ETV Bharat / bharat

ସମୀକ୍ଷା ପାଇଁ କୋଝିକୋଡ ବିମାନବନ୍ଦର ପହଞ୍ଚିଲେ ହରଦୀପ ସିଂ ପୁରୀ, ରିଲିଫ ଘୋଷଣା - କୋଝିକୋଡ ବିମାନ ଦୁର୍ଘଟଣା

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କୋଝିକୋଡ ବିମାନବନ୍ଦର ଗସ୍ତ କରିଛନ୍ତି। ସେଠାରେ ସେ ବିମାନ ଦୁର୍ଘଟଣା ପରର ପରିସ୍ଥିତି ଏବଂ ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି।

ହରଦୀପ ସିଂ ପୁରୀ
ହରଦୀପ ସିଂ ପୁରୀ
author img

By

Published : Aug 8, 2020, 4:47 PM IST

ଥିରୁଅନନ୍ତପୁରମ: କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି । ତେବେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କୋଝିକୋଡ ବିମାନବନ୍ଦର ଗସ୍ତ କରିଛନ୍ତି। ସେଠାରେ ସେ ବିମାନ ଦୁର୍ଘଟଣା ପରର ପରିସ୍ଥିତି ଏବଂ ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ପୁରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

ହରଦୀପ ସିଂ ପୁରୀ

ଏହା ବ୍ୟତୀତ ପୁରୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ 10 ଲକ୍ଷ ଟଙ୍କା ଆଗୁଆ ରିଲିଫ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗୁଆ ସହାୟତା ଭାବରେ ଆମେ ମୃତକଙ୍କ ସମ୍ପର୍କୀୟଙ୍କୁ 10 ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ 50,000 ଟଙ୍କା ପ୍ରଦାନ କରିବୁ ବୋଲି ସେ କହିଛନ୍ତି। ତେବେ ଅନ୍ୟାନ୍ୟ କ୍ଷତିପୂରଣ, ଯାହା ବିଭିନ୍ନ ଏଜେନ୍ସି, ବିମାନର ବୀମା ଇତ୍ୟାଦିରୁ ଆସିପାରେ ବୋଲି ସେ କହିଛନ୍ତି । ବିମାନକୁ ସବୁଠାରୁ ଅଭିଜ୍ଞ ଏବଂ ପ୍ରତିଷ୍ଠିତ କମାଣ୍ଡର ଦୀପକ ସାଥେ ପରିଚାଳିତ କରୁଥିଲେ ବୋଲି ପୁରୀ କହିଛନ୍ତି ।

ପୁରୀ ଆହୁରି କହିଛନ୍ତି ଯେ, ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି । ଏୟାର ଇଣ୍ଡିଆ ବିମାନରୁ ବ୍ଲାକ ବକ୍ସ ବା ବିମାନ ଡାଟା ରେକର୍ଡ ମିଳିଛି । ଏଥିରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିପାରିବ । ଦୁର୍ଘଟଣାର ତଦନ୍ତ ବ୍ୟୁରୋ ପକ୍ଷରୁ କରାଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ବିମାନ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବାବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ 123 ଜଣ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା 19 ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଆହତଙ୍କୁ କୋଝିକୋଡର 7ଟି ବିଭିନ୍ନ ହସପିଲାରେ ଚିକିତ୍ସା କରାଯାଉଛି । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.