ETV Bharat / bharat

ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ - ନାଗରିକ ସଂଶୋଧନ ବିଲ 2019

ଆଇନରେ ପରିଣତ ହେଲା ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ । ଏନେଇ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

double murder in cuttack, old couple found dead in cuttack, cuttack latest crime news, କଟକ ଲାଟେଷ୍ଟ ଅପରାଧ ଖବର, କଟକରେ ଡବଲ ମର୍ଡର, କଟକରେ ବୃଦ୍ଧ ଦମ୍ପତ୍ତି ମୃତ
ରାଷ୍ଟ୍ରପତି ରାମନାଥ କୋବିନ୍ଦ
author img

By

Published : Dec 13, 2019, 4:47 AM IST

Updated : Dec 13, 2019, 9:37 AM IST

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ । ଏନେଇ ଗୁରୁବାର ସବୁଜ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବରୁ ବୁଧବାର ଏହି ବିଲ 125 ଖଣ୍ଡ ଭୋଟ ସହ ରାଜ୍ୟସଭାରେ ପାରିତ ହୋଇଥିବା ବେଳେ ସୋମବାର 311ଟି ଭୋଟରେ ବହୁମତ ପାଇ ଏହା ଲୋକସଭାରେ ମଧ୍ୟ ପାରିତ ହୋଇ ସାରିଥିଲା ।

ଏହି ନୂଆ ନାଗରିକତା ସଂଶୋଧନ ଆଇନ ଦେଶରେ ରହୁଥିବା ପାକିସ୍ତାନୀ, ଆଫଗାନୀ ଓ ବାଙ୍ଗଲାଦେଶୀ ଅଣମୁସଲିମମାନଙ୍କୁ ଭାରତୀୟ ନାଗରିକ ଭାବେ ପରିଚୟ ଦେବ । ଏହି ବିଲକୁ ନେଇ ଉତ୍ତର ପୂର୍ବ ରାଜ୍ୟ, ମୁଖ୍ୟତଃ ଆସାମରେ ଜନ ଅସନ୍ତୋଷ ତୀବ୍ରତର ହେବାକୁ ଲାଗିଥିବା ବେଳେ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ଏବେ ଆଇନରେ ପରିଣତ ହୋଇଛି ଏହି ବିଲ । ଯାହା ଗୁରୁବାର ରାତିରୁ କାର୍ଯ୍ୟକାରୀ ମଧ୍ୟ ହୋଇଛି ।

ସମ୍ବିଧାନ ଅନୁଯାୟୀ ଷଷ୍ଠ ତାଲିକାର ଅନ୍ତର୍ଗତ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର କେତେକ ଆଦିବାସୀ ଅଞ୍ଚଳରେ ଏହି ଆଇନ ଲାଗୁ ହେବ ନାହିଁ । ଏଥିସହ ବେଙ୍ଗଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିଅର ରେଗୁଲେସନ,1873 ମୁତାବକ ଇନର ଲାଇନ ପରମିଟ(ଆଇଏଲପି)ର ଅନ୍ତର୍ଭୁକ୍ତ ଅଞ୍ଚଳରେ ମଧ୍ୟ ଏହି ଆଇନ ଲାଗୁ ହେବ ନାହିଁ । ଯାହା ଅନୁଯାୟୀ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ମିଜୋରାମରେ ଏହି ଆଇନ ଲାଗୁ ହେବ ନାହିଁ ।

ତେଣେ ଏହି ବିଲକୁ ବିରୋଧ କରି ଆସାମରେ ଜନ ଅନ୍ତୋଷ ତେଜିବାରେ ଲାଗିଛି । ଫଳରେ ଗୁରୁବାର ପୋଲିସ ଫାୟାରିଂର ଶିକାର ହୋଇ 2ଜଣ ପ୍ରାଣ ହରାଇଥିବା ବେଳେ ଜାରି ହୋଇଥିବା କର୍ଫ୍ୟୁକୁ ଖାତିର ନକରି ଗଳିକନ୍ଦିରେ ମାତିଛନ୍ତି ହଜାର ହଜାର ଲୋକେ । ପରିସ୍ଥିତିକୁ କାବୁ କରିବାକୁ ଯାଇ ବୁଧବାର ସନ୍ଧ୍ୟାରୁ 24 ଘଣ୍ଟା ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ସ୍ଥାନେ ସ୍ଥାନେ କର୍ଫ୍ୟୁ ଜାରି କରାଯାଇଥିଲା । ଯାହାକୁ ନଜରରେ ରଖି ଗୁରୁବାର ସକାଳେ ଆସାମବାସୀଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ଦେଇଥିଲେ ।

ଏହାମଧ୍ୟରେ ଇଣ୍ଡିଆନ ୟୁନିଅନ ମୁସଲିନ ଲିଗ୍‌(ଆଇୟୁଏମଏଲ) ଏହି ବିଲ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି । ସେମାନଙ୍କ କହିବା ମୁତାବକ ଏହା ଦେଶର ନାଗରିକମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ସହ ଜାତିଗତ ଭେଦଭାବ ସୃଷ୍ଟି କରୁଛି ।

Intro:Body:

G

Conclusion:
Last Updated : Dec 13, 2019, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.