ନୂଆଦିଲ୍ଲୀ: ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ସୋମବାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(ଏସଆଇଟି) ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବ । ସେପଟେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡିତା ଛାତ୍ରୀ ନିଜ ଦୋଷ ଲୁଚାଇବା ପାଇଁ ପ୍ରୟାଗରାଜ ପଳାଇଥିବା ଖବର ମିଳିଛି । କୁହାଯାଉଛି ଯେ ଏ ମାମଲାରେ ପୀଡିତା ଏବଂ ତାଙ୍କର 3 ଜଣ ସାଙ୍ଗ ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲ କରି ଫୋନ ଯୋଗେ 5 କୋଟି ଟଙ୍କା ମାଗିଛନ୍ତି । ଏହାର ତଦନ୍ତ କରିବାରୁ ଛାତ୍ରୀଙ୍କ ଫୋନ କଲ ରେକର୍ଡରୁ ଏନେଇ ପ୍ରମାଣ ମିଳିବା ପରେ ସେହି ତିନି ଜଣଙ୍କୁ ଗିରଫ କରାଯାଇଛି।
ସେପଟେ ଏସଟିଏଫ ଅଧିକାରୀ ଫୋନ କଲକୁ ସାର୍ବଜନୀନ କରିଥିବାରୁ ପୀଡିତା ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଏସଟିଏଫ ବିରୋଧରେ କୋର୍ଟରେ ଅଭିଯୋଗ କରିବେ ବୋଲି କୁହାଯାଉଛି । ଦଷ୍କର୍ମ ମାମଲାରେ ଏବେ ଚିନ୍ମୟାନନ୍ଦ ଜେଲରେ ଅଛନ୍ତି । ଛାତ୍ରୀଙ୍କୁ ମଧ୍ୟ ଦୋଷୀ ବୋଲି କୁହାଯାଉଛି , କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଏ ସମସ୍ତ ମାମଲାରେ ସୋମବାର ପୀଡିତା ହାଇକୋର୍ଟରେ ନିଜର ପକ୍ଷ ରଖିବେ ।