ETV Bharat / bharat

ଗରିବ କଲ୍ୟାଣ ରୋଜଗାର ଯୋଜନାରେ ସାମିଲ ପାଇଁ ପିଏମଙ୍କୁ ବାଘେଲଙ୍କ ଚିଠି - ଛତିଶଗଡ

ପିଏମ ମୋଦିଙ୍କୁ ବାଘେଲଙ୍କ ଚିଠି । ଛତିଶଗଡକୁ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନରେ ସାମିଲ କରିବା ପାଇଁ ଅନୁରୋଧ। ଅଧିକ ପଢନ୍ତୁ...

cm baghel
ପିଏମ ମୋଦିଙ୍କୁ ବାଘେଲଙ୍କ ଚିଠି
author img

By

Published : Jun 21, 2020, 8:23 PM IST

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଛନ୍ତି ପତ୍ର । ପତ୍ରରେ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଯୋଜନାରେ ଛତିଶଗଡର ସମସ୍ତ ଜିଲ୍ଲାକୁ ସାମିଲ କରିବା ନେଇ ସେ ଅନୁରୋଧ କରିଛନ୍ତି । ଏହାଦ୍ବାରା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରୁଚି ଅନୁଯାୟୀ କାମ ମିଳିପାରିବ ଏବଂ ସେମାନେ ରୋଜଗାରକ୍ଷମ ହୋଇ ପାରିବେ ।

ଭାରତ ସରକାରଙ୍କ ଦ୍ବାରା ଶନିବାର ଜୁନ 20 ତାରିଖରେ ଦେଶର 6 ରାଜ୍ୟର 116 ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବା ନେଇ ଶୁଭାରମ୍ଭ କରାଯାଇଛି । ଏଥିରେ ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଓଡିଶାକୁ ସାମିଲ କରାଯାଇଛି । କିନ୍ତୁ ପଡୋଶୀ ରାଜ୍ୟ ଛତିଶଗଡକୁ ସାମିଲ କରାଯାଇ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ପତ୍ର ଅନୁସାରେ, କୋରୋନାରେ ପୁରା ଦେଶ ପ୍ରଭାବିତ ହୋଇଛି। ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରତିଦିନ ଖଟି ଖାଉଥିବା ଶ୍ରମିକ । ବର୍ତ୍ତମାନ ସେମାନଙ୍କର ରୋଜଗାର ପନ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଛତିଶଗଡରେ ବର୍ତ୍ତମାନ 5 ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏବେ ବି ଅନ୍ୟ ରାଜ୍ୟରୁ ଆହୁରି ଶ୍ରମିକ ଫେରୁଛନ୍ତି ।

ରାଜ୍ୟର ତିନି ଚତୁର୍ଥାଂଶ ପଛୁଆ ଅଞ୍ଚଳ ଏବଂ ବନ କ୍ଷେତ୍ର । ପ୍ରାୟ 80 ପ୍ରତିଶତ ଅନୁସୂଚିତ ଜାତିଜନଜାତି ବାସ କରୁଛନ୍ତି । ରାଜ୍ୟର ପ୍ରାୟ 90 ପ୍ରତିଶତ କୃଷି ଏବଂ ଦୈନିକ ମଜୁରୀ ଉପରେ ନିର୍ଭରଶୀଳ । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.