ETV Bharat / bharat

ସାମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : Aug 1, 2019, 12:09 PM IST

ଗୁଜୁରାଟରେ ଦେଖାଦେଇଛି ସାମ୍ଭାବ୍ୟ ବନ୍ୟା ପରିସ୍ଥିତି। ଏହାର ମୁକୁବିଲା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଡିଜାଇନ ଫଟୋ

ଗାନ୍ଧୀନଗର: ପ୍ରବଳ ବର୍ଷାରେ ଗୁଜୁରାଟର ଭଦୋଦରରା ବନ୍ୟା ଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଯାହା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହା ଯୋଗୁଁ ପ୍ରଭାବିତ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ ଟିମ ମୁତୟନ କରାଯାଇଛି ।

ରାଜ୍ୟରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତିର ମୁକୁବିଲା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ସେ ସ୍ଥାନୀୟ ପ୍ରଶାସନ ସହ ମିଶି ସ୍ଥିତି ସୁଧାରିବା ପାଇଁ 2 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଆଜି ଗୁଜୁରାଟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ହେବା ନେଇ ସୂଚନା ମିଳିଛି । ଜଳବନ୍ଦୀ ଯୋଗୁଁ 22ଟି ଟ୍ରେନ ବାତିଲ୍‌ କରାଯିବା ସହ ଅହମ୍ମଦାବାଦରୁ 2ଟି ବିମାନର ଗତିପଥ ବଦଳା ଯାଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅହମ୍ମଦାବାଦ ଓ କେନ୍ଦ୍ରୀୟ ଗୁଜୁରାଟରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଗୁଜୁରାଟର ସୌରାଷ୍ଟ୍ର ଓ ଅନ୍ୟାନ୍ୟ ସ୍ଥାନରେ ଆଗାମୀ 2 ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.