ETV Bharat / bharat

ଐତିହ୍ୟ ସ୍ଥାନ ଖନନ ବେଳେ ମିଳିଲା ଶିଶୁର କଙ୍କାଳ

author img

By

Published : Sep 9, 2020, 4:25 PM IST

ତାମିଲନାଡୁର ଆଦିଚନାଲୁର ସାଇଟରେ ଖନନ ସମୟରେ ଏକ ଶିଶୁର କଙ୍କାଳ ଉଦ୍ଧାର କରାଯାଇଛି ।

_skeleton
ଖଣି ଖନନ ବେଳେ ଏକ ଶିଶୁ କଙ୍କାଳ ଉଦ୍ଧାର

ଚେନ୍ନାଇ: ପ୍ରତ୍ନତତ୍ତ୍ବ ବିଭାଗ ଏକ ଐତିହ୍ୟ ସ୍ଥାନ ଖନନ କରିବା ସମୟରେ ଏକ ଶିଶୁର କଙ୍କାଳ ଉଦ୍ଧାର କରିଛି । ତାମିଲନାଡୁର ଆଦିଚନାଲୁର ସାଇଟରେ ଖନନ ସମୟରେ ଏକ ଶିଶୁର କଙ୍କାଳ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତ ମେ 25 ତାରିଖରୁ ଆଦିଚନାଲୁର ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି କାର୍ଯ୍ୟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ | 10 ଜଣ ରିସର୍ଚ୍ଚର, ରିସର୍ଚ୍ଚ ଛାତ୍ରଙ୍କ ସମେତ 50 ରୁ ଅଧିକ କର୍ମଚାରୀ ଏହି କାର୍ଯ୍ୟରେ ଜଡିତ ଅଛନ୍ତି ।

ତେବେ ଏବେସୁଦ୍ଧା ଖନନ ସମୟରେ 24 ଟି ପୁରୁଣା ଚୁଲା, ତାମିଲ ବ୍ରାହ୍ମୀ ସ୍କ୍ରିପ୍ଟ ଏବଂ ଲୁହା ଉପକରଣ ଆଦି ମିଳିଛି । ଏହାଛଡା ପାନଙ୍ଗଟ୍ଟୁ ଅଞ୍ଚଳରେ ଖନନ କାର୍ଯ୍ୟ ବେଳେ ଏକ ଶିଶୁର କଙ୍କାଳ ମଧ୍ୟ ଉଦ୍ଧାର କରାଯାଇଛି । ରିସର୍ଚ୍ଚରଙ୍କ କହିବା ଅନୁଯାୟୀ, କଙ୍କାଳଟିର ଡିଏନଏ ପରୀକ୍ଷା ପରେ ଶିଶୁଟିର ବୟସ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.