ETV Bharat / bharat

'ନକ୍ସଲଙ୍କ ସହ ସମ୍ପର୍କରେ ଅଛନ୍ତି ଅମୁଲ୍ୟା'

author img

By

Published : Feb 21, 2020, 12:24 PM IST

ଦେଶ ବିରୋଧୀ ସ୍ଳୋଗାନ ଦେଇଥିବା ଯୁବତୀ ଅମୁଲ୍ୟା ଲିୟୋନାଙ୍କର ନକ୍ସଲଙ୍କ ସହ ଲିଙ୍କ ଥିବା ଦାବି କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଅଧିକ ପଢନ୍ତୁ...

cm-bs-yeddyurappa
ବିଏସ ୟେଦୁରପ୍ପା

ବେଙ୍ଗାଲୁରୁ: ଏକ ରାଲିରେ ଦେଶ ବିରୋଧୀ ସ୍ଳୋଗାନ ଦେଇଥିବା ଯୁବତୀ ଅମୁଲ୍ୟା ଲିୟୋନାଙ୍କର ନକ୍ସଲଙ୍କ ସହ ଲିଙ୍କ ଥିବା ଦାବି କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ସମାଜରେ ଅଶାନ୍ତି ଏବଂ ହିଂସା ସୃଷ୍ଟି କରିବାର ଏହା ଏକ ପ୍ରୟାସ । ଏଭଳି କାର୍ଯ୍ୟକଳାପକୁ ପ୍ରତ୍ସାହିତ କରୁଥିବା ଲୋକଙ୍କର ମଧ୍ୟ ତଦନ୍ତ ହେବା ଉଚିତ ବୋଲି ୟେଦୁରପ୍ପା କହିଛନ୍ତି । ଏହା ସହିତ ଅମୁଲ୍ୟାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସେ ।

ମୈସୁରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟେଦୁରପ୍ପା କହିଛନ୍ତି, ଦେଶବିରୋଧୀ ନାରା ଦେଇଥିବା ଅମୁଲ୍ୟାଙ୍କୁ ଜାମିନ ଦେବା ଅନୁଚିତ । ତାଙ୍କ ପିତା ମଧ୍ୟ ଅମୁଲ୍ୟାଙ୍କୁ ଜାମିନ ନଦେବା ପାଇଁ କହିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଅମୁଲ୍ୟା ନକ୍ସଲଙ୍କ ସହ ସମ୍ପର୍କରେ ଅଛନ୍ତି । ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀରାମ ସେନା ଏବଂ ହିନ୍ଦୁ ଜନଜାଗୃତି ସମିତିର କାର୍ଯ୍ୟକର୍ତ୍ତା ଅମୁଲ୍ୟାଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବେଙ୍ଗାଲୁରୁରେ ଚାଲିଥିବା ଏକ ବିକ୍ଷୋଭ ସଭାରେ ଅମୁଲ୍ୟା ଦେଶ ବିରୋଧୀ ନାରା ଦେଇଥିଲେ । ସମ୍ପୃକ୍ତ ଯୁବତୀ ଜଣଙ୍କ ମଞ୍ଚ ଉପରେ ଚଢି ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.