ETV Bharat / bharat

ବିହାର ନିର୍ବାଚନ 2020: JDU ବିରୋଧରେ ପ୍ରାର୍ଥୀ ଦେଇପାରେ LJP

author img

By

Published : Oct 6, 2020, 12:51 PM IST

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଚିତ୍ରରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ଏଲଜେପି ନେତା ଚିରାଗ ପାଶୱାନ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ବିହାର ନିର୍ବାଚନ 2020
ବିହାର ନିର୍ବାଚନ 2020

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଚିତ୍ରରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ଏଲଜେପି ନେତା ଚିରାଗ ପାଶୱାନ୍ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିର୍ବାଚନ ପରେ ଏଲଜେପିର ସମସ୍ତ ବିଧାୟକ ବିଜେପିକୁ ମଜବୁତ କରିବେ।

ଏଲଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବିହାରରେ କେନ୍ଦ୍ର ବିଜେପି ନେତୃତ୍ବାଧୀନ ସରକାର ଚାହୁଁଛନ୍ତି। 2019 ଲୋକସଭା ନିର୍ବାଚନ ପରେ ଏନଡିଏ ଭିତରେ ରାଜନୀତି ବହୁତ ବଦଳିଛି । ବିହାରରେ ବର୍ତ୍ତମାନ ବିଜେପି ନେତା ନିଜ ବଳରେ ବିଜେପି ନେତୃତ୍ବାଧୀନ ସରକାର ଗଠନ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। କିନ୍ତୁ ବିହାରରେ ଜାତି ସମୀକରଣ ଏବଂ ଭୋଟ୍ ବ୍ୟାଙ୍କ ଖେଳ ଏପରି ଯେ ବିଜେପି ଜେଡିୟୁ ସହ ରହିବାକୁ ବାଧ୍ୟ ହୋଇଛି।

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବିଜେପିର ଏହି ଆଶକୁ ବହୁତ ଭଲ ଭାବରେ ବୁଝନ୍ତି । ତେଣୁ ଜିତନ୍ ରାମ ମାଞ୍ଝୀଙ୍କୁ ତାଙ୍କ ସହ ନେଇଯାଇଛନ୍ତି । ନୀତିଶ କହିଛନ୍ତି ଯେ ମାଞ୍ଝୀଙ୍କ ପାର୍ଟି HAM ଜେଡିୟୁକୁ ସମର୍ଥନ କରିଛି। ଅର୍ଥାତ୍ ସେ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ଆସନର ଅଂଶ ମାଞ୍ଝୀଙ୍କୁ ଦେଇପାରିବେ କିନ୍ତୁ LJP କୁ ନୁହେଁ।

ଏପଟେ ବିଜେପି ମଧ୍ୟ ନିଜ ବାଜି ଖେଳିଛି ଓ ପାଶୱାନଙ୍କୁ ଆଗକୁ ଆଣିଛି । ତେବେ ବିହାର ନିର୍ବାଚନରେ ​​ଏଲଜେପି ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ। 122 ଟି ଆସନରେ ଜେଡିୟୁ ଏବଂ 121 ଟି ଆସନରେ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାର ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ 2010 ରେ ବିହାରରେ ଗତ ବିଧାନସଭା ନିର୍ବାଚନରେ ​​ବିଜେପି ଏବଂ ଜେଡିୟୁ ଲଢିଥିଲେ। ଏହି ନିର୍ବାଚନରେ ​​ଜେଡିୟୁ 141 ଏବଂ ବିଜେପି 102 ଟି ଆସନରେ ଲଢିଥିଲା। ଏଥିରେ ଜେଡିୟୁ 115 ଟି ସିଟ୍ ଏବଂ ବିଜେପି 91 ଟି ସିଟ୍ ଜିତିଥିଲା। ଏଥିସହ 2019 ଲୋକସଭା ନିର୍ବାଚନରେ ​​ବିଜେପି ଏବଂ ଜେଡିୟୁ 17-17 ଆସନରେ ଲଢିଥିବା ବେଳେ ଏଲଜେପି 6ଟି ଆସନରେ ଲଢିଥିଲା । ଏହି ନିର୍ବାଚନରେ ​​ବିଜେପି 17, ଜେଡିୟୁ 16 ଏବଂ LJP 6 ଟି ଆସନ ଜିତିଥିଲା । ଜେଡିୟୁ ଅପେକ୍ଷା ବିଜେପିର ଷ୍ଟ୍ରାଇକ୍ ହାର ଭଲ ଥିଲା।

ସୂଚନାଯୋଗ୍ୟ, ବିହାର ନିର୍ବାଚନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ 28 ଅକ୍ଟୋବରରେ ଅନୁଷ୍ଠିତ ହେବ, ଦ୍ବିତୀୟ ପର୍ଯ୍ୟାୟରେ 3 ନଭେମ୍ବରରେ ଏବଂ ତୃତୀୟ ପର୍ଯ୍ୟାୟରେ 7 ନଭେମ୍ବରରେ ଭୋଟ୍ ଗ୍ରହଣ ହବ ଓ ନଭେମ୍ବର 10 ରେ ଫଳାଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.