ETV Bharat / bharat

TRP ଏଜେନ୍ସିଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ, ତଦାରଖ କରିବ ସଂସଦୀୟ କମିଟି - TRP ଏଜେନ୍ସି

ଦେଶର ଟିଆରପି ଏଜେନ୍ସିଗୁଡିକ ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ । ତେବେ ଏହି ଗାଇଡଲାଇନକୁ ତଦାରଖ କରିବ ସଂସଦୀୟ କମିଟି । ଅଧିକ ପଢନ୍ତୁ...

TRP ଏଜେନ୍ସିଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ, ତଦାରଖ କରିବ ସଂସଦୀୟ କମିଟି

author img

By

Published : Nov 4, 2020, 7:49 PM IST

ନୂଆଦିଲ୍ଲୀ: ଟିଆରପି ଆଳରେ ତଥ୍ୟକୁ ଭ୍ରମିତ କରୁଥିବା ଏଜେନ୍ସିରେ ଲାଗିବ ଲଗାମ । ଏନେଇ ଗଠନ ହୋଇସାରିଛି କେନ୍ଦ୍ରୀୟ କମିଟି । ଦେଶର ଟିଆରପି ଏଜେନ୍ସିଗୁଡିକ ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ । ତେବେ ଏହି ଗାଇଡଲାଇନକୁ ତଦାରଖ କରିବ ସଂସଦୀୟ କମିଟି । ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

TRP ଏଜେନ୍ସିଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ, ତଦାରଖ କରିବ ସଂସଦୀୟ କମିଟି
TRP ଏଜେନ୍ସିଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ, ତଦାରଖ କରିବ ସଂସଦୀୟ କମିଟି

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କିଛି ବର୍ଷରୁ ଯେଉଁ ଗାଇଡଲାଇନ ଚାଲିଆସୁଥିଲା, ଏହା ଉପରେ ଏବେ ନଜର ସଦ୍ୟ ନଜର ରଖିବାର ଆବଶ୍ୟକତା ରହିଛି । ତେବେ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ସଂସଦୀୟ କମିଟିରେ ପ୍ରସାର ଭାରତୀ ସିଇଓ ଶଶୀ ଏସ. ଭେମ୍ପାତୀ, ଆଇଆଇଟି କାନପୁରର ପରିସଂଖ୍ୟାନ ପ୍ରଫେସର ଡଃ. ସ୍ଲଭ, ସି.ଡଟ୍‌ର ଏକ୍ସିକ୍ୟୁଟିଭ ଏଡିଟର ରାଜକୁମାର ଉପାଧ୍ୟାୟ ଏବଂ ସିପିପିର ପ୍ରଫେସର ପୁଲକ ଘୋଷ ସାମିଲ ଅଛନ୍ତି ।

ନିକଟରେ ଟିଭି ଚ୍ୟାନେଲଗୁଡିକର ଟିଆରପିକୁ ନେଇ ବଡ ଖୁଲାସା କରିଥିଲା ମୁମ୍ବାଇ ପୋଲିସ । ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ଟଙ୍କା ଦେଇ ନିଜର ଟିଆରପି ବଢାଉଥିବା ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ । ଏହି ଘଟଣାରେ ଦୁଇଟି ଚ୍ୟାନେଲର ମାଲିକଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।

ଟିଆରପି ସ୍କାମକୁ ନେଇ ମୁମ୍ବାଇ ପୋଲିସର ଖୁଲାସା ପରେ ଟେଲିଭିଜନ ରେଟିଂ ପ୍ରଦାନ କରୁଥିବା ବିଏଆରସି ଏକ ବଡ ନିଷ୍ପତ୍ତି ନେଇଥିଲା। 3 ମାସ ପାଇଁ ଟିଆରପି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଟେଲିଭିଜନ ନ୍ୟୁଜର ନିୟାମକ ସଂସ୍ଥା ଏନବିଏ ବିଏଆରସିର ନିଷ୍ପତ୍ତିକୁ ସ୍ବାଗତ ଜଣାଇଥିଲେ ।

BARC ହେଉଛି ଏକ ଇଣ୍ଡଷ୍ଟ୍ରି-ନେତୃତ୍ବାଧୀନ ସଂସ୍ଥା ଯାହାକି ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେସନ (ଆଇବିଏଫ୍), ଇଣ୍ଡିଆନ ସୋସାଇଟି ଅଫ ଆଡଭରଟାଇଜର୍ସ (ISA) ଏବଂ ବିଜ୍ଞାପନ ଏଜେନ୍ସି ଆସୋସିଏସନ ଅଫ ଇଣ୍ଡିଆ (AAAI) ଦ୍ବାରା ପ୍ରତିନିଧିତ୍ବ ହୋଇଛି । BARC India 2015ରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସେବେଠାରୁ ଏହା ବ୍ୟବସାୟିକ ଭିତ୍ତିରେ ଟେଲିଭିଜନ ରେଟିଂ ସେବାଗୁଡିକର ଏକମାତ୍ର ପ୍ରଦାନକାରୀ ।

କେଉଁ ଚ୍ୟାନେଲରେ ବିଜ୍ଞାପନ ଦେବା ଉଚିତ ତାହା ସ୍ଥିର କରିବାକୁ ବିଜ୍ଞାପନଦାତାଙ୍କ ପାଇଁ TRP ଗୁଡିକ ହେଉଛି ମୁଖ୍ୟ ମୁଦ୍ରା । 2019 ରେ ସମୁଦାୟ ବ୍ରଡକାଷ୍ଟର ମାନଙ୍କର ରେଭିନ୍ୟୁ 45 ହଜାର କୋଟି ଟଙ୍କା ରୁ କେବଳ 32 ହଜାର କୋଟି ଟଙ୍କା ବିଜ୍ଞାପନ ରେଭିନ୍ୟୁରୁ ସଂଗ୍ରହ କରାଯାଇଥିଲା ।

ଏହା ବିଜ୍ଞାପନର ରାଜସ୍ୱ ପ୍ରବାହ ଉପରେ ଶିଳ୍ପର ନିର୍ଭରଶୀଳତାକୁ ସୂଚିତ କରେ, ଯାହା ପରବର୍ତ୍ତୀ ସମୟରେ, ମୁଖ୍ୟତଃ ସେମାନଙ୍କ ଦର୍ଶକଙ୍କ ପ୍ରୋଫାଇଲ ଉପରେ ନିର୍ଭର କରେ ଏବଂ ସେମାନଙ୍କ ବିଷୟବସ୍ତୁର ଲୋକପ୍ରିୟତା, ଯାହା ଭିଓରସିପ ମେଜରମେଣ୍ଟ ଟେଲିଭିଜନ ଏବଂ ମୂଲ୍ୟାୟନ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.