ETV Bharat / bharat

ଫେସବୁକରେ ମହିଳାଙ୍କୁ ଅଶ୍ଲୀଳ ମେସେଜ,ଗିରଫ ହେଲେ କଲେଜ ଛାତ୍ର

author img

By

Published : Sep 28, 2020, 10:52 PM IST

ଦିନକୁ ଦିନ ବଢୁଛି ସାଇବର ଅପରାଧ । ମହିଳାଙ୍କୁ ଫେସବୁକରେ ଅଶ୍ଲୀଳ ମେସେଜ ପଠାଇ ଗିରଫ ହେଲେ କଲେଜ ଛାତ୍ର ।

college student arrested for sending obsence messages
ଫେସବୁକରେ ମହିଳାଙ୍କୁ ଅଶ୍ଲୀଳ

ନୂଆଦିଲ୍ଲୀ : ମହିଳାଙ୍କୁ ଫେସବୁକରେ ଅଶ୍ଲୀଳ ବାର୍ତ୍ତା ପଠାଇ ଫସିଲେ ଛାତ୍ର । ତଦନ୍ତ ପରେ ଛାତ୍ର ଜଣକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଅପରାଧ । ବର୍ତ୍ତମାନ ଦେଶରେ ସାଇବର ଅପରାଧର ଏକ ଟ୍ରେଣ୍ଡ ଚାଲିଛି । ଏପରି ଅପରାଧ କଲେଜ ପଢୁଆ ପିଲା ବେଶି କରୁଥିବା ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ, କାଫିଲ ନାମକ ଜଣେ ଛାତ୍ର ଜଣେ ମହିଳାଙ୍କୁ ଫେସବୁକରେ ଅଶ୍ଲୀଳ ବାର୍ତ୍ତା ପଠାଇଥିବା ଘଟଣା ସାମନାକୁ ଆସିଛି । ନିଜ ପ୍ରକୃତ ନାଁରେ ଫେସବୁକ ନ ଖୋଲି କରନ ନାମରେ ଆକାଉଣ୍ଟ ଖୋଲି କାଫିଲ ଏପରି କରିଥିବା ଜଣାପଡିଛି ।

ଏ ନେଇ ମହିଳା ଜଣକ ଦିଲ୍ଲୀର ମେହରାଉଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ସାଇବର ସେଲରୁ ଯୁକ୍ତ ତିନି (କଳା) ପ୍ରଥମ ବର୍ଷର ଛାତ୍ରକୁ ଗିରଫ କରିଛି ।

ଅଧିକ ପଚରାଉଚରା ପରେ ସୋସିଆଲ ମିଡିଆରେ ଏପରି ମିଥ୍ୟା ଆକାଉଣ୍ଟ ଖୋଲି ମହିଳାଙ୍କୁ ବିଭିନ୍ନ ଲୋଭ ଦେଖାଇ ପ୍ରଭାବିତ କରୁଥିବା କଥା ନିଜ ମୁହଁରେ ମାନିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.