ରାୟପୁର: ଛତିଶଗଡ଼ର ଜାଞ୍ଜଗୀରରେ କଂଗ୍ରେସ ଓ ଭୀମ ସେନା ମଧ୍ୟରେ ତୀବ୍ର ସଂଘର୍ଷ । ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସହର କଂଗ୍ରେସ ସୋମବାର ଜାଞ୍ଜଗୀର ଠାରେ ନୀରବ ପ୍ରଦର୍ଶନ କରିଥିବା ସମୟରେ ଭୀମ ସେନା କର୍ମୀମାନେ ସେଠାରେ ପହଞ୍ଚି କଂଗ୍ରେସ ସରକାର ଓ କର୍ମୀଙ୍କ ବିରୋଧରେ ନାରାବାଜି କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ପୋଲିସ ଓ ପ୍ରଶାସନିକ ଦଳ ସେଠାରେ ପହଞ୍ଚି ଉଭୟ ଦଳକୁ ବୁଝାସୁଝା କରିଛନ୍ତି ।
ସୂଚନା ଅନୁଯାୟୀ, ହାଥରସ ଗଣଦୁଷ୍କର୍ମ ଘଟଣାରେ ଜାଞ୍ଜଗିରରେ କଂଗ୍ରେସ କର୍ମୀ ଏକ ନୀରବ ପ୍ରଦର୍ଶନର ଆୟୋଜନ କରିଥିଲେ । ଏହି ପ୍ରଦର୍ଶନରେ ବହୁ ସଂଖ୍ୟାରେ ମହିଳା କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଏହି ସମୟରେ ସେଠାରେ ଭୀମସେନା କର୍ମୀମାନେ ପହଞ୍ଚି କଂଗ୍ରେସ ସରକାର ଓ କର୍ମୀଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଥିଲେ। ଉଭୟ ଉଭୟଙ୍କୁ ଖୁବ୍ ଗାଳିଗୁଲଜ କରିବା ସହ ମାରପିଟ କରିଥିଲେ । ଯାହାଦ୍ବାରା ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦଳକୁ ଅଲଗା କରି ବୁଝାସୁଝା କରିଥିଲେ । ଏହି ଘଟଣା ପରେ ଜାଞ୍ଜଗିରିରେ ମାହୋଲ ଗରମ ରହିଛି ।