ETV Bharat / bharat

ଗୁରୁବାର ହେବ ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ସଂମ୍ପ୍ରସାରଣ - କ୍ୟାବିନେଟ ସଂମ୍ପ୍ରସାରଣ

ରାଜ୍ୟପାଳ ପଦ ଏବଂ ଗୋପନୀୟତାର ଶପଥ ବୁଧବାର ନେବେ । ଏହାପରେ ଗୁରୁବାର କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।

ମଧ୍ୟପ୍ରଦେଶ ସରକାର
ମଧ୍ୟପ୍ରଦେଶ ସରକାର
author img

By

Published : Jul 1, 2020, 2:25 PM IST

ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଗତ କିଛି ଦିନରୁ ସସ୍ପେନସ ଜାରି ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସସ୍ପେନ୍ସ ଉପରୁ ପରଦା ଉଠାଇଛନ୍ତି । ମଧ୍ୟ ପ୍ରଦେଶ କ୍ୟାବିନେଟ ଗୁରୁବାର ସଂମ୍ପ୍ରସାରଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି, ରାଜ୍ୟପାଳ ପଦ ଏବଂ ଗୋପନୀୟତାର ଶପଥ ବୁଧବାର ନେବେ । ଏହାପରେ ଗୁରୁବାର କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।

ମଧ୍ୟପ୍ରଦେଶରେ କ୍ୟାବିନେଟ ସଂମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୌହାନ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏନେଇ ଚର୍ଚ୍ଚା କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ହେବା ପରେ ଅନ୍ତିମ ସମୟରେ କ୍ୟାବିନେଟ ସଂମ୍ପ୍ରସାରଣ ଉପରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ତେବେ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣକୁ ନେଇ ଶିବରାଜ ସିଂହ ଚୌହାନ ଚିନ୍ତାରେ ଥିଲେ । ଗୋଟିଏ ପଟେ ପୁରୁଣା ବିଧାୟକ ଥିବା ବେଳେ ଅନ୍ୟପଟେ ପୂର୍ବମନ୍ତ୍ରୀ ଥିଲେ । ଉଭୟ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ନୂଆ ଚେହେରାଙ୍କୁ ମଧ୍ୟ ସାମିଲ କରାଯିବା ନେଇ ଚୌହାନଙ୍କ ଉପରେ ଚାପ ପଡିଥିଲା । ଏହା ବ୍ୟତୀତ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ସମର୍ଥକଙ୍କୁ ଚୌହାନଙ୍କ କ୍ୟାବିନେଟରେ ସ୍ଥାନ ଦେବା ପାଇଁ ଜିଦ ଧରି ବସିଥିଲେ । ଯାହାକୁ ଦୃଷ୍ଟିରେ ରଖି ଶିବରାଜ ସିଂହ ଚୌହାନ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ ହୋଇପାରୁନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.