରହିଥିବା ରାଜ୍ୟମାନେ ଯେପରି ପୁଣି ସଂକଟରେ ନ ପଡ଼ନ୍ତି, ସେଥିପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ଥିବା ନିୟମକୁ ପରିବର୍ତ୍ତନ କରିବା ଆବଶ୍ୟକ। ବର୍ତ୍ତମାନ ଦେଶରେ ନୂଆ ସଂକ୍ରାମକ ରୋଗ ହେବାରେ ଲାଗିଛି। ବ୍ୟବହାରିକ ଆବଶ୍ୟକତା ଅନୁସାରେ ଚିକିତ୍ସା ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବାକୁ କେନ୍ଦ୍ର ସରକାର ପ୍ରାଥମିକ ଏଜେଣ୍ଡା ଶିକ୍ଷାରେ ସର୍ବୋତ୍ତମ ମାନକକୁ ନିର୍ଦ୍ଧାରିତ କରିବା ସହିତ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା ଆବଶ୍ୟକ।
ଯେତେବେଳେ ବ୍ରିଟ୍ରେନ ନିଜର ସମସ୍ତ ନାଗରିକମାନଙ୍କୁ ଧନୀ କିମ୍ବା ଗରିବ ହେବାର ସାମାଜିକ-ଆର୍ଥିକ ସ୍ଥିତି ସତ୍ତ୍ୱେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା (ଏନଏଚପି) ଯୋଜନା ଲାଗୁ କରୁଛି, ଜର୍ମାନୀ ନିଜ ଜନସଂଖ୍ୟାର ଏକ ତୃତୀୟାଂଶ ପାଇଁ ଅନିବାର୍ଯ୍ୟ ସାମାଜିକ ବୀମା ଯୋଜନା ଲାଗୁ କରୁଛି, ସ୍ୱିଜରଲାଣ୍ଡ ନିଜ ଦେଶରେ ରହୁଥିବା ସମସ୍ତଙ୍କର ସ୍ବାସ୍ଥ୍ୟ ରକ୍ଷା ପାଇଁ ସମସ୍ତ ସାବଧାନତା ଅବଲମ୍ବନ କରୁଛି। ଚୀନ, ଇଟାଲୀ ଓ ଗ୍ରୀସ ସାର୍ବଜନୀନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଭ୍ୟାସରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଛନ୍ତି। ନାଗରିକମାନଙ୍କୁ ନିଜର ଚିକିତ୍ସା ଓ ସ୍ୱାସ୍ଥ୍ୟ ଆବଶ୍ୟକତା ପ୍ରତି ନିଜସ୍ବ ଖର୍ଚ୍ଚ ବିନିଯୋଗ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପ୍ରାୟ ୧୮ ପ୍ରତିଶତ। କିନ୍ତୁ ଭାରତରେ ଏହି ଅର୍ଥ ଖର୍ଚ୍ଚ ପରିମାଣ ୬୩ ପ୍ରତିଶତ ଥିବାବେଳେ ନାଗରିକମାନେ ନିଜ ସ୍ବାସ୍ଥ୍ୟର ଆବଶ୍ୟକତା ପାଇଁ ନିଜସ୍ୱ କୋଷ ଗଠନ କରିବାକୁ ପଡ଼ିବ। ସ୍ବିଜରଲାଣ୍ଡ, ଫ୍ରାନ୍ସ, ଜର୍ମାନୀ ଆଦି ଦେଶରେ ଜିଡିପିର ପ୍ରାୟ ୧୦ ପ୍ରତିଶତ ନାଗରିକମାନଙ୍କର ଚିକିତ୍ସା ଓ ସ୍ବାସ୍ଥ୍ୟ ଆବଶ୍ୟକତା ପାଇଁ ଆବଣ୍ଟିତ କରାଯାଇଥାଏ । ଯେଉଁଥିରେ ଏହି ସବୁ ଦେଶର ସାର୍ବଜନିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନୁକରଣୀୟ ହୋଇଛନ୍ତି। କିନ୍ତୁ ଭାରତରେ ଜିଡ଼ିପିର ମାତ୍ର ୧.୫ ପ୍ରତିଶତ ଅର୍ତ ସାର୍ବଜନିକ ସ୍ଥ୍ୟ ପାଇଁ ଆବଣ୍ଟିତ କରାଯାଇଛି, ଯେଉଁଥିରେ ଭାରତୀୟ ନାଗରିକ ପାଇଁ ଏକ ବଡ଼ ବ୍ୟକ୍ତିଗତ ଦାୟିତ୍ୱ ହୋଇଥାଏ ।
ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ରାଜ୍ୟ ବ୍ୟତୀତ ଦୁଇ ତେଲଗୁ ରାଜ୍ୟର ସ୍ୱାସ୍ଥ୍ୟ ସେବା ବଜେଟ ଜିଏସଡ଼ିପି ମାମଲାରେ ବହୁତ ଉତ୍ସାହଜନକ ନୁହେଁ । ରଣଦୀପ କମିଟିର କହିବା ଅନୁସାରେ ୨୦୨୫ ସୁଦ୍ଧା ରାଷ୍ଟ୍ରୀୟ ସ୍ତରରେ ସାର୍ବଜନିକ ସ୍ୱାସ୍ଥ୍ୟ ସେବା ପାଇଁ ଆବଣ୍ଟିତ ରାଷ୍ଟ୍ରୀୟ ଜିଡିପିର ୨.୫ ପ୍ରତିଶତରୁ କମ ହେବା ଉଚିତ ନୁହେଁ, ଏହାର ଦୁଇ ତୃତୀୟାଂଶ ଭିତ୍ତିଭୂମି ଚିକିତ୍ସା ଉପଚାର ପାଇଁ ଅଲଗା ରଖାଯିବା ଆବଶ୍ୟକ। ସ୍ବାସ୍ଥ୍ୟ ସେବାର ଉପଲବ୍ଧତା ଓ ଗୁଣବତ୍ତାର ଆଧାରରେ ଏହା ଦୁର୍ଭାଗ୍ୟପୂର୍ଣ୍ଣ କି ଭାରତ ଏବେ ବି ୧୯୫ଟି ଦେଶର ତାଲିକାରେ ୧୪୫ତମ ସ୍ଥାନରେ ରହିଛି। ଉତ୍ତରଦାୟୀ ସାର୍ବଜନିକ ସରକାରର ଦାୟିତ୍ୱ ସାର୍ବଜନିକ ସ୍ୱାସ୍ଥ୍ୟ ସେବା ପାଇଁ ଉଚିତ ବଜେଟ ଆବଣ୍ଟନକୁ ଉତ୍ତରଦାୟୀ କରିବ। କର୍ମଚାରୀମାନଙ୍କର ଅଭାବକୁ ପୂରଣ କରିବା, ଆବଶ୍ୟକ ଉପକରଣ, ଔଷଧ ଯୋଗାଣ କରିବା ଓ ପାରଦର୍ଶୀ ପର୍ଯ୍ୟବେକ୍ଷଣ ଆବଶ୍ୟକ। ଯେତେବେଳେ ଏହି ପ୍ରକ୍ରିୟାରେ ଲୋକମାନଙ୍କ ଦ୍ବାରା ନିର୍ବାଚିତ ସରକାର ସଫଳ ହୋଇଥାଏ। ତେବେ କଣ ପ୍ରଭାବିତ ଜନସଂଖ୍ୟା ଆଶ୍ବସ୍ତି ଅନୁଭବ କରିଥାଏ ଯେବେ କୁହାଯାଇପାରେ ‘ରାଇଟ ଟୁ ଲିଭ’ ଘୋଷଣା କରିପାରନ୍ତି।