ETV Bharat / bharat

ମହାରାଷ୍ଟ୍ରରେ ମୋବ ଲିଚିଂ, ଉଦ୍ଧବଙ୍କ ସହ ଆଲୋଚନା କଲେ ଯୋଗୀ - ମହାରାଷ୍ଟ୍ରରେ ମୋବ ଲିଚିଂ

ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କ ସହ ଭିଡ ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 101 ଜଣଙ୍କୁ ଗିରଫ କରିସାରିଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ।

CM yogi talk to maharasta govt.
ଉଦ୍ଧବଙ୍କ ସହ ଆଲୋଚନା କଲେ ଯୋଗୀ
author img

By

Published : Apr 20, 2020, 12:49 PM IST

ଲକ୍ଷ୍ନୌ: ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କ ସହ ଭିଡ ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ 101ଜଣଙ୍କୁ ଗିରଫ କରିସାରିଛି । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଛନ୍ତି ।

ସିଏମ୍ ଯୋଗୀ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଦୋଷୀଙ୍କୁ କ୍ଷମା କରାଯିବ ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ଯୋଗୀ ଟ୍ବିଟ କରି ଲେଖିଥିଲେ, ‘ ଗତକାଲି ସନ୍ଧ୍ୟାରେ ସ୍ବାମୀ କଳ୍ପବୃକ୍ଷ ଗିରି ଜୀ, ସ୍ବାମୀ ସୁଶୀଲ ଗିରି ଜୀ ଏବଂ ତାଙ୍କ ଡ୍ରାଇଭର ନିଲେଶ ତେଲଗଡେ ଜୀ, ମହାରାଷ୍ଟ୍ରର ପାଘଗରରେ ହତ୍ୟା ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଏହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନେବା ମଧ୍ୟ କହିଛି ’।

ପ୍ରକାଶଥାଉକି, 16-17 ଏପ୍ରିଲ ରାତିରେ ପାଲଘର ଠାରୁ ପ୍ରାୟ 100 କିଲୋମିଟର ଦୂରରେ ମୋବ ଲିଚିଂ ଘଟିଥିଲା । ପାଲଘରର ଗାଡଚିଞ୍ଚଲେ ଗାଁର ମୁମ୍ବାଇରୁ ସୁରାଟକୁ ଯାଉଥିବା ଦୁଇଜଣ ସାଧୁଙ୍କ କାରକୁ ଅଟକାଇ ହତ୍ୟା କରାଯାଇଛି। ଏହି ଦୁଇ ସାଧୁ ମୁମ୍ବାଇର ଯୋଗେଶ୍ବରୀସ୍ଥିତ ହନୁମାନ ମନ୍ଦିରରେ ରୁହନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.