ହାଇଦ୍ରାବାଦ: ନିଜକୁ ଫ୍ରେସ ରଖିବା ପାଇଁ ଗୀତ, ଫ୍ୟାସନ , ସ୍ବଚ୍ଛତା ଯେତେ ଜରୁରୀ ସେତିକି ଜରୁରୀ ଭାଇରସ ଓ ବ୍ୟାକ୍ଟେରିଆଠାରୁ ଦୂରରେ ରହିବା । ନିକଟରେ କିଛି ବୈଜ୍ଞାନିକ ଏପରି ଏକ ଫ୍ୟାବ୍ରିକର ନିର୍ମାଣ କରିଛନ୍ତି ଯାହା ଆପଣଙ୍କୁ ବ୍ୟାକ୍ଟେରିଆରୁ ଦୂରରେ ରଖିବ ।
ବୈଜ୍ଞାନିକ ମାନେ ଏପରି ଏକ ଫ୍ୟାବ୍ରିକ ତିଆରି କରିଛନ୍ତି, ଯେଉଁଥିରେ ସେନସରଠାରୁ ଆରମ୍ଭ କରି ମ୍ୟୁଜିକ ପ୍ଲେଅର, ଡିସପ୍ଲେ ଆଦିର ବ୍ୟବସ୍ଥା ରହିଛି । ଡିଜିଟାଲ ଭାଷାରେ ଏହାକୁ ଆମେ ଇ-ଟେକ୍ସଟାଇଲ କହିପାରିବା । ଏହା ଏକ ସାଧାରଣ ଏମ୍ବ୍ରୋଡାରି କାମ ପରି ହିଁ ଦେଖାଯିବ । ଏହା ଆପଣଙ୍କୁ ବର୍ଷା, କାଦୁଅ, ବ୍ୟାକ୍ଟେରିଆ ଆଦିରୁ ଦୁରେଇ ରଖିବ । ଆଶ୍ଚର୍ଯ୍ୟର କଥା ହେଉଛି, ଏହାକୁ ଆମେ ଅତି ସହଜରେ ପିନ୍ଧି ପାରିବା । ଏପରିକି ଏହାକୁ ବାରମ୍ବାର ଧୋଇଲେ ମଧ୍ୟ ଖରାପ ହେବ ନାହିଁ ।
ଏହା ୱାଟରପ୍ରୁଫ୍ । ଏହାକୁ Omniphobic triboelectric nanogenerators(RF-TENGs) କୁହାଯାଏ । ଅତି କ୍ଷୁଦ୍ର ବୈଦ୍ୟୁତିକ ଉପକରଣକୁ କପଡାରେ ପରିବର୍ତ୍ତନ କରାଯାଇଛି । ଏହା ଶରୀରର ଗନ୍ଧକୁ ମଧ୍ୟ ଦୁରେଇ ରଖିବ । ତେବେ ଏହାକୁ ପରୀକ୍ଷାମୂଳକ ଭାବେ ଅଳ୍ପ ବଜାରକୁ ଛଡାଯାଇଛି । ଏହା ପ୍ରତି ସମୟରେ ଯୋଗାଯୋଗ କରିଥାଏ । ତେବେ ବୈଜ୍ଞାନିକ ଏହି ଉପକରଣକୁ ଅଧିକ ଲୋକପ୍ରିୟ କରିବା ପାଇଁ ବାଣିଜ୍ୟିକ ସହଯୋଗୀ ଓ ଅର୍ଥନୀତିର ଆବଶ୍ୟକତା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ