ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଫେସ ମାସ୍କକୁ ନେଇ ଜୋରିମାନା ବୃଦ୍ଧି କଲେ ସରକାର । ରବିବାର ଦିନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ କହିଛନ୍ତି ମାସ୍କ ନ ପିନ୍ଧିଲେ ଜୋରିମାନା 100ରୁ 200କୁ ବୃଦ୍ଧି କରିଛନ୍ତି । ମହାମାରୀ କୋରୋନାକୁ କେବଳ ଉପଯୁକ୍ତ ପ୍ରତିଷେଧକ ଦ୍ବାରା ରକ୍ଷା ପାଇପାରିବା ।
ପୁଡୁଚେରୀରେ ମହାମାରୀ କୋରୋନାକୁ ନେଇ ଜୁନ 23ରୁ ଜୁଲାଇ 2 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ଦୋକାନ ଗୁଡିକ ଦିନ 2.00 ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଫେସ ମାସ୍କ ବ୍ୟବହାର ନ କଲେ ଲୋକେ ଫାଇନ 200 ଟଙ୍କା ବୃଦ୍ଧି କରାଯାଇଛନ୍ତି । ରାଜ୍ୟର କୃଷିକ୍ଷେତ୍ର ଓ ଶିଳ୍ପକୁ ସମସ୍ତ ପ୍ରକାରର ପ୍ରତିବନ୍ଧକରୁ ମୁକ୍ତ କରାଯାଇଛି । ସେମାନେ ଯେଭଳି ପୂର୍ବରୁ କାର୍ଯ୍ୟ କରୁଥିଲେ ସେହିଭଳି କରିବେ ।
ରାଜ୍ୟରେ ମହାମାରୀ କୋରୋନା ଭାଇରସର ସ୍ଥିତିକୁ ନେଇ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ବସିଥିଲା । ଏହି ବୈଠକରେ ବିଭିନ୍ନ ମନ୍ତ୍ରୀ , ମୁଖ୍ୟ ସଚିବ ଓ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ । ପୁଡୁଚେରୀରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 286 ରହିଥିବାବେଳେ 161 ଜଣ ବର୍ତ୍ତମାନ ଚିକିତ୍ସା କରାଯାଉଥିଲାବେଳେ 118 ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 7 ଜଣ ମୃତ୍ୟୁବରଣ କରିଛନ୍ତି ।