ETV Bharat / bharat

ପଶୁ ପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ - woman commits suicide after leave her pet dog

ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ପଶୁଙ୍କୁ ହତ୍ୟା କିମ୍ବା ଚାଲାଣ କରାଯାଉଥିବା ଘଟଣା ଦେଖିବାକୁ ମିଳୁଥିବା ବେଳେ ଏକ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି ତାମିଲନାଡ଼ୁରେ।

ପଶୁପ୍ରେମ ପାଇଁ ଜୀବନ ହାରିଲେ ଯୁବତୀ
author img

By

Published : Nov 2, 2019, 5:39 PM IST

କୋଏମ୍ବାଟୁର: ସ୍ବାର୍ଥପର ଦୁନିଆରେ ଯେଉଁଠି ମଣିଷ ମଣିଷ ମଧ୍ୟରେ ଯେଉଁଠି ବିବାଦ ଦେଖାଦେଉଛି, ସେଠାରେ ପଶୁଙ୍କୁ ବା ପଚାରେ କିଏ । ବର୍ତ୍ତମାନ ସମୟରେ ଅଧିକାଂଶ ସ୍ଥାନରେ ପଶୁଙ୍କୁ ହତ୍ୟା କିମ୍ବା ଚାଲାଣ କରିବା ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ, ଏକ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଛି ତାମିଲନାଡ଼ୁରେ।

ତାମିଲନାଡ଼ୁର କୋଏମ୍ବାଟୁରରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କ ପଶୁପ୍ରେମ। ଘରେ ରଖିଥିବା ପାଳିତ କୁକୁର ଠାରୁ ଅଲଗା ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

କବିତା ନାମକ ଏହି ମହିଳା ଏକ ବେସରକାରୀ ଫାର୍ମରେ କାମ କରୁଥିବାବେଳେ ଗତ 2 ବର୍ଷ ଧରି ଏକ କୁକୁରକୁ ପାଳିଥିଲେ । ହେଲେ କୁକୁରକୁ ନେଇ ପଡୋଶୀ ଅସନ୍ତୁଷ୍ଟ ହେବା ସହ କୁକୁରକୁ ଛାଡିଦେବା କହିଥିଲେ । ଯେଉଁଥିରେ କବିତାଙ୍କ ପରିବାର ଲୋକେ ରାଜି ହୋଇଥିଲେ । ଯାହାକୁ ନେଇ ସେ ପ୍ରଥମେ ଅମଙ୍ଗ ହେବା ସହ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଚିଠି ଛାଡିଦେଇଛନ୍ତି । ଯେଉଁଥିରେ ସେ ତାଙ୍କ କୁକୁର ବିଷୟରେ ଲେଖିଛନ୍ତି। ଏ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି।

ସ୍ଲଗ - ତତଲାଗଡ ପାଲିଟିଲା ବଲାଗିଂର, ଅସହ୍ୟ ଖରା ସାଙ୍ଗକୁ ଗରମ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜୀବନ 
ରିପୋରଟର ନାମ - ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୮-୦୪-୧୯
ଫରମାଟ -ପେକେଜ
ଏଙ୍କର-
ବୈଶାଖ ମାସରେ ବଲାଗିଂର ଏବେ ପାଲିଟିଛି ତତଲା କଢେଇ । ଗୋଟିଏ ପଟେ ଏଠି ଆକାଶରୁ ଅଗ୍ନି ବର୍ଷା ହେଲା ଭଲି ଅସହ୍ୟ ଖରା ହେଉଥିବା ବେଲେ  ତାପ ମାତ୍ରା ୪୦ ଡିଗ୍ରୀର ଉଦ୍ଧ୍ୱର୍କୁ  ଛୁଇଁଛି । ଏହାସହ ପ୍ରବଲ ଗରମ ସହିତ ତତଲା ଝାଞ୍ଜି ପବନ  ଯୋଗୁଁ ସାଧାରଣ ଜୀବନ ଯାପନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ଏବର୍ଷ ଏଠି ଗରମ ଅଧିକ ଅନୁଭୁତ ହେଉଥିବା ବେଲେ ଅବାଧ ଗଛ କଟା, ଜଙ୍ଗଲ କ୍ଷୟ ଓ କଂକ୍ରୀଟର ବ୍ୟାପକ ନିର୍ମାଣ ଏହାର କାରଣ ବୋଲି ଲୋକେ କହିଛନ୍ତି । ସେପଟେ ଏବର୍ଷ ଜିଲ୍ଲାରେ ପ୍ରବଲ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସବୁ ଆଗୁଆ ପଦକ୍ଷେପ ନେବା ସହ ଲୋକଙ୍କୁ ମଧ୍ୟ ଶଚେତନ ରହିବା ପାଇଁ ନିବେଦନ କରିଛି । 
ଭି ଓ ୧
ବଲାଗିଂରରେ ଏଥର ବୈଶାଖ ମାସରେ ତାପ ମାତ୍ରା ୪୩ ଡିଗ୍ରୀକୁ ଛୁଇଁ ସାରିଛି । ଏଠି ସକାଲ ଆଠ ଟାରୁ ପ୍ରଚଣ୍ଡ ଖରା ହେଉଥିବା ବେଲେ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ ପ୍ରବଲ ଗରମ ଅନୁଭୁତ ହେଉଛି । ଏବଂ ଦିନ ତମାମ ଟାଣ ଖରା ସହ ଗରମ ଝାଞ୍ଜି ପବନ ବହିବା ମଧ୍ୟ ଆରମ୍ଭ ହୋଇ ଯାଇଛି । ଫଲରେ ଲୋକେ ଜରୁରୀ କାମ ନଥିଲେ ଏବେ ଦିନ ବେଲା ପଦାକୁ ବାହାରୁ ନ ଥିବା ବେଲେ ଗରମ ଯୋଗୁଁ ଏବେଠୁଁ ସାଧାରଣ ଜୀବନ ଯାପନ ଅସ୍ତ ବ୍ୟସ୍ତ ହୋଇ ପଡିଛି । ତେବେ ବଲାଗିଂରରେ ଅବାଧ ଗଛକଟା, ଜଙ୍ଗଲ କ୍ଷୟ ଓ କଂକ୍ରୀଟ ନିର୍ମାଣ ବୃଦ୍ଧି ପାଇଥିବା ଯୋଗୁଁ ଏବର୍ଷ ବଲାଗିଂରରେ ଗରମ ଆହୁରି ବଢିବ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି । ଏବଂ ଏଥିପ୍ରତି ସରକାର ତଥା ଜିଲ୍ଲା ପ୍ରଶାସନ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।
ବାଇଟ- ବିନୋଦ କାଲସାଏ- ବଲାଗିଂର ବାସିନ୍ଦା
ବାଇଟ- ରବି ଖମାରୀ - ବଲାଗିଂର ବାସିନ୍ଦା
ଭି ଓ ୨ 
ବଲାଗିଂରରେ ଏବର୍ଷ ଏବେଠୁଁ  ତାପ ମାତ୍ରା ୪୩ ଡିଗ୍ରୀ ହୋଇ ସାରିଥିବା ବେଲେ ଏହା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି ।  ସେହିପିର ବର୍ତ୍ତମାନର ଅସହ୍ୟ ଖରା ସାଙ୍ଗକୁ ଗରମ ଝାଞ୍ଜିପବନରେ ଶିଝୁଛନ୍ତି ବଲାଗିଂର ବାସୀ । ତେବେ ଗରମ ଯୋଗୁଁ ଏବେ  ଲୋକେ ଅସ୍ତବ୍ୟସ୍ତ ହୋଇଥିବା ବେଲେ ଆଗକୁ ଏହାର କିଭଲି ମୁକାବିଲା କରିବେ ତାକୁ ନେଇ ସମସ୍ତେ ଚିନ୍ତାରେ । ଅନ୍ୟପଟେ ସେପଟେ ଜିଲ୍ଲା ପ୍ରଶାସନ ଗ୍ରିଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଜର ସବୁ ପ୍ରସ୍ତୁତି କରି ସାରିଥିବା ବେଲେ ସବୁଠି ପିଇବା ପାଣି, ଅଂଶୁଘାତ ରୋଗୀଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଇତ୍ୟାଦି ଗ୍ରହଣ କରିଛି । ସେହିପରି ଲୋକଙ୍କୁ ମଧ୍ୟ ଶଚେତନ ଓ ସର୍ତ୍ତକ ରହିବାର ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ
ବାଇଟ- ପରିକ୍ଷିତ ସେଠୀ - ଅତିରିକ୍ତ ଜିଲ୍ଲାପାଲ ବଲାଗିଂର
ଏଫ ଭି ଓ 
ଗୋଟିଏ ପଟେ ଟାଣ ଖରା ତ ଅନ୍ୟପଟେ ଅସହ୍ୟ ଗରମ ସାଧାରଣ ଜୀବନ ଯାପନରେ ବେଶ ପ୍ରଭାବିତ କରିଛି । ଅନ୍ୟପଟେ ଅଘୋଷିତ ବିଦ୍ୟୁତ କାଟ ଓ କିଛି ସ୍ଥାନରେ ପାଣିର ସମସ୍ୟା ଏହାକୁ ଆହୁରି ଗୁରୁତର କରିଛି । ତେବେ ଏଭଲି ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଲୋକଙ୍କ ପାଇଁ କେତେ ଲାଭ ଦାୟକ ହେଉଛି ତାହା ସମୟହିଁ କହିବ । 
visual by mojo
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.