ETV Bharat / bharat

ଚଳିତ ମାସରୁ ଦେଶରେ କୋରୋନା ଟିକା ସ୍ପୁଟନିକ-Vର କ୍ଲିନିକାଲ ଟ୍ରାଏଲ - ଚଳିତ ମାସରୁ ଦେଶରେ କୋରୋନା ଟିକା ସ୍ପୁଟିନକ- Vର କ୍ଲିନିକାଲ ଟ୍ରାଏଲ

ଭାରତରେ କୋରୋନା ଟିକା ଉତ୍ପାଦନ ନେଇ ପୂର୍ବରୁ ରୁଷ ଭାରତ ସରକାର ଓ ଅନେକ ଅଗ୍ରଣୀ ଔଷଧ ଉତ୍ପାଦନକାରୀ ସହ ଆଲୋଚନା କରିଛି । ଅଧିକ ପଢନ୍ତୁ...

ଚଳିତ ମାସରୁ ଦେଶରେ କୋରୋନା ଟିକା ସ୍ପୁଟିନକ- Vର କ୍ଲିନିକାଲ ଟ୍ରାଏଲ

author img

By

Published : Sep 8, 2020, 12:47 PM IST

ମସ୍କୋ: ସମଗ୍ର ଦେଶକୁ ଥରହର କରି ରଖିଛି କୋରୋନା । ସ୍ବାସ୍ଥ୍ଯବସ୍ଥା ଠାରୁ ଆର୍ଥିକ ସ୍ଥିତିକୁ ଦୋହ୍ଲାଇ ଦେଇଛି କୋଭିଡ ଭାଇରସ । ଏଥିରୁ ମୁକ୍ତି ପାଇବା ପାଇଁ କେବଳ ଭ୍ୟାକ୍ସିନକୁ ଅପେକ୍ଷା କରାଯାଇଛି । ଚଳିତ ମାସରୁ ଭାରତରେ ରୁଷର କୋରୋନା ଟିକା ସ୍ପୁଟନିକ-V ର ଟ୍ରାଏଲ ଆରମ୍ଭ ହେବ । ଏନେଇ ରୁଷିଆନ ଡାଇରେକ୍ଟର ଇନଭେଷ୍ଟମେଣ୍ଟ-ଫଣ୍ଡ -ଆର୍ଡିଆଏଫ୍ର ସିଇଓ କିରିଲ ଡିମିଟ୍ରିଭ ଏହି ସୂଚନା ଦେଇଛନ୍ତି ।

ଭାରତ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ଫିଲିପାଇନ୍ସ ଏବଂ ବ୍ରାଜିଲରେ କ୍ଲିନିକାଲ ପରୀକ୍ଷା ଚଳିତ ମାସରୁ ଆରମ୍ଭ ହେବ। ଡିମିଟ୍ରିଭଙ୍କ ଅନୁସାରେ, ଅଗଷ୍ଟ 26 ରୁ ରୁଷରେ ପଞ୍ଜିକରଣ ଆରମ୍ଭ ପର ଠାରୁ 40 ହଜାରରୁ ଅଧିକ ଲୋକଙ୍କ ଠାରେ ସ୍ପୁଟନିକ-V ଗବେଷଣା ଚାଲିଛି । ଏହାର ତୃତୀୟ ପର୍ଯ୍ୟାୟ ରେଜଲ୍ଟ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ପ୍ରକାଶିତ ହେବ ।

ଭାରତରେ ସ୍ପୁଟନିକ-V ଟିକା ଉତ୍ପାଦନର ସ୍ଥାନୀୟକରଣକୁ ନେଇ ରୁଷ ଭାରତ ସରକାର ଏବଂ ଭାରତର ଅଗ୍ରଣୀ ଔଷଧ ଉତ୍ପାଦନକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲା।

ଅଗଷ୍ଟ 11ରେ, ଆରଡିଏଫ ଏବଂ ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଥିବା ସ୍ପୁଟନିକ-V ଟିକାକୁ ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପଞ୍ଜୀକୃତ ହୋଇଥିଲା ଏବଂ କୋଭିଡ ବିରୋଧରେ ବିଶ୍ୱର ଟିକା ଭାବେ ଘୋଷଣା କରିଥିଲେ ରୁଷ ସରକାର ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.