ହାଇଦ୍ରବାଦ:ଗତ ଗୁରୁବାର ଯୋଗାଯୋଗ ଉପଗ୍ରହ CMS-01 ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ କରାଯାଇଛି । ଆଣ୍ଡାମାନ ଓ ଲାକ୍ଷାଦ୍ବୀପରେ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ଏହି ଉପଗ୍ରହଟିକୁ ଲଞ୍ଚ କରାଯାଇଛି । ଏହି ଉପଗ୍ରହ ସମ୍ପର୍କରେ ଆସନ୍ତୁ ଜାଣିବା କିଛି ଅଧିକ ତଥ୍ୟ:-
- PSLV-C50 ସତୀଶ ଧାୱନ ସ୍ପେସ୍ ସେଣ୍ଟର SHAରୁ ଚଳିତ ବର୍ଷ ଡିସେମ୍ବର 17 ତାରିଖରେ CMS-01 ଲଞ୍ଚ ହୋଇଛି ।
- PSLV-C50 ହେଉଛି PSLVର 52ତମ ମିଶନ୍ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC) SHARର ଦ୍ବିତୀୟ ଲଞ୍ଚ ପ୍ୟାଡ୍ (SLP)ରୁ CMS-01 ଲଞ୍ଚ ହୋଇଛି । ପାଣିପାଗ ପରିସ୍ଥିତି ଅନୁଯାୟୀ ଚଳିତ ବର୍ଷ ଡିସେମ୍ବର 17 ତାରିଖରେ 1541 ଘଣ୍ଟାରେ ଏହି ଉନ୍ମୋଚନ ସ୍ଥିର ହୋଇଛି।
- CMS-01 ହେଉଛି ଏକ ଯୋଗାଯୋଗ ଉପଗ୍ରହ ଯାହା ଫ୍ରିକ୍ବେନ୍ସି ସ୍ପେକ୍ଟ୍ରମର ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବା ପାଇଁ ଧାର୍ଯ୍ୟ କରାଯାଇଛି ।
- ବିସ୍ତାରିତ-ସି ବ୍ୟାଣ୍ଡ କଭରେଜ ମଧ୍ୟରେ ଭାରତର ପ୍ରମୁଖ ସ୍ଥାନ ଆଣ୍ଡାମାନ-ନିକୋବର ଓ ଲକ୍ଷ୍ମୀଦ୍ବୀପ ଦ୍ବୀପପୁଞ୍ଜ ଆଦି ଅନ୍ତର୍ଭୁକ୍ତ । CMS-01 ହେଉଛି ଭାରତର 42 ତମ ଯୋଗାଯୋଗ ଉପଗ୍ରହ ।
- PSLV-C50 ହେଉଛି PSLVର 'XL' କନଫିଗ୍ୟୁରେସନରେ 22ତମ ଫ୍ଲାଇଟ । ତେବେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC) SHARରୁ ଲଞ୍ଚ ହୋଇଥିବା ଏହା ହେଉଛି 77ତମ ମହାକାଶ ଯାନ ।