ETV Bharat / bharat

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଘରକୁ ଯୋଗାଇ ଦିଆଯିବ ବିଶୁଦ୍ଧ ଜଳ: ନୀତିଶ କୁମାର

author img

By

Published : Aug 29, 2020, 11:57 PM IST

ବିହାରରେ ସମସ୍ତ ପରିବାର ଚଳିତ ବର୍ଷ ଶେଷ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇବେ । ଯାହା 2024 ସୁଦ୍ଧା ଦେଶ ପାଇଁ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଆଗରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

ଚଳିତ ବର୍ଷ ଶେଷ ସୁଦ୍ଧା ହିଁ ସମସ୍ତ ଘରକୁ ଯୋଗାଇ ଦିଆଯିବ ବିଶୁଦ୍ଧ ଜଳ; ନୀତୀଶ କୁମାର

ପାଟଣା: ବିହାରରେ ସମସ୍ତ ପରିବାର ଚଳିତ ବର୍ଷ ଶେଷ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇବେ । ଯାହା 2024 ସୁଦ୍ଧା ଦେଶ ପାଇଁ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଆଗରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଅନେକ ସ୍ଥାନରେ ମହାମାରୀ ଏବଂ ବନ୍ୟା ଯୋଗୁଁ ଏହି ଯୋଜନା ଅଧୀନରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତଥାପି ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ମୋଟ 89 ଲକ୍ଷ ପରିବାରକୁ ପାଇପ୍ ଜଳ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ 2020 ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାରରେ ବିଶୁଦ୍ଧ ପାନୀୟ ଜଳସେବା ଯୋଗାଇିଆଯିବ । ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧୀନରେ ମୋଟ 51.88 ଲକ୍ଷ ପରିବାର ଅନ୍ତର୍ଭୁକ୍ତ ହୋଇସାରିଛନ୍ତି ଏବଂ ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ଏବଂ ଇଞ୍ଜିନିୟରିଂ ବିଭାଗର 11,501 କୋଟି ଟଙ୍କା ବ୍ୟୟରେ ପ୍ରମୁଖ "ହର ଘର ନାଲ କା ଜଲ" ଯୋଜନା ଅଧୀନରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସେ କହିଛନ୍ତି ଯେ, 31ଟି ଜିଲ୍ଲାର ମୋଟ 30,419 ୱାର୍ଡ ପାନୀୟ ଜଳରେ ଆର୍ସେନିକ୍, ଫ୍ଲୋରାଇଡ୍ କିମ୍ବା ଲୁହା ପଦାର୍ଥ ଦ୍ୱାରା ପ୍ରଭାବିତ ହୋଇଛି । ଏହି କାରଣରୁ ହେଉଥିବା ରୋଗରୁ ମୁକ୍ତି ପାଇବା ପାଇଁ ସେଠାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି ।

For All Latest Updates

TAGGED:

Nitish Kumar
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.