ETV Bharat / bharat

କୋଭିଡ 19 ପ୍ରଭାବ: ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା - କୋଭିଡ 19 ପ୍ରଭାବ

ଆସନ୍ତା ମେ 31ରେ ଏହି ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘୁଞ୍ଚାଯାଇଛି । ଅଧିକ ପଢନ୍ତୁ...

କୋଭିଡ 19 ପ୍ରଭାବ: ଘୁଞ୍ଚିଲା ସିଭିସ ସର୍ଭିସ ପରୀକ୍ଷା

author img

By

Published : May 4, 2020, 5:51 PM IST

ନୂଆଦିଲ୍ଲୀ: କୋଭିଡ 19 ଯୋଗୁଁ ସମସ୍ତ ସ୍କୁଲ, କଲେଜ ବନ୍ଦ ଥିବାବେଳେ ସବୁପ୍ରକାର ପରୀକ୍ଷା ବାତିଲ ହୋଇଛି । ଅଗଷ୍ଟ ଆଗରୁ କୌଣସି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏବେ ଏହି ତାଲିକାରେ ସାଧାରଣ ପ୍ରଶାସନିକ ସେବା ପରୀକ୍ଷା ସାମିଲ ହୋଇଛି । ଆଇଏଏସ, ଆଇପିଏସ ପାଇଁ ହେଉଥିବା ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ।

Civil Services Preliminary Examination 2020 deferred
କୋଭିଡ 19 ପ୍ରଭାବ: ଘୁଞ୍ଚିଲା ସିଭିସ ସର୍ଭିସ ପରୀକ୍ଷା

ଆସନ୍ତା ମେ 31ରେ ଏହି ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘୁଞ୍ଚାଯାଇଛି । ମେ 20ରେ ଏହା ଉପରେ ସମୀକ୍ଷା ବୈଠକ ହେବ । ଏଥିରେ ପରବର୍ତ୍ତୀ ତାରିଖ ସ୍ଥିର କରାଯିବ ବୋଲି କେନ୍ଦ୍ରୀୟ ସାଧାରଣ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ସୂଚନା ଦିଆଯାଇଛି ।

ସିଭିଲ ସର୍ଭିସ ପରୀକ୍ଷା 3ଟି ରାଉଣ୍ଡରେ ହୋଇଥାଏ । ପ୍ରତିବର୍ଷ ଏଥିରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେଇଥାନ୍ତି । ଆଇଏଏସ, ଆଇପିଏସ ଓ ଆଇଏଫଏସ ପାଇଁ ଏଥିରେ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଏ । ଚଳିତ ବର୍ଷ ପାଇଁ 796ଟି ଖାଲି ପଦବୀ ଥିବା ୟୁପିଏସସି ସୂଚନା ଦେଇଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ଅବଧି ବୃଦ୍ଧି ପାଇବା ପରେ ସୋମବାର ଆୟୋଗଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କୌଣସି ପ୍ରକାର ପରୀକ୍ଷା ଏହି ସମୟରେ କରିବା ଅସମ୍ଭବ ବୋଲି ସ୍ଥିର କରି ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି ।

ସୌଜନ୍ୟ@ANI

source- ani twitter

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.