ETV Bharat / bharat

ସିଏଏ ବିରୋଧି ହିଂସା: ଆକ୍ସନ ମୁଡରେ ପୋଲିସ ପ୍ରଶାସନ - ନାଗରିକତା ସଂଶୋଧନ ଆଇନ

ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ। ଏହାକୁ ନେଇ ଦିଲ୍ଲୀରେ ହୋଇଥିବା ଆନ୍ଦୋଳନରେ ଜଡିତ ଥିବା 40 ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 15 ଜଣଙ୍କୁ  ଗିରଫ କରାଯାଇଛି। ସେହିପରି ଦଙ୍ଗା ଉସୁକାଇବା ମାମଲାରେ ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ 20 ଜଣଙ୍କୁ ହେପାଜତକୁ ନେଇଥିବା ବେଳେ 300 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

image
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 21, 2019, 1:15 PM IST

Updated : Dec 21, 2019, 3:44 PM IST

ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ। ଦିଲ୍ଲୀ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ ଏବଂ ବିହାରରେ ଏହା ହିଂସାତ୍ମକ ରୂପ ନେଉଛି। ଏହି ହିଂସାକାଣ୍ଡରେ ଜଡିତ ଥିବା ଲୋକଙ୍କ ବିରୁଦ୍ଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ। ସିଏଏକୁ ନେଇ ଗତ ଶୁକ୍ରବାର ଦିଲ୍ଲୀ ଗେଟ ନିକଟରେ ବିରୋଧ ପ୍ରଦର୍ଶନ ବେଳେ ଘଟିଥିବା ହିଂସାକାଣ୍ଡ ମାମଲାରେ ପୋଲିସ ଦରିଆଗଞ୍ଜ ଥାନାରେ 40 ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ 15 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଏହି ହିଂସାକାଣ୍ଡରେ ପ୍ରାୟ 45 ଜଣ ଆହତ ହୋଇଛନ୍ତି। ଯେଉଁଥିରେ 13 ଜଣ ପୋଲିସ ସାମିଲ ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ହୋଇଥିବା ହିଂସାର ପ୍ରଭାବ ନୋଏଡାରେ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଗୌତମବୁଦ୍ଧ ନଗର ଜିଲ୍ଲାରେ 144 ଧାରା ଲାଗୁ ହୋଇଛି। ଜିଲ୍ଲାରେ ଭାରି ମାତ୍ରାରେ ପୋଲିସ ମୁତୟନ କରାଯାଇଥିବା ବେଳେ ହାଇଆଲର୍ଟ ଜାରି କରାଯାଇଛି। ପରିସ୍ଥିତିକୁ ନଜରରେ ରଖି ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସିଏଏ ବିରୋଧି ହିଂସା: ଆକ୍ସନ ମୁଡରେ ପୋଲିସ ପ୍ରଶାସନ

ସେହିପରି ଦଙ୍ଗା ଉସୁକାଇବା ମାମଲାରେ ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ 20 ଜଣଙ୍କୁ ହେପାଜତକୁ ନେଇଥିବା ବେଳେ, 300 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ସେପଟେ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିବା ଅଭିଯୋଗରେ ଏ ପର୍ଯ୍ୟନ୍ତ 10 ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେହିପରି ଗାଜିଆବାଦରେ ମଧ୍ୟ 60ରୁ ଉର୍ଦ୍ଧ୍ବ ଲୋକଙ୍କୁ ହେପାଜତକୁ ନେଇଛି ପୋଲିସ। ସିଏଏକୁ ବିରୋଧ କରି ଉତ୍ତର ପ୍ରଦେଶର ଗାଜିଆବାଦର କେଲା ଭଟ୍ଟା, ଲୋନି ଏବଂ ମୁରାଦନଗରରେ ନମାଜ ପଢିବା ପରେ ଲୋକେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେମାନେ ପୋଲିସ ଉପରକୁ ଢେଲାମାଡ ମଧ୍ୟ କରିଥିଲେ। ଏ ଘଟଣାରେ ପ୍ରାୟ 5ଜଣ ପୋଲିସକର୍ମୀ ଆହତ ହୋଇଥିବା ଜଣାପଡିଛି। ଉତ୍ତର ପ୍ରଦେଶ ହୋଇଥିବା ସିଏଏ ବିରୋଧି ହିଂସାରେ ଏବେ ସୁଦ୍ଧା 9ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରଦର୍ଶନରେ ବାହାର ଲୋକଙ୍କ ହସ୍ତକ୍ଷେପ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଲକ୍ଷ୍ନୌରେ ଏବେ ସୁଦ୍ଧା 218 ଲୋକଙ୍କୁ ଗିରଫ କରାଯାଇଥିବା ଡିଜି କହିଛନ୍ତି। ଏହା ସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସେ।

ସେପଟେ ପୋଲିସ ଡିଜିପି ଓପି ସିଂହଙ୍କୁ ହିଂସାକାଣ୍ଡ ନେଇ ରିପୋର୍ଟ ତଲବ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପ୍ରଦେଶରେ ଚାଲିଥିବା ହିଂସାକାଣ୍ଡକୁ ରୋକିବାରେ ବିଫଳ ହୋଇଥିବାରୁ ପୋଲିସ ପ୍ରଶାସନ ଉପରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏହା ସହିତ ଅସାମାଜିକ ତତ୍ବ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ।

Intro:नई दिल्ली
दिल्ली गेट इलाके में शुक्रवार को हुई हिंसा को लेकर पुलिस ने दरियागंज थाने में दंगा भड़काने का मामला दर्ज कर लिया है. पुलिस ने इस मामले में शुक्रवार को 40 लोगों को हिरासत में लिया था जिनमें से 15 को गिरफ्तार कर लिया गया है. वहीं अन्य संदिग्धों की भूमिका को लेकर पुलिस जाँच कर रही है. इस घटना में 13 पुलिसकर्मी सहित 45 लोग घायल हुए थे. इसके अलावा भीम सेना के प्रमुख चंद्रशेखर आजाद को भी पुलिस ने हिरासत में रखा है.

Body:जानकारी के अनुसार शुक्रवार को जामा मस्जिद में सीएए के खिलाफ प्रदर्शन रखा गया था. दोपहर बाद बड़ी संख्या में प्रदर्शनकारी दरियागंज थाने के बाहर दिल्ली गेट पर एकत्रित होने लगे. यहां पर उन्होंने शाम तक प्रदर्शन किया. पुलिस एवं स्थानीय लोगों द्वारा समझाने पर शाम के समय उन्होंने प्रदर्शन खत्म कर दिया, लेकिन कुछ ही देर बाद यहां पर उत्तर-पूर्वी दिल्ली से प्रदर्शनकारी आ गए. इन लोगों ने यहां पर हंगामा करना शुरु कर दिया. वह जंतर-मंतर या इंडिया गेट जाने की जिद्द कर रहे थे. पुलिस टीम ने उन्हें समझाने का प्रयास किया लेकिन वह जिद्द पर अड़े हुए थे.

पुलिस पर किया पथराव, कार को जलाया
प्रदर्शनकारियों ने इस दौरान ही पुलिस पर पत्थर फेंकने शुरु कर दिए. भीड़ को हटाने के लिए पुलिस ने वाटर कैनन का इस्तेमाल किया. इस बीच किसी शख्स ने डीसीपी कार्यालय के सामने खड़ी एक प्राइवेट कार में आग लगा दी थी. आगजनी के बाद पुलिस ने हल्का बल प्रयोग किया तो प्रदर्शनकारी भाग गए थे. यहां से कुल 40 लोगों को पुलिस ने हिरासत में लिया था जिनसे पूरे मामले को लेकर पूछताछ की गई. पूछताछ के बाद इनमें से 15 लोगों को दरियागंज पुलिस ने गिरफ्तार कर लिया है.

Conclusion:भीम सेना का अध्यक्ष हिरासत में
पुलिस हिरासत में रखे गए इन प्रदर्शनकारियों को छोड़ने की मांग को लेकर देर रात तक भीम सेना के अध्यक्ष चंद्रशेखर आजाद सहित बड़ी संख्या में लोगों ने प्रदर्शन किया. जामा मस्जिद से तड़के लगभग तीन बजे दिल्ली पुलिस ने चंद्रशेखर आजाद को भी हिरासत में ले लिया है..फिलहाल पुलिस यह तय कर रही है कि उसकी गिरफ्तारी की जाएगी या नहीं.

Last Updated : Dec 21, 2019, 3:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.