ETV Bharat / bharat

ଅପରାଧିକ ରାଜନୀତିର ବ୍ୟାପକ ଉପଚାର - Comprehensive Treatment for Criminal Politics

ଭାରତୀୟ ରାଜନୀତିରେ ଅପରାଧିକ କାର୍ଯ୍ୟକଳାପର ବୃଦ୍ଧି ଓ ଏହାର ଉପଚାର ଉପରେ ଇଟିଭି ଭାରତର ସ୍ବତନ୍ତ୍ର ଆଲେଖ୍ୟ ପଢନ୍ତୁ...

ଆପରାଧିକ ରାଜନୀତିର ବ୍ୟାପକ ଉପଚାର
ଆପରାଧିକ ରାଜନୀତିର ବ୍ୟାପକ ଉପଚାର
author img

By

Published : Feb 10, 2020, 5:24 AM IST

Updated : Feb 10, 2020, 6:55 AM IST

ହାଇଦ୍ରାବାଦ: ଭାରତୀୟ ରାଜନୀତି ଏବଂ ତାହା ଯୋଗୁଁ, ଆଜିକାଲି ଭାରତୀୟ ଗଣତନ୍ତ୍ର ଏଭଳି ଏକ ଦୁର୍ନୀତିଗ୍ରସ୍ତ ପଦ୍ଧତିରେ ପରିଣତ ହୋଇଛି ଯେ, ରାଜନୈତିକ ନେତାମାନେ ହିଁ ଆପରାଧିକ ପୃଷ୍ଠଭୂମି ସମ୍ବଳିତ ବ୍ୟକ୍ତିମାନଙ୍କୁ ସେମାନଙ୍କ ଦଳରେ ଯୋଗ ଦେବାକୁ ଏବଂ ଦେଶର ନେତୃତ୍ବ ନେବାକୁ ଆମନ୍ତ୍ରଣ କରୁଛନ୍ତି !! ଏ ପ୍ରସଙ୍ଗରେ ମନେହୁଏ, ସବୁ ଦଳ ଗୋଟିଏ ଭାଡ଼ିର ପାରା ଏବଂ ଏଭଳି ଏକ ପରିସ୍ଥିତି ପାଇଁ ସମ ପରିମାଣରେ ଦାୟୀ । ଭାରତୀୟ ସମ୍ବିଧାନର 324 ଧାରାରେ ଏକ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ନିମନ୍ତେ ଭାରତର ନିର୍ବାଚନ କମିଶନଙ୍କୁ କ୍ଷମତା ଓ ଦାୟିତ୍ବ ପ୍ରଦାନ କରାଯାଇଛି । କିନ୍ତୁ, ଏ କଥା ସମସ୍ତଙ୍କୁ ଜଣା ଯେ, ରାଜନୈତିକ ମଇଦାନରେ ଆପରାଧିକ ବ୍ୟକ୍ତିମାନଙ୍କର ପ୍ରବେଶକୁ ରୋକିବା ଦିଗରେ ଏହି ସବୁ କ୍ଷମତା ପର୍ଯ୍ୟାପ୍ତ ନୁହେଁ ଏବଂ କେବଳ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ନେବାରେ ହିଁ ଏହା ସୀମିତ । ପୁନଶ୍ଚ, ସହଜଲବ୍‌ଧ ଫଳାଫଳ ଚାହୁଁଥିବା ବିଭିନ୍ନ ସରକାର ଏହି ସଂସ୍କାରମୂଳକ ପଦକ୍ଷେପକୁ ସହଜରେ ଏଡ଼ାଇ ଯାଉଛନ୍ତି ଏବଂ ଅପରାଧୀମାନଙ୍କୁ ଏବଂ ସେମାନଙ୍କ ରଣନୀତିକୁ ଆପଣେଇ ନେଉଛନ୍ତି ବୋଲି ଦର୍ଶାଇ ବିଭିନ୍ନ ନ୍ୟାୟିକ ଅଦାଲତରେ କେତେକ ମାମଲା ଦାୟର କରାଯାଇଛି ।

ଏହି ସବୁ ମାମଲାର ଶୁଣାଣି ସମୟରେ ନିର୍ବାଚନ କମିଶନ ଦର୍ଶାଇ ଥାଆନ୍ତି ଯେ, ରାଜନୈତିକ ପଦପଦବୀ ଉପରେ ଆଖି ରଖିଥିବା ଅପରାଧୀ ଏବଂ ସେମାନଙ୍କୁ ଉତ୍ସାହିତ କରୁଥିବା ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଅଥଚ, ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ସୁପ୍ରିମ କୋର୍ଟ ମତ ଦିଅନ୍ତି ଯେ, ଆପରାଧିକ ପୃଷ୍ଠଭୂମି ଥିବା ଜଣେ ବ୍ୟକ୍ତିଙ୍କ ସଦସ୍ୟତାକୁ ସ୍ବୀକାର କରୁଥିବା କୌଣସି ରାଜନୈତିକ ଦଳ ଏହାର କାର୍ଯ୍ୟଶୈଳୀ ସପକ୍ଷରେ ମତ ଦେବା ଏବଂ ଏହା ପଛରେ ଥିବା କାରଣ ବ୍ୟାଖ୍ୟା କରିବାର ଅଧିକାର ପାଇବା ଉଚିତ ! ଏହାର ଯୌକ୍ତିକତା ସର୍ବସାଧାରଣରେ ପ୍ରକାଶ ପାଇବା ପ୍ରସ୍ତାବକୁ କୋର୍ଟ କାଏମ୍‌ ରଖିଛନ୍ତି । ଜଣେ ପ୍ରାର୍ଥୀଙ୍କର ସାମର୍ଥ୍ୟ ଓ ଦୁର୍ବଳତା ସୂଚାଉଥିବା ବ୍ୟକ୍ତିଗତ ଗୁଣାବଳୀ ଏବଂ ତାଙ୍କ ସଂପତ୍ତି ଓ ଦେୟ ସହିତ ଅତୀତର କାର୍ଯ୍ୟାବଳୀ ସଂପର୍କିତ ତଥ୍ୟ ସମ୍ବଳିତ ଘୋଷଣାନାମାକୁ ସମ୍ବାଦପତ୍ର, ସାମାଜିକ ଗଣମାଧ୍ୟମ ଏବଂ ଦଳର ୱେବ୍‌ସାଇଟ୍‌ରେ ପ୍ରକାଶ କରିବା ଉଚିତ ବୋଲି କୋର୍ଟ ମତ ଦେଇଛନ୍ତି । ଏହା ସତ୍ତ୍ବେ ନିର୍ଦ୍ଦିଷ୍ଟ ଜଣେ ପ୍ରତିଯୋଗୀଙ୍କୁ କାହିଁକି ଚୟନ କରାଗଲା ତାହା ବି ପ୍ରକାଶ କରାଯିବା ଉଚିତ । ‘ଅନ୍ୟ ଭାବରେ ପ୍ରମାଣିତ ନହେଲା ପର୍ଯ୍ୟନ୍ତ ଜଣେ ନିର୍ଦ୍ଦୋଷ’ ନୀତିକୁ ବିଚାରକୁ ନେଇ କୋର୍ଟ ମତ ଦେଇଛନ୍ତି ଯେ, ଛୋଟ ଓ ବଡ଼ ମାମଲା ଭିତରେ କୋର୍ଟ ପାର୍ଥକ୍ୟ ଦର୍ଶାଇ ପାରିବେ ନାହିଁ । କାରଣ, ଏହା ମାମଲାକୁ ଆହୁରି ଜଟିଳତା ଆଡ଼କୁ ଟାଣିନେବ । କୋର୍ଟ ଆହୁରି ଉଲ୍ଳେଖ କରିଛନ୍ତି ଯେ, ସାଧାରଣ ଜୀବନରେ ଆପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ପ୍ରବେଶ ଏବଂ ଆଇନ ପ୍ରଣୟନରେ ସେମାନଙ୍କ ଅଂଶଗ୍ରହଣକୁ ରୋକିବା ଲାଗି ସଂସଦରେ ଆଇନ ପ୍ରଣୟନ କରାଯିବା ଉଚିତ । ନିର୍ବାଚନ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ହୋଇଥିବାରୁ ଏଥିରେ କୌଣସି ବ୍ୟକ୍ତିଙ୍କ ପ୍ରତିଦ୍ବନ୍ଦ୍ବିତା ଉପରେ ଆଇନ ଅନୁସାରେ ପରିଚାଳିତ ଅଦାଲତ ନିଷେଧାଦେଶ ଜାରି କରିପାରିବେ ନାହିଁ । କୌଣସି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ଜଣେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ କରିବା ଉପରେ ମଧ୍ୟ ନ୍ୟାୟପାଳିକା ପ୍ରଶ୍ନ ଉଠାଇଛନ୍ତି । ଏକା ସମୟରେ ଏହା ବି ସତ ଯେ, ବିସ୍ତୃତ ସଂସ୍କାରମୂଳକ ପଦକ୍ଷେପ ବିନା ଦେଶକୁ ଆପରାଧିକ ରାଜନୀତି କବଳରୁ ମୁକ୍ତ କରାଯାଇପାରିବ ନାହିଁ ।

“ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଡାକ୍ତର, ଇଞ୍ଜିନିୟର, ଜିଲ୍ଲା ମାଜିଷ୍ଟ୍ରେଟ୍‌, ପୋଲିସ ଏସ୍‌ପି, କିମ୍ବା ବିଚାରପତି ଭଳି ପଦବୀରେ ନିଯୁକ୍ତି ଲାଗି ଅନୁମତି ଦିଆଯାଉ ନଥିବା ବେଳେ ସେମାନଙ୍କୁ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ପଦରେ ଗ୍ରହଣ କରିବା ଅଯୌକ୍ତିକ ଏବଂ ଉଦ୍ଭଟ କଥା !!” ଏହି କାରଣରୁ ହିଁ ଅଶ୍ବିନୀ କୁମାର ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ଆବେଦନ ଦାୟର କରିଛନ୍ତି । ଏହା ପୂର୍ବରୁ, ସୁପ୍ରିମ କୋର୍ଟର ଜଣେ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସିଧାସଳଖ ଦର୍ଶାଇଥିଲେ ଯେ କେତେକ ମକଦ୍ଦମାର ଫଇସଲା ଲାଗି ଜଣକୁ ପ୍ରାୟ 20 ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ ଏବଂ ସେହି ସମୟ ମଧ୍ୟରେ ବ୍ୟକ୍ତି ଜଣକ ଜଣେ ଲୋକପ୍ରିୟ ଜନପ୍ରତିନିଧି ଭାବରେ ଅତି କମ୍‌ରେ ଚାରି ଥର ନିର୍ବାଚିତ ହେବାକୁ ସକ୍ଷମ ହୁଅନ୍ତି । 14ଶ ଲୋକସଭାରେ ଅପରାଧ ରେକର୍ଡ ଥିବା ବ୍ୟକ୍ତିଙ୍କ ସଂଖ୍ୟା 24% ଥିବା ବେଳେ 15ଶ ଲୋକସଭାରେ ଏହା 30%କୁ ବୃଦ୍ଧି ପାଇଲା ଏବଂ 16ଶ ଲୋକସଭାରେ ଏହା 34% ହେଲା ଏବଂ ବର୍ତ୍ତମାନର ଲୋକସଭାରେ ଏହା 43% ରହିଛି । ଦୁଃଖର ବିଷୟ ଯେ ବର୍ତ୍ତମାନ ଲୋକସଭାର ପ୍ରାୟ 29% ସଦସ୍ୟଙ୍କ ବିରୋଧରେ ବଳାତ୍କାର, ହତ୍ୟା ଏବଂ ଅନ୍ୟ କେତେକ ଜଘନ୍ୟ ଅପରାଧ ଅଭିଯୋଗ ରହିଛି । ଆହୁରି ଦୁଃଖର କଥା ଯେ, ଏଭଳି ସଦସ୍ୟମାନେ ପୁଣି ଥରେ ନିର୍ବାଚନରେ ବିଜୟ ହାସଲ କରିବା ଏବଂ ନେତା ହୋଇଯିବାର ଅଧିକ ସମ୍ଭାବନା ରହିଛି ! ସୁତରାଂ, ସେ ଦାଖଲ କରିଥିବା ଆବେଦନରେ ଉପାଧ୍ୟାୟ ଉଲ୍ଲେଖ କରିଛନ୍ତି ଯେ, 1968 ମସିହାର ନିର୍ବାଚନ ସଂକେତ ସଂପର୍କିତ ଆଇନ ପୁସ୍ତିକାରେ ଏଭଳି ଏକ କଡ଼ା ଆଇନ ସାମିଲ କରାଯିବା ଉଚିତ, ଯାହା ଅନୁସାରେ ଅପରାଧ ରେକର୍ଡ ଥିବା ସଦସ୍ୟମାନଙ୍କୁ ନିର୍ବାଚନରେ ପ୍ରତିଯୋଗିତା କରିବା ଲାଗି ଅନୁମତି ଦିଆଯିବ ନାହିଁ । ଆବେଦନରେ ଆହୁରି ନିବେଦନ କରାଯାଇଛି ଯେ, କୌଣସି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପ୍ରାର୍ଥିପତ୍ର ଦାଖଲର ଅନ୍ୟୂନ ଏକ ବର୍ଷ ପୂର୍ବରୁ ଯଦି ଜଣେ ସଦସ୍ୟ ଏଭଳି କୌଣସି ଅପରାଧରେ ଲିପ୍ତ ଥାଆନ୍ତି, ଯେଉଁଥିରେ 5 ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍‌ଦଣ୍ଡ ଦିଆଯାଇପାରେ ତେବେ ତାଙ୍କର ଅପରାଧ ରେକର୍ଡ ରହିଛି ବୋଲି ଧରି ନିଆଯିବା ଉଚିତ । ଯଦିଚ ସାଧାରଣ ଲୋକଙ୍କଠାରୁ ଏଭଳି ଅଂସଖ୍ୟ ନିବେଦନ କରାଯାଇଛି, ତଥାପି ଏହି ‘ଆଇନ ଭଙ୍ଗକାରୀମାନଙ୍କ’ ଦ୍ବାରା ସ୍ଥାପିତ ଦୃଢ଼ ଭିତ୍ତିକୁ କେବେ ଉଚ୍ଛେଦ କରାଯାଇପାରିବ, ସେ ସଂପର୍କରେ ସନ୍ଦେହ ଲାଗି ରହିଛି ।

1993ର ମୁମ୍ବାଇ ବୋମା ବିସ୍ଫୋରଣ, ଅପରାଧୀ, ପୋଲିସ, ବହିଃଶୁଳ୍‌କ ଅଧିକାରୀ ଏବଂ ରାଜନୈତିକ ଅପରାଧୀଙ୍କ ମଧ୍ୟରେ ଅବୈଧ ସଂପର୍କର ପ୍ରମାଣ ରୂପେ ରହିଆସିଛି ଏବଂ ପ୍ରାୟ ଏକ ଦଶନ୍ଧି ଏବଂ ଏହାଠୁଁ ଅଧିକ ସମୟ ଧରି ଚାଲିଥିବା ଏହି ସମଗ୍ର ଉପାଖ୍ୟାନର ପ୍ରତ୍ୟକ୍ଷଦର୍ଶୀ ଥିଲେ ସାରା ଦେଶର ଲୋକେ । ଭାରତରେ ରାଜନୀତିର ଅପରାଧୀକରଣ ସଂପର୍କରେ ଅନୁଧ୍ୟାନ କରିବା ଲାଗି ଗଠିତ ଭୋହରା କମିଟି ସ୍ପଷ୍ଟ କରିଦେଇଛନ୍ତି ଯେ, ବଡ଼ ବଡ଼ ସହରରେ ଅପରାଧ ଦୁନିଆର ବଡ଼ମୁଣ୍ଡ, ଏବଂ ସରକାରୀ କର୍ତ୍ତୃପକ୍ଷ, ପୋଲିସ୍‌ ଏବଂ ରାଜନୈତିକ ନେତାମାନେ ସେମାନଙ୍କ ଶକ୍ତିକୁ ଏକାଠି କରି ମେଣ୍ଟ ଗଠନ କରିଛନ୍ତି ଏବଂ ନିର୍ବାଚନ ଚାଲିଥିବା ସମୟରେ ରାଜନେତାମାନଙ୍କ ଅର୍ଥ ଏହି ନେଟ୍‌ୱର୍କ୍‌ର ସଂପ୍ରସାରଣକୁ ଇନ୍ଧନ ଯୋଗାଇଥାଏ । ପ୍ରାୟ ଦୁଇ ଦଶନ୍ଧି ତଳେ ପ୍ରସ୍ତୁତ ଏହି ରିପୋର୍ଟରେ ସ୍ପଷ୍ଟ ପ୍ରତିପାଦିତ ହୋଇଛି ଯେ ବ୍ୟକ୍ତିଗତ ଅପରାଧକୁ ପ୍ରତିହତ କରିବା ଲାଗି ଗଠିତ ଆପରାଧିକ ବିଚାର ବ୍ୟବସ୍ଥା ମାଫିଆମାନଙ୍କର ଏଭଳି ଏକ ବିଶାଳ ନେଟ୍‌ୱର୍କକୁ ରୋକିବା କ୍ଷେତ୍ରରେ ବେଶୀ କିଛି କରିପାରି ନାହିଁ । ବିଭିନ୍ନ ସରକାର ଅମଳରେ ଭୋହରା କମିଟି ରିପୋର୍ଟକୁ ନାଲିଫିତା ଗୁଡ଼ାଇ ରଖି ଦିଆଯାଇଥିଲେ ହେଁ, ଏକଥା ସତ ଯେ ନିର୍ବାଚନରେ କଳାଟଙ୍କା ହିଁ ରାଜନୀତିର ଅପରାଧୀକରଣ ପଛର ବଡ଼ କାରଣ ।

1999, 2014ରେ ବିଚାରପତିମାନଙ୍କ ଅଧ୍ୟକ୍ଷତାରେ ଗଠିତ ବିଭିନ୍ନ କମିଟିର ରିପୋର୍ଟ ଏବଂ 2004ରେ ନିର୍ବାଚନ କମିଶନଙ୍କ ପ୍ରସ୍ତାବିତ ସଂସ୍କାରମୂଳକ ପଦକ୍ଷେପ ସହିତ 2002ର ସାମ୍ବିଧାନିକ ସମୀକ୍ଷା କମିଟି ରିପୋର୍ଟ ଏବଂ 2ୟ ପ୍ରାଶାସନିକ କମିଟିଙ୍କ ସୁପାରିସ, ସବୁଥିରେ ଏଭଳି କାର୍ଯ୍ୟକଳାପରୁ ଦେଶକୁ ରକ୍ଷା କରିବା ଲାଗି ବିଭିନ୍ନ ନୀତିକୌଶଳ ସଂପର୍କରେ ପ୍ରସ୍ତାବ ଦିଆଯାଇଛି । ସାମଗ୍ରୀକ ଭାବେ ଦେଶହିତ ଭାବନାକୁ ଅଗ୍ରାହ୍ୟ କରି ସ୍ବାର୍ଥପର ଭାବେ କ୍ଷମତା ହାସଲର ଉଦ୍ଦେଶ୍ୟ ପୂରଣ କରିବାକୁ ରାଜନୈତିକ ଦଳଗୁଡ଼ିକ ଅପରାଧୀମାନଙ୍କୁ ଆଇନ ପ୍ରଣୟନକାରୀ ସଭାକୁ ନେଇଯାଆନ୍ତି । ଏଭଳି ମନୋବୃତ୍ତି ଉପରେ ଅଙ୍କୁଶ ନ ଲାଗିଲେ ଏବଂ ରାଜନୈତିକ ଦଳଗୁଡ଼ିକର ସଂକୀର୍ଣ୍ଣ ମନୋଭାବର ସଂପ୍ରସାରଣକୁ ରୋକା ନଗଲେ, କୌଣସି ଦୃଷ୍ଟିକୋଣରୁ ସ୍ବଚ୍ଛ ଭାରତର ଲକ୍ଷ୍ୟ ସାଧିତ ହେବ ନାହିଁ ।

Intro:Body:

 odisha

Conclusion:
Last Updated : Feb 10, 2020, 6:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.