ETV Bharat / bharat

BS4 ଗାଡି ବିକ୍ରି ନିଷ୍ପତ୍ତିକୁ ଅବମାନନା, ଏଫଏଡିଏକୁ ସୁପ୍ରିମକୋର୍ଟଙ୍କ ତାଗିଦ

author img

By

Published : Jun 15, 2020, 3:59 PM IST

ବିଏସ 4 (BS4) ଗାଡି ବିକ୍ରିକୁ ନେଇ ଅଟୋ ମୋବାଇଲ ଡିଲର୍ସ ଆସୋସିଏସନ (FADA) କୁ ସିପ୍ରିମକୋର୍ଟଙ୍କ ତାଗିଦ । ଲକଡାଉନ ପରେ 10 ଦିନ ପାଇଁ BS4 ଗାଡି ବିକ୍ରି ଉପରେ କୋର୍ଟ 10 ପ୍ରତିଶତ ରିହାତି ଦେଇଥିଲେ କିନ୍ତୁ ଏହି ଦିନରେ ତାଠାରୁ ଅଧିକ ଗାଡି ବିକ୍ରି ହୋଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

BS4 ଗାଡି ବିକ୍ରି ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଅବମାନନା

ନୂଆଦିଲ୍ଲୀ: ବିଏସ 4 (BS4) ଗାଡି ବିକ୍ରିକୁ ନେଇ ଅଟୋ ମୋବାଇଲ ଡିଲର୍ସ ଆସୋସିଏସନ (FADA) କୁ ସିପ୍ରିମକୋର୍ଟଙ୍କ ତାଗିଦ । ଲକଡାଉନ ପରେ 10 ଦିନ ପାଇଁ BS4 ଗାଡି ବିକ୍ରି ଉପରେ କୋର୍ଟ 10 ପ୍ରତିଶତ ରିହାତି ଦେଇଥିଲେ କିନ୍ତୁ ଏହି ଦିନରେ ତାଠାରୁ ଅଧିକ ଗାଡି ବିକ୍ରି ହୋଇଥିଲା । ଏହା ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଗାଡି ବିକ୍ରି ଏବଂ ପଞ୍ଜୀକରଣର ସମ୍ପୂର୍ଣ୍ଣ ରେକର୍ଡ ମାଗିଥିଲେ ।

କୋର୍ଟ କହିଛନ୍ତି ଯେ ତାଙ୍କର ଆଦେଶକୁ ଦୁରୁପଯୋଗ କରାଯାଇଛି । ଲକଡାଉନରେ ବିକ୍ରି ସମସ୍ୟା ହେତୁ ସେ 1.05 ଲକ୍ଷ ଯାନ ବିକ୍ରୟ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ କୋର୍ଟର ନିର୍ଦ୍ଦେଶକୁ ନପାଳି 2.55 ଲକ୍ଷରୁ ଅଧିକ ଗାଡି ବିକ୍ରି କରିଥିଲା ଏଫଏଡିଏ । କୋର୍ଟ ଏ ସମ୍ପର୍କରେ ସରକାରଙ୍କ ଠାରୁ ରେକର୍ଡ ମଧ୍ୟ ମାଗିଛନ୍ତି ।

ସୂଚନା ଥାଉକି ଯେ ପୂର୍ବରୁ କୋର୍ଟ ଏପ୍ରିଲ 1 ତାରିଖରୁ କେବଳ BS6 ଗାଡି ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କମ୍ପାନୀ ନିବେଦନ କରିବା ପରେ ମାର୍ଚ୍ଚ 27 ରେ କୋର୍ଟ ଏକ ଛୋଟ ରିହାତି ପ୍ରଦାନ କରିଥିଲେ । ସେହି ସମୟ ମଧ୍ୟରେ କୋର୍ଟ କହିଥିଲେ ଯେ BS4 ର ଅବଶିଷ୍ଟ ଷ୍ଟକ୍ ର 10 ପ୍ରତିଶତ ଲକଡାଉନ ପରେ ବିକ୍ରି ହୋଇପାରିବ । ତେବେ ଆଜି ଶୁଣାଣି ବେଳେ BS4 ଗାଡି ଅଧିକ ବିକ୍ରି କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.